Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା
ଆଜିର ଖବର

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା
ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) ପକ୍ଷରୁ ଆୟୋଜିତ ଇଞ୍ଜିନିୟର୍ସ କପ୍ ୨୦୨୬ରେ ସଫଳତା ହାତେଇଛି ସୋଆ। ଓୟୁଟିଆର ବିଶ୍ୱବିଦ୍ୟାଳୟର ଏହି ବାର୍ଷିକ କ୍ରୀଡ଼ା ମହୋତ୍ସବକୁ ଗେମ୍‌ସ ଆଣ୍ଡ ସ୍ପୋର୍ଟ୍ସ ସୋସାଇଟି ଆୟୋଜନ କରିଥିବା ବେଳେ ୭ଟି କ୍ରୀଡ଼ା ବିଭାଗରେ ସଫଳତା ସାଉଁଟିଛି ସୋଆ। ଏହି ସଫଳତା ହାସଲ ନେଇ ବିଜୟୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ।

ଆୟୋଜିତ ପ୍ରତିଯୋଗିତାରେ ସୋଆର ଭଲିବଲ ପୁରୁଷ ଟିମ୍ ରନର୍ସ ଅପ୍ ଟାଇଟଲ ହାସଲ କରିଥିବା ବେଳେ ଖୋ ଖୋ ପୁରୁଷ ଟିମ୍ ଓ ଖୋ ଖୋ ମହିଳା ଟିମ୍ ମଧ୍ୟ ରନର୍ସ ଅପ୍ ଟାଇଟଲ୍ ହାସଲ କରିଛନ୍ତି। ସେହିପରି କବାଡି ପୁରୁଷରେ ମଧ୍ୟ ରନର୍ସ ଅପ୍ ଟାଇଟଲ୍ ହାସଲ କରିଛି ସୋଆ।

କ୍ରିକେଟ ପ୍ରତିଯୋଗିତାରେ ସୋଆ ବିଜେତା କପ୍ ହାତେଇଛି। ସେହିପରି ବ୍ୟାଡମିଂଟନ ମହିଳା ଓ ଇ-ସ୍ପୋର୍ଟ୍ସରେ ମଧ୍ୟ ଚାମ୍ପିଅନ୍ ଟାଇଟଲ୍ ହାସଲ କରିଛି ସୋଆ।

ବୁଧବାର ବିଜେତା ଟିମ୍ ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତୋରତର କାମନା କରିଛନ୍ତି ପ୍ରଫେସର ନାୟକ।

ସୂଚନା ଯୋଗ୍ୟ ଯେ, କବାଡି ଟିମ୍‌ର କୋଚ୍ ବିରଂଚି ନାରାୟଣ ନାୟକ ରହିଥିବା ବେଳେ ଖୋ ଖୋର କୋଚ ଭାବେ ରାକେଶ ଦାସ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଟେବୁଲ ଟେନିସ୍ କୋଚ ସାହିଦ୍ ହୁସେନ୍ ରହିଥିବା ବେଳେ ଭଲିବଲ୍‌ର ଆସିଷ୍ଟାଂଟ କୋଚ ହେଉଛନ୍ତି ପ୍ରିୟମ୍ବଦା ଦାଶ।

ବିଜେତା ଟିମ୍ ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କରିବା ସମୟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଫ୍ୟାକଲ୍ଟି କୋଅର୍ଡିନେଟର ସ୍ପୋର୍ଟ୍ସ (ଆଇଟିଇଆର୍‌) ଡକ୍ଟର ତନ୍ମୟ ପରିଡ଼ା, ଆସିଷ୍ଟାଂଟ ସ୍ପୋର୍ଟ୍ସ ମ୍ୟାନେଜର ଶ୍ରୀ ପ୍ରିୟମ୍ ମଲ୍ଲିକ, ବିଜେତା ଟିମ୍ ଓ ତାଙ୍କ କୋଚ ପ୍ରମୁଖ ଉପସ୍ଥିତ ଥିଲେ।

ଇଞ୍ଜିନିୟର୍ସ କପ୍‌ ଓୟୁଟିଆର ସୋଆର ସଫଳତା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026
Latest News

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.