ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ସହରରେ ଏକ ମାର୍କେଟ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାର ୧.୫ କୋଟି ଟଙ୍କା ମଂଜୁର କରିଥିବା ଜଣାପଡିଛି।
ରେଢ଼ାଖୋଲ ସହରର ବ୍ୟବସାୟ ମାନଙ୍କର ସୁବିଧା ପାଇଁ ସରକାର ଧ୍ୟାନ ଦେଇଥିବାରୁ ରେଢ଼ାଖୋଲ ଏନଏସି ର ଅଧ୍ୟକ୍ଷ ଶିବରାମ ସାହୁ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ସାଧୁବାଦ ମଧ୍ୟ ଜଣାଇଛନ୍ତି। ଖୁବ ଶୀଘ୍ର ଏହି ମାର୍କେଟ କମ୍ପ୍ଲେକ୍ସ କାମ ଆରମ୍ଭ ହେବ ବୋଲି ଜଣାପଡିଛି।


