Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୬ ଉଦଯାପିତ
ଆଜିର ଖବର

ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୬ ଉଦଯାପିତ

February 6, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୬ ଉଦଯାପିତ
ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୬ ଉଦଯାପିତ

ଭୁବନେଶ୍ଵର: ଉଦଯାପିତ ହୋଇଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୬। ଭୁବେନଶ୍ବରର ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ଗତ ୧୧ ଦିନ ଧରି ଚାଲିଥିବା ମେଳା ସଫଳତାର ସହ ଶେଷ ହୋଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁସୂଚିତ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମେଳାର ସଫଳତା ବିଷୟରେ ସୂଚନା ଦେଇଛନ୍ତି।

ଉଦଯାପନୀ ସମାରୋହରରେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ବା.ପରମେଶ୍ବରନ୍, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ପ୍ରେମଜିତ୍ ନାୟକ, ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ମୀନା, ବିତ୍ତ ପରାମର୍ଶଦାତା ବନିତା ଦାଶ, ସ୍ଵତନ୍ତ୍ର ଶାସନ ସଚିବ ସୁଜାତା ମିଶ୍ର, ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର ନନ୍ଦ, SCSTRTI ନିର୍ଦ୍ଦେଶକ ତଥା ATLC ମେମ୍ବର ସେକ୍ରେଟାରୀ ସୁଧାକର ଶବର ପ୍ରମୁଖ ଉପସ୍ଥିତ ଥିଲେ। ଏହି

ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଚଳିତ ବର୍ଷ ଆଦିବାସୀ ମେଳାରେ ୧୦ ଲକ୍ଷରୁ ଅଧିକ ଜନସମାଗମ ହୋଇଥିବା ବେଳେ ୪ କୋଟି ୨୨ ଲକ୍ଷ ବ୍ୟବସାୟ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ସ୍ଲୋଗାନ କୁ ଆଦିବାସୀ ମେଳା ପ୍ରତିଫଳିତ କରିଛି। ଏହି ମେଳା ଆମକୁ ମନେ ପକାଇଦେଇଛି ଯେ ପ୍ରଗତିର ଅର୍ଥ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ସଂସ୍କୃତି, ପରିଚୟ ଓ ମାନବିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ମଧ୍ୟ ପ୍ରଗତିର ଅଭିନ୍ନ ଅଂଶ। ଏଥିସହ ଆଦିବାସୀ ସାମଗ୍ରୀ ଓ ଆଦିବାସୀ କୁଡିଆକୁ ବେଶ୍ ପ୍ରଶଂସା କରିଛନ୍ତି ମନ୍ତ୍ରୀ। ଆଦିବାସୀଙ୍କ ଭାଷା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ଓ ପ୍ରୋତ୍ସାହିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗଠନ କରାଯାଇଛି । ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ରବୃତ୍ତି ବୃଦ୍ଧି, ଡ୍ରପଆଉଟ୍ ହାର ହ୍ରାସ କରିବା ନିମନ୍ତେ ପ୍ରୋତ୍ସାହନ ରାଶି ଏବଂ ପି.ଏମ ଜନମନ, ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ, ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିଶନର ପ୍ରଗତି ସମ୍ପର୍କରେ ମତ ପ୍ରକାଶ କରି କହିଛନ୍ତି, ବାସଗୃହ, ସଂଯୋଗୀକରଣ, ସ୍ବାସ୍ଥ୍ୟ, ଶିକ୍ଷା, ବିଦ୍ୟୁତିକରଣ ଏବଂ ଆର୍ଥିକ ବିକାଶକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି ।

କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ ରାଜ୍ୟ ଆଦିବାସୀ କଲ୍ୟାଣ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏଥିସହ ମନ୍ତ୍ରୀ ଆଦିବାସୀ ମେଳାର ସଫଳ ଆୟୋଜନ ନିମନ୍ତେ ବିଭାଗର ସମସ୍ତ ଅଧିକାରୀଙ୍କ ପ୍ରଶଂସା କରିଛନ୍ତି। ଆୟକ୍ତ ତଥା ଶାସନ ସଚିବ ବା.ପରମେଶ୍ବରନ୍ ଙ୍କ ନେତୃତ୍ବରେ ATLC ମେମ୍ବର ସେକ୍ରେଟାରୀ ସୁଧାକର ଶବର ଏବଂ ବିଭାଗୀୟ ସମସ୍ତ ଅଧିକାରୀ, କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମରେ ରାଜ୍ୟସ୍ତରୀୟ ମେଳାର ସଫଳ ଆୟୋଜନ ହୋଇପାରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ବିଭାଗର ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ମୀନା କହିଛନ୍ତି, ଆଜିର ପ୍ରତିଯୋଗିତାମୂଳକ ସମୟରେ ଆଦିବାସୀମାନଙ୍କୁ ମୁଖ୍ୟସ୍ରୋତର ସାମିଲ କରିବାର ଆବଶ୍ୟକତା ରହିଛି। ଆଦିବାସୀ ମେଳା କେବଳ ଐତିହ୍ୟର ପରିଚୟ ନୁହେଁ ବରଂ ଆଦିବାସୀ ସାମଗ୍ରୀକୁ ଏକ ବଜାର ଦେବାର ଏକ ପ୍ରୟାସ । ଏହା ମାଧ୍ୟମରେ ଆମେ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରୁଛୁ। ତେବେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସ୍ଵତନ୍ତ୍ର ଶାସନ ସଚିବ ସୁଜାତା ମିଶ୍ର ଧନ୍ୟବାଦ ଅର୍ପଣ କରିଛନ୍ତି।

ଉଦଯାପନୀ ସନ୍ଧ୍ୟାରେ ଗବେଷଣା ପତ୍ରିକା ‘ବନଜା’ ର ଶୁଭ ଉନ୍ମୋଚିତ ହୋଇଥିବା ବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ସ୍ମରଣିକା ‘ପାହାଚ ୨୦୨୬’ କୁ ମୁଖ୍ୟ ଅତିଥି ଅନାବରଣ କରିଛନ୍ତି । ୧୦ ଜଣ ସଫଳ ଜନଜାତି ଚାଷୀ, କୁଶଳୀ କାରିଗର ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ୩ ଗୋଟି ଶ୍ରେଷ୍ଠ କୁଡ଼ିଆ- କୁଟିଆ କନ୍ଧ ଘର, ଜୁଆଙ୍ଗ ମଣ୍ଡ ଘର, ପାହାଡିଆ ଖରିଆ ଘର ଓ ୩ ଜଣ ଜନଜାତି କ୍ଷୁଦ୍ର ବ୍ୟବସାୟୀ- ସୁନୟନା ସ୍ଵୟଂ ସହାୟକ ଗୋଷ୍ଠୀ, ସୁକନ୍ୟା ସ୍ଵୟଂ ସହାୟକ ଗୋଷ୍ଠୀ, ମହାଲକ୍ଷ୍ମୀ ମହିଳା ସଞ୍ଚୟ ସମିତି ଙ୍କୁ ପୁରସ୍କୃତ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ, ଭୁବନେଶ୍ୱର ଦ୍ୱାରା ଆଦିବାସୀ ମେଳା ଅନୁଷ୍ଠିତ ହୋଇଥିଲା। ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ଏବଂ କଳାବସ୍ତୁ ପ୍ରସ୍ତୁତି ପ୍ରଦର୍ଶନୀ, ଖାଦ୍ୟ ପ୍ରାଙ୍ଗଣ ସହ ଆଗାମୀ ଜନଗଣନାକୁ ଧ୍ୟାନରେ ରଖି ଏକ ସ୍ବତନ୍ତ୍ର ଷ୍ଟଲ୍ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏକ ଷ୍ଟଲ ର ମଧ୍ୟ ପ୍ରସ୍ତୁତି କରାଯାଇଥିଲା।

ଆଦିବାସୀ ମେଳା ୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.