Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ
ଆଜିର ଖବର

ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ

February 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sports Minister honours Odisha sportspersons for their international achievements
Sports Minister honours Odisha sportspersons for their international achievements

ଭୁବନେଶ୍ଵର: ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିବା ରାଜ୍ୟର ଚାରିଜଣ ପ୍ରତିଭାବାନ କ୍ରୀଡ଼ାବିତ୍ ଙ୍କୁ ସମ୍ମାନିତ କରାଯାଇଛି। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କ ପକ୍ଷରୁ ନଗଦ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ପୁରସ୍କୃତ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ୨୦୨୫ ଟୋକିଓ ଡେଫ୍ଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟିନୀ ଲୋମା ସ୍ୱାଇଁଙ୍କୁ ୫,୦୦,୦୦୦ ଟଙ୍କା ଏବଂ ତୃତୀୟ ଏସୀୟ ଯୁବ କ୍ରୀଡ଼ାରେ କାଂସ୍ୟ ପଦକ ହାସଲ କରିଥିବା ସାର୍ଥକ ଆର୍ଯ୍ୟଙ୍କୁ ୨,୦୯,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ଚେସ୍ କ୍ରୀଡ଼ାରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ୨୦୨୫ FIDE ବିଶ୍ୱ ମହିଳା ଟିମ୍ ଚେସ୍ ଚାମ୍ପିୟନଶିପ୍ରେ କାଂସ୍ୟ ପଦକ ଜିତିଥିବା ପଦ୍ମିନୀ ରାଉତଙ୍କୁ ୨,୦୦,୦୦୦ ଟଙ୍କା ଏବଂ କମନୱେଲଥ୍ ଭାରୋତ୍ତୋଳନ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ପଦକ ବିଜୟିନୀ ବିଦୁସ୍ମିତା ଭୋଇଙ୍କୁ ୧,୩୩,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, “ଆମ ଖେଳାଳିଙ୍କ କଠିନ ପରିଶ୍ରମ ଓ ସାଧନା ଆଜି ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ରାଜ୍ୟ ସରକାର ପ୍ରତିଟି ପ୍ରତିଭାକୁ ସଠିକ୍ ମଞ୍ଚ ଯୋଗାଇଦେବା ସହ ଓଡ଼ିଶାକୁ ଦେଶର ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ସଂକଳ୍ପବଦ୍ଧ।” ଖେଳାଳିମାନଙ୍କ ଏହି ବିଜୟ ଆଗାମୀ ପିଢ଼ିର ଯୁବ ପ୍ରତିଭାଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣିତ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ କ୍ରୀଡ଼ାବିତ୍ମାନଙ୍କୁ ସମସ୍ତ ପ୍ରକାର ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଭା.ପ୍ର.ସେ; କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଭା.ପ୍ର.ସେ; ଏବଂ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ କ୍ରୀଡ଼ା ଓ ଯୁବସେବା ବିଭାଗର ବହୁ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ।

international achievements Odisha sportspersons Sports Minister Suryabanshi Suraj
Share. Facebook Twitter LinkedIn Email WhatsApp Copy Link

Related Posts

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026
Latest News

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026

ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକଟ ଉନ୍ମୋଚନ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.