ଭୁବନେଶ୍ଵର: ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଡିଫେନ୍ସ କଲେଜ୍ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
ଏହି ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀ ମାନଙ୍କ ସମେତ ଆର୍ମେନିଆ, ଭୁଟାନ, ଶ୍ରୀଲଙ୍କା, ମଙ୍ଗୋଲିଆ, ଏବଂ ନେପାଳର ସେନାବାହିନୀ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମପାଇଁ “ଦେଶ” ର ଅର୍ଥ ହେଉଛି କେବଳ ଜାତୀୟ ସେବା। ଏହା ଆମର ପ୍ରତିବଦ୍ଧତା। ପ୍ରତ୍ୟେକ ସାମରିକ ଅଧିକାରୀଙ୍କ ଭାବାବେଗ ସହିତ ଆମର ଏହି ମନୋଭାବ ଗଭୀର ଭାବରେ ଜଡିତ ବୋଲି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ।


