ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସରକାରୀ ଅଧିକାରୀମାନଙ୍କ ପାଇଁ ଆୟୋଜିତ ହୋଇଥିବା ‘ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ’ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପ୍ରଶିକ୍ଷଣ ଶିବିରରେ ଶିକ୍ଷା ଲାଭ କରିଥିବା ବିଷୟବସ୍ତୁକୁ ନିଜର କର୍ମକ୍ଷେତ୍ରରେ ସରକାରୀ ଅଧିକାରୀମାନେ ପ୍ରୟୋଗ କରିବା ସହ ଓଡ଼ିଆରେ ସମସ୍ତ ପ୍ରଶାସନିକ କାର୍ଯ୍ୟକୁ ସମ୍ପାଦନ କରିବେ।
ଏହି ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଶିଶୁଲେଖା, ବର୍ଣ୍ଣମାଳା ଆଲୋଚନା, ବିଜୟ ପ୍ରସାଦ ମହାପାତ୍ର ଜୀବନୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏହି ଶିବିରରେ ୧୩ଟି ବିଭାଗର ୧୦୦ରୁ ଅଧିକ ସରକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ।


