NSE IPO: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ନିକଟରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ଠାରୁ ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଙ୍ଗ (ଆଇପିଓ) ପାଇଁ ନୋ ଅବ୍ଜେକ୍ସନ ସାର୍ଟିଫିକେଟ (ଏନଓସି) ହାସଲ କରିଛି । ଯାହାକି ଏକ୍ସଚେଞ୍ଜର ଅଭିବୃଦ୍ଧି ଯାତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିୟାମକୀୟ ସଫଳତାକୁ ଚିହ୍ନିତ କରୁଛି ।
ଏହାକୁ ପ୍ରଶଂସା କରି ଏନଏସଇର ଅଧ୍ୟକ୍ଷ, ଶ୍ରୀ ଶ୍ରୀନିବାସ ଇନ୍ଜେଟି କହିଛନ୍ତି, “ଆମେ ଆମର ଆଇପିଓ ପାଇଁ ସେବିର ଅନୁମୋଦନ ହାସଲ କରି ଖୁସି ଅନୁଭବ କରୁଛୁ, ଯାହା ଆମର ଅଭିବୃଦ୍ଧି ଯାତ୍ରାରେ ଏକ ବଡ ସଫଳତା ଅଟେ; ସେବିର ଅନୁମୋଦ ସହିତ ଆମେ ଆମର ସମସ୍ତ ହିତାଧିକାରୀଙ୍କ ପାଇଁ ମୂଲ୍ୟ ସୃଷ୍ଟିର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛୁ ଏବଂ ଏହି ଅନୁମୋଦନ ଭାରତୀୟ ଅର୍ଥନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଭାରତୀୟ ପୁଞ୍ଜି ବଜାରର ଏକ ଆଲୋକବର୍ତିକା ଭାବେ ଏନଏସଇରେ ଆମର ଆତ୍ମବିଶ୍ୱାସକୁ ମଜବୁତ କରିଛି ।”
ସେବିର ନୋ-ଅବ୍ଜେକ୍ସନ ସାର୍ଟିଫିକେଟ ପାଇବା ଏନଏସଇକୁ ଏହାର ପ୍ରସ୍ତାବିକ ପବ୍ଲିକ ଲିଷ୍ଟିଙ୍ଗ ଦିଗରେ ପରବର୍ତୀ ପଦକ୍ଷେପଗୁଡିକ ସହ ପ୍ରଯୁଜ୍ୟ ନିୟାମକୀୟ ଆବଶ୍ୟକତା ସହିତ ଆଗକୁ ବଢିବା ପାଇଁ ସକ୍ଷମ କରିଛି ।
ଭାରତର ଅଗ୍ରଣୀ ଷ୍ଟକ ଏକ୍ସଚେଞ୍ଜ ଓ ଦେଶର ବିତୀୟ ବଜାର ଭିତିଭୂମିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଏନଏସଇ ପରିଚାଳନା ମାନଦଣ୍ଡଗୁଡିକୁ ସୁଦୃଢ କରିବା, ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ଭାରତର ପୁଞ୍ଜି ବଜାରଗୁଡିକର ଦୀର୍ଘକାଳିନ ବିକାଶରେ ସହଯୋଗ କରିବା ଉପରେ ଗୁରୁତ୍ୱ ଦେବା ଜାରି ରଖିଛି ।


