Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ
ଆଜିର ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

ଭୁବନେଶ୍ୱର: କର୍କଟ ଭଳି ଦୁଃସାଧ୍ୟ ବ୍ୟାଧିକୁ ପରାସ୍ତ କରିହେବ। ଜୀବନ ଯୁଦ୍ଧରେ ଲଢ଼ୁଥିବା କର୍କଟ ରୋଗୀକୁ ଜିତାଇ ଆଣି ମୁହଁରେ ହସ ଫୁଟାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌। ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ, ଅଭିଜ୍ଞ ଡାକ୍ତରୀ ଟିମ୍ ଏବଂ ଉପଯୁକ୍ତ ସେବା ଓ ଯତ୍ନକୁ ଏକତ୍ରିତ ଭାବେ ଏହି କର୍କଟ ବିରୁଦ୍ଧ ଲଢ଼େଇରେ ସାମିଲ କରିଛି ପ୍ରସିଦ୍ଧି ଲାଭ କରିଥିବା ଏହି ହସ୍ପିଟାଲ୍‌।

ବୁଧବାର ଆଇଏମଏସ୍ ଆଣ୍ଡ ସମ ହସ୍ୱିଟାଲ୍‌, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବିଶ୍ୱ କର୍କଟ ଦିବସରେ କର୍କଟ ରୋଗକୁ ପରାସ୍ତ କରିବା ପାଇଁ କିଭଳି ମହତ ପ୍ରୟାସ କରାଯାଉଛି ସେ ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ହସ୍ପିଟାଲ୍ କର୍ତୃପକ୍ଷ।
ହସ୍ପିଟାଲର ମେଡିକାଲ୍ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ରେଡିଏସନ ଅଙ୍କୋଲୋଜି, କ୍ଲିନିକାଲ୍ ହେମାଟୋଲୋଜି, ଟ୍ରାନ୍ସଫ୍ୟୁଜନ ମେଡିସିନ୍‌, ପେଡିଆଟ୍ରିକ୍ ହେମାଟୋଅଙ୍କୋଲୋଜି, ପେନ୍ ଆଣ୍ଡ ପାଲିଆଟିଭ କେୟାର ବିଭାଗ ସମେତ ମଲିକ୍ୟୁଲାର ଆଣ୍ଡ ଜେନେଟିକ ଲ୍ୟାବ ଓ ହିଷ୍ଟୋପାଥୋଲୋଜି ଲ୍ୟାବ ମିଳିତ ଭାବେ କର୍କଟ ରୋଗୀଙ୍କର ଚିକିତ୍ସା କ୍ଷେତ୍ରରେ ସାମିଲ ହୋଇ ରୋଗୀଙ୍କ ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ସେମାନଙ୍କ ଚିକିତ୍ସା ଓ ସେମାନଙ୍କୁ ସୁସ୍ଥ ଓ କ୍ୟାନ୍ସର ମୁକ୍ତ କରିବାରେ ସମସ୍ତ ସାହାଯ୍ୟ ଓ ସହଯୋଗ କରୁଛନ୍ତି ବୋଲି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର।

ସେହିପରି କ୍ୟାନ୍ସର ଚିକିତ୍ସା ନେଇ ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି ଓ ରେଡିଏସନ୍ ଅଙ୍କୋଲୋଜି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ ଏବଂ ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଗଠିତ ଟ୍ୟୁମର ବୋର୍ଡ କେଉଁ ରୋଗୀଙ୍କୁ କିଭଳି ଚିକିତ୍ସା କରାଯିବ ତା’ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଚିକିତ୍ସା ପରିଚାଳନା କରୁଛନ୍ତି। ରୋଗୀଙ୍କ ଚିକିତ୍ସା ଓ ସୁସ୍ଥତାକୁ ଉତ୍କୃଷ୍ଟ ମାନକୁ ନେବା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା ପ୍ରଫେସର ସାମନ୍ତସିଂହାର ସୂଚନା ଦେଇଛନ୍ତି।

ସେହିପରି ଗୁରୁତର ଅସୁସ୍ଥ ଥିବା କର୍କଟ ରୋଗୀଙ୍କର କଷ୍ଟକୁ ଲାଘବ କରିବା ପାଇଁ ପେନ୍ ଆଣ୍ଡ ପାଲିଆଟିଭ କେୟାର ବିଭାଗ ଅନେକ ପଦକ୍ଷେପ ନେଊଥିବା ସେ ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌)ର ଡିନ୍ ପ୍ରଫେସର ରୁଚି ଭୂୟାଁ କହିଥିଲେ ଯେ କ୍ୟାନ୍ସର ବିରୁଦ୍ଧରେ ଆମେ ପ୍ରତ୍ୟେକ ଦିନ ଲଢ଼େଇ କରୁଛୁ। ତେବେ ମୁଖ ଗହ୍ୱର କର୍କଟ ରୋଗୀଙ୍କ କ୍ଷେତ୍ରରେ ତମାଖୁ ସେବନ ପ୍ରମୁଖ କାରଣ ହୋଇଥିବା ବେଳେ ଏଭଳି କୁଅଭ୍ୟାସକୁ ତ୍ୟାଗ କରିବା ନେଇ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏଥି ସହିତ ଏଭଳି ରୋଗୀଙ୍କ କ୍ଷେତ୍ରରେ ଆଇଡିଏସ୍‌ରେ ମ୍ୟାକ୍ସିଲୋଫେସିଆଲ ପ୍ରୋସ୍ଥେସିସ୍ ଚିକିତ୍ସା ଉପଲବ୍ଧ ଥିବା ନେଇ ସେ ସୂଚନା ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ଯୋଗ ଦେଇ ଦୃଢ଼ତା ଓ ବିଶ୍ୱାସ ବଳରେ କର୍କଟକୁ ପରାସ୍ତ କରାଯାଇ ପାରିବ ବୋଲି କହିଥିବା ବେଳେ ନର୍ସିଂ ଚିକିତ୍ସାର ଅନେକ ପ୍ରଶଂସା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ହାସ୍ୟ ଅଭିନେତା ଶଙ୍କର ପ୍ରଧାନ ସମସ୍ତଙ୍କୁ ହସାଇବା ସହ ହସ ହେଉଛି କର୍କଟ ରୋଗୀଙ୍କ ମୁଖ୍ୟ ଔଷଧ ବୋଲି କହିଥିଲେ। ସେହିପରି କଣ୍ଠଶିଳ୍ପୀ ଅଂଶୁମାନ ନାୟକ ସଂଗୀତ ପରିବେଷଣ କରି ସମସ୍ତଙ୍କୁ ଝୁମାଇଥିଲେ। ଅଂଶୁମାନ କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ମ୍ୟୁଜିକ୍ ଥେରାପି ଅନେକ ସହାୟ ହେଉଥିବା ବେଳେ ରୋଗୀମାନେ ଅଧିକ ମାତ୍ରାରେ ସଂଗୀତ ଶୁଣନ୍ତୁ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ମେଡିକାଲ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ସୌମ୍ୟସୁରଥ ପଣ୍ଡା, ହେମାଟୋ ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ, ପାଲିଆଟିଭ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ଶୁକଦେବ ନାୟକ, ଅଙ୍କୋପାଥୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଦେବାହୁତି ମହାପାତ୍ର, ପେଡିଆଟ୍ରିକ ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ସରୋଜ ପ୍ରସାଦ ପଣ୍ଡା ପ୍ରମୁଖ କ୍ୟାନ୍ସର ରୋଗର କାରଣ ଓ ନିରାକରଣକୁ ନେଇ ତଥ୍ୟ ପ୍ରଦାନ କରିଥିଲେ। ଶେଷରେ ସର୍ଜିକାଲ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ସୁନୀଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ କର୍କଟ ପରି ଦୁଃସାଧ୍ୟ ରୋଗ ସହ ଲଢ଼ୁଥିବା କୁନି କୁନି ପିଲାଙ୍କ ଦ୍ୱାରା ର‌୍ୟାମ୍ପ ସୋ, ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା।

କର୍କଟ ନିରାକରଣ ଅଭିଯାନ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026
Latest News

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026

ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ୱସ୍ତି, ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.