Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ
ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ‘କେନ୍ଦ୍ର ବଜେଟ୍ ୨୦୨୬-୨୭’ ଏକ ଭବିଷ୍ୟତବାଦୀ, ଯୁବଶକ୍ତି-କେନ୍ଦ୍ରିକ, ଜନହିତକର ଏବଂ ନିଯୁକ୍ତିଭିତ୍ତିକ ବଜେଟ୍ । ଭାରତର ଅଭିବୃଦ୍ଧି ସାମର୍ଥ୍ୟର ସମ୍ପୂର୍ଣ୍ଣ ବିନିଯୋଗ, ସବୁ ବର୍ଗର ଲୋକଙ୍କ ସାମଗ୍ରିକ ବିକାଶ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଲୋକଭିମୁଖୀ ବଜେଟ୍ ଉପସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବଜେଟ୍ ପୂର୍ବ ଭାରତ ବିଶେଷତଃ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ ଠାରେ ବଜେଟ୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ‘ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ସମସ୍ତଙ୍କ ଆଶା-ଆକାଂକ୍ଷା ପୂରଣ କରି ସାମର୍ଥ୍ୟ ବଢ଼ାଇବା ଏବଂ ପ୍ରତିଟି ପରିବାର ଓ ସମ୍ପ୍ରଦାୟ ପାଖରେ ସମ୍ବଳ, ସୁଯୋଗ ଓ ସୁବିଧା ପହଞ୍ଚାଇବା’—ଏହି ତିନୋଟି କର୍ତ୍ତବ୍ୟ ଦ୍ୱାରା ଅନୁପ୍ରାଣିତ ଏହି ବିକଶିତ ଭାରତ ବଜେଟ୍ ସବୁ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ଆଣିବ। ଏହି ବଜେଟ୍ ସବକା ସାଥ୍, ସବକା ବିକାଶ ମନ୍ତ୍ର ଉପରେ ଗୁରୁତ୍ୱ ଦେଇଛି, ଯାହା ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନେ ବିଶେଷ ଭାବରେ ଲାଭ ପାଇବେ। ଏହା ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧି ପାଇଁ ‘ରିଫର୍ମ ଏକ୍ସପ୍ରେସ୍’ ବା ସଂସ୍କାରର ଗତିକୁ ତ୍ୱରାନ୍ୱିତ କରିବ ଏବଂ ୧୪୦ କୋଟିରୁ ଅଧିକ ଭାରତୀଙ୍କ ଲାଭ ସୁନିଶ୍ଚିତ କରିବ।

ସେ କହିଛନ୍ତି ଯେ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରରେ ୮ ପ୍ରତିଶତ ବୃଦ୍ଧି ହୋଇଛି। ଏହି କ୍ଷେତ୍ରରେ ୧ ଲକ୍ଷ ୩୯ ହଜାର ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆଗାମୀ ୫ ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ସହ ‘ବାୟୋଫାର୍ମା ଶକ୍ତି’ ଏବଂ ୪୦,୦୦୦ କୋଟି ଟଙ୍କାର ‘ଇଣ୍ଡିଆ ସେମିକଣ୍ଡକ୍ଟର ୨.୦’ ମିଶନର ଶୁଭାରମ୍ଭ କରାଯାଇଛି। ଶ୍ରମ-ଭିତ୍ତିକ ବୟନ ଶିଳ୍ପ ଏବଂ ଖଦି-ହସ୍ତଶିଳ୍ପର ବିକାଶ ପାଇଁ ‘ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ’ ଅଭିଯାନ ଘୋଷଣା କରାଯାଇଛି। ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଗ୍ରୋଥ୍ ଫଣ୍ଡ୍ ଗଠନ କରାଯାଇଛି। ଯୁବପିଢ଼ିଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ‘ଇଟୁଇ’ (ଶିକ୍ଷାରୁ ନିଯୁକ୍ତି ଓ ଉଦ୍ୟୋଗ) ମାନକ କମିଟି ଗଠନର ପ୍ରସ୍ତାବ ଦିଆଯାଇଛି । ଦେଶର ୧୫,୦୦୦ ମାଧ୍ୟମିକ ବିଦ୍ୟାଳୟ ଓ ୫୦୦ କଲେଜରେ ‘ଏଭିଜିସି’ (ଆନିମେସନ୍, ଗେମିଂ) ଲ୍ୟାବ୍ ପ୍ରତିଷ୍ଠା ହେବ । ଛାତ୍ରୀମାନଙ୍କୁ ଷ୍ଟେମ ଶିକ୍ଷାରେ ସହାୟତା ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଛାତ୍ରୀନିବାସ ନିର୍ମାଣ କରାଯିବ । ଶିକ୍ଷା ଓ ଚିକିତ୍ସା ଉଦ୍ଦେଶ୍ୟରେ ବିଦେଶକୁ ଅର୍ଥ ପ୍ରେରଣ ଉପରେ ଟିସିଏସ ହାରକୁ ୫% ରୁ ୨% କୁ ହ୍ରାସ କରାଯାଇଛି । ଏହି ବଜେଟ୍‌ରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟବରାଦକୁ ୧୧ ଲକ୍ଷ କୋଟିରୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦେଶର ପ୍ରଗତି ପଥକୁ ପ୍ରଶସ୍ତ କରିବ । ଦେଶରେ ୭ଟି ହାଇ-ସ୍ପିଡ୍ ରେଳ କରିଡର ସହ ପର୍ଯ୍ୟଟନର ବିକାଶ ପାଇଁ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ପିଟାଲିଟି’ ଗଠନ କରାଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନୋଟି ନୂତନ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ସ୍ଥାପନ ହେବ। ଏହି ବଜେଟ୍ ସାମଗ୍ରିକ ଭାବେ ଏକ ସମୃଦ୍ଧ ଓ ସଶକ୍ତ ଭାରତ ଗଠନରେ ସହାୟକ ହେବ। ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ବିକାଶକୁ ଏହି ବଜେଟ୍‌ରେ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। କେନ୍ଦ୍ର ବଜେଟ୍ ୨୦୨୬-୨୭ ଓଡ଼ିଶାକୁ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ଏକ ଶକ୍ତିଶାଳୀ ବ୍ଲୁପ୍ରିଣ୍ଟ ପ୍ରଦାନ କରିଛି । ବ୍ରାହ୍ମଣୀ ଓ ମହାନଦୀ ଦେଇ ତାଳଚେର-ଅନୁଗୋଳ ଠାରୁ ପାରାଦୀପ-ଧାମରା ପର୍ଯ୍ୟନ୍ତ ୫ ନମ୍ବର ଜାତୀୟ ଜଳପଥର ବିକାଶ ଏବଂ ରାଜ୍ୟରେ ନୂତନ ‘ରେୟାର ଆର୍ଥ କରିଡର’ର ପ୍ରତିଷ୍ଠା ଓଡ଼ିଶାର ଶିଳ୍ପ ଓ ଖଣିଜ ଭିତ୍ତିଭୂମିକୁ ଏକ ନୂତନ ସ୍ତରକୁ ନେଇଯିବ । ପୂର୍ବୋଦୟ ରାଜ୍ୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ‘ଇଷ୍ଟ-କୋଷ୍ଟ ଡେଭଲପମେଣ୍ଟ କରିଡର’, ପୂର୍ବରେ ଦାନକୁନିରୁ ସୁରଟକୁ ସଂଯୋଗ କରୁଥିବା ନୂତନ ଫ୍ରେଟ୍ କରିଡର ଜରିଆରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଓ ବାଣିଜ୍ୟର ବ୍ୟାପକ ସୁଯୋଗ ସୃଷ୍ଟି ହେବ । ପୂର୍ବ ଭାରତରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ ପ୍ରତିଷ୍ଠା ରାଜ୍ୟର ଅଭିବୃଦ୍ଧିକୁ ଗତି ଦେବ । ଓଡ଼ିଶାରେ ନାଇପର ପ୍ରତିଷ୍ଠାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ।

ଏହି ବଜେଟ୍ ଓଡ଼ିଶାର ସାଧାରଣ ଜନତା, ଚାଷୀ, ମହିଳା, ଯୁବ, ଜନଜାତି ସମେତ ସବୁବର୍ଗଙ୍କୁ ଗୁରୁତ୍ୱ ଦେଉଥିବା ଏକ ଜନହିତକର ବଜେଟ୍ । କେନ୍ଦୁପତ୍ର ବିକ୍ରେତାଙ୍କ ପାଇଁ ଟିସିଏସ ହାରକୁ ୫% ରୁ ୨% କୁ ହ୍ରାସ କରିବା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ, କାଜୁ ଓ କୋକୋ ଚାଷ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ସରକାରଙ୍କ ଗରିବ ଓ ଚାଷୀ କଲ୍ୟାଣର ପ୍ରତିବଦ୍ଧତାକୁ ଦର୍ଶାଉଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମତ୍ସ୍ୟଜୀବୀ ସଂଗଠନଗୁଡ଼ିକୁ ଷ୍ଟାର୍ଟଅପ୍‌ ମାଧ୍ୟମରେ ବଜାର ସହ ଯୋଡିବା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟ ଚାଷକୁ ସୁଦୃଢ଼ କରାଯିବ । ଏହି ପଦକ୍ଷେପ ଆମର ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କ ଆୟ ବୃଦ୍ଧି କରିବା ସହ ବ୍ଲୁ ଇକୋନୋମୀକୁ ଅଧିକ ସୁଦୃଢ଼ କରିବ । ଓଡ଼ିଶାର ଉପକୂଳ ଅଞ୍ଚଳରେ ଏହା ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ। ଓଡ଼ିଶାର ସମୁଦ୍ର କୂଳରେ ଗହିରମଥା ପରି ସ୍ଥାନଗୁଡ଼ିକରେ ‘ଟର୍ଟଲ ଟ୍ରେଲ୍ସ’ ଭଳି ପ୍ରକଳ୍ପ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ ଦେବା ସହ ଅର୍ଥନୀତିକୁ ମଜଭୂତ କରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି।

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି କେନ୍ଦ୍ର ବଜେଟ୍ ୨୦୨୬-୨୭ ଧର୍ମେନ୍ଦ୍ର ପ୍ରଧାନ ପୂର୍ବ ଭାରତ ଶିକ୍ଷା କ୍ଷେତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026
Latest News

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.