ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ପଂଚାୟତ ସମିତି କାର୍ଯ୍ୟାଳୟ ପ୍ରାଙ୍ଗଣରେ ପ୍ରଶାସନ ଓ ନୀତି ଆୟୋଗ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ ବ୍ଲକର ଅଧ୍ୟକ୍ଷା ସ୍ୱରୂପା ରାଣୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ବିଡ଼ିଓ ବିଦ୍ୟାଧର ରାଉତ ରାୟ ଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ , ମୁଖ୍ୟ ଅତିଥି ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇ ସରକାର ବିଭିନ୍ନ ଯୋଜନା ପାଇଁ ଯେତେ ଟଙ୍କା ଦେଲେ ମଧ୍ୟ ଅଧିକାରୀ, ସମସ୍ତ ଓ କର୍ମଚାରିଙ୍କ ଇଛା ଶକ୍ତି ଓ ଆନ୍ତରିକତାର ଅଭାବ ସାଙ୍ଗକୁ ଜନପ୍ରତିନିଧି ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ଵୟ ନ ରହିଲେ ପ୍ରଗତି ହୋଇ ପାରିବ ନାହିଁ ବୋଲି ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବରେ ଯୋଜନା ଓ ପରି ସଂଖ୍ୟନ ଉପନିର୍ଦ୍ଦେଶକ ପ୍ରକାଶ କୁମାର ଦେଓ, ସମ୍ବଲପୁର ଯୋଗ ଦେଇ ଏହି ସମ୍ପୂର୍ଣ୍ଣତା କାର୍ଯ୍ୟ କ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପୃଷ୍ଟି, ପାନୀୟ ଜଳ ଓ ଗମନାଗମନ କ୍ଷେତ୍ରରେ ଏହି ୬ଟି ସୂଚକାଙ୍କ ଉପରେ ଆଗକୁ ବଢ଼ାଇବାରେ ସଫଳ ହୋଇ ପାରିବ ବୋଲି ଉପ ନିର୍ଦ୍ଦେଶକ ଶ୍ରୀ ଦେଓ ପ୍ରକାଶ କରିଥିଲେ। ସ୍ୱରପା ରାଣୀ ସାହୁ, ଅଧ୍ୟକ୍ଷା, ପଂଚାୟତ ସମିତି ନାକଟିଦେଉଳ, ନେତ୍ରାନନ୍ଦ ରାଉଳ ସାଂସଦ ପ୍ରତିନିଧି,ଆକାଶ ରଞ୍ଜନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅମର ଜେ ଡୁଙ୍ଗଡୁଙ୍ଗ, ଗୋଷ୍ଟି ଚିକିତ୍ସା ଅଧିକାରୀ ଅମୁଲ୍ୟ ରତ୍ନ ମହନ୍ତ, ଜିତେନ୍ଦ୍ର କୁମାର ପ୍ରଧାନ ଉପାଧ୍ୟକ୍ଷ ପଂଚାୟତ ସମିତି ନାକଟିଦେଉଳ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଅଙ୍ଗନୱାଡି ସୁପରଭାଇଜର, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜେଇ ଆଦିଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅଭିଜାନରେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ଅଙ୍ଗନାୱାଡି କର୍ମଚାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ଆଶା କର୍ମୀ, ବିଭିନ୍ନ ଅନୁଷ୍ଠାନ ର ସଭ୍ୟ /ସଭ୍ୟା ଯୋଗଦେଇ ଥିଲେ। ସଭା ପରେ ବ୍ଲକ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ଏକ ରାଲି କରାଯାଇଥିଲା।


