(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଛତ୍ରପୁର ଥାନା ଅନ୍ତର୍ଗତ କଣମଣା ଗ୍ରାମ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ରେଳବାଇ ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ମୃତ ବ୍ୟକ୍ତିଙ୍କ ପକେଟ୍ ରୁ ଆଧାର କାର୍ଡ ଓ ମୋବାଇଲ ଫୋନ ଜବତ କରିଛି।
ମୃତ ଯୁବକ ଜଣଙ୍କ ବୌଦ୍ଧ ଜିଲ୍ଲାର ବିବେକ ମୁଖୀ। ସେ ବ୍ରହ୍ମପୁର ଠାରୁ ଛତ୍ରପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ କୌଣସି ଏକ ଗାଡ଼ିରୁ ଖସି ପଡି ମୃତ୍ୟୁ ବରଣ କରିଛନ୍ତି। ପୋଲିସ ମାମଲା ନଂ ୫/୨୬ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


