Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁଇଟି ପୁସ୍ତକକୁ ଲୋକାର୍ପଣ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ଆଜିର ଖବର

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁଇଟି ପୁସ୍ତକକୁ ଲୋକାର୍ପଣ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

February 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ
ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁଇଟି ପୁସ୍ତକକୁ ଉନମୋଚନ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭାରତୀୟ ରାଜନୀତିର ପ୍ରତିଷ୍ଠିତ ବ୍ୟକ୍ତିତ୍ବ, ଓଡ଼ିଶାର ଗର୍ବ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ, ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ରଚିତ ଓଡ଼ିଆ ପୁସ୍ତକ ‘ଏ ମାଟି କଥା କହେ’ ଏବଂ ଇଂରାଜୀ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ର ଲୋକାର୍ପଣ ହୋଇଯାଇଛି। ରାଜ୍ୟପାଳ ଡ ହରିବାବୁ କୁମ୍ବମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଲୋକାର୍ପଣ କରିଛନ୍ତି।

ଭୁବନେଶ୍ବରର କୃଷି ବିଶ୍ବବାଦ୍ୟାଳୟର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ଲେଖକ ବିଶ୍ବଭୂଷଣ ହରିଚନ୍ଦନ ଉପସ୍ଥିତ ରହି ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ପାଇକ ପୁଅ ଭାବେ ପରିଚିତ ବିଶ୍ବଭୂଷଣ ହରିଚନ୍ଦନଙ୍କ ଏହି ଦୁଇଟି ପୁସ୍ତକ ଓଡିଶାର ପାଇକ ବିଦ୍ରୋହ ଏବଂ ପାଇକ ବିରତ୍ବର ଗାଥା ବର୍ଣ୍ଣିତ କରାଯାଇଛି। ପୁସ୍ତକ ସଂପର୍କରେ ଖୋଦ ବିଶ୍ବଭୂଷଣ ହରିଚନ୍ଦନ ନିଜର ପାଇକ ଚେତନାକୁ ପରିପ୍ରକାଶ କରିଥିଲେ।

ପୁସ୍ତକ ଦ୍ବୟକୁ ଉନମୋଚନ କରି ରାଜ୍ୟପାଳ କୁମ୍ବମପାଟି ବିଶ୍ବଭୂଷଣଙ୍କ ଏହି ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ପୁସ୍ତକଦ୍ୱୟରେ ମାତୃଭୂମି ପ୍ରତି ନିଷ୍ଠାପୂର୍ଣ୍ଣ ସେବା ଓ ଅପାର ଭଲପାଇବା, ଦେଶପ୍ରେମ ଏବଂ ସମାଜ ପ୍ରତି ମଣିଷର ଦାୟିତ୍ୱବୋଧ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି। ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱଗାଥା ସହ ଓଡ଼ିଶାର ଗୌରବମୟ ଅତୀତ, ଗର୍ବିତ ପରମ୍ପରା, ସ୍ୱାଭିମାନ ଓ ବୀରତ୍ୱକୁ ଏହି ପୁସ୍ତକଦ୍ୱୟରେ ସଜୀବ ଭାବେ ଉପସ୍ଥାପନ କରାଯାଇଛି। ଏହା ଆଜିର ଯୁବପିଢ଼ିଙ୍କ ମନରେ ଜାତୀୟ ଭାବନା ଅଙ୍କୁରିତ କରିବ ବୋଲି ଦୃଢ଼ ଆଶା ରହିଛି।

ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ଅଭିଭାଷଣ ରଖି କହିଥିଲେ ଯେ,ବିଶ୍ବଭୂଷଣଙ୍କ ପ୍ରେରଣାଦାୟୀ ଆତ୍ମଜୀବନୀ ‘ସଂଗ୍ରାମ ସରିନାହିଁ’, ପାଠକ ମହଲରେ ଅନେକ ପ୍ରଂଶସା ସାଉଁଟିଛି । ଏହି ଗ୍ରନ୍ଥଗୁଡ଼ିକର ଇଂରାଜୀ, ହିନ୍ଦୀ ଓ ତେଲୁଗୁ ଅନୁବାଦ ମାଧ୍ୟମରେ ସେ ସାରା ଦେଶରେ ଓଡ଼ିଆ ସାହିତ୍ୟ ଓ ଚିନ୍ତାଧାରାକୁ ପରିଚିତ କରାଇଛନ୍ତି।

ଏପରି ଜଣେ ଅନୁଭବୀ ମହାନ୍‌ ସାରସ୍ୱତ ସାଧକଙ୍କ ଲେଖନୀରୁ ଜନ୍ମ ନେଇଥିବା ଏହି ପୁସ୍ତକଗୁଡ଼ିକ ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଓ ସାଧାରଣ ପାଠକ — ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହେବ ବୋଲି ମୋର ଦୃଢ଼ ବିଶ୍ୱାସ।

ବିଶ୍ୱଭୂଷଣ ବାବୁ, ଆମ ସମସାମୟିକ ରାଜନୈତିକ ଜୀବନରେ ସବୁଠାରୁ ଅଭିଜ୍ଞ ଓ ସବୁଠାରୁ ଜ୍ଞାନୀ । ତାଙ୍କର ଦୀର୍ଘ ଅଭିଜ୍ଞତାପୂର୍ଣ୍ଣ ଜୀବନ ହିଁ ଆମ ପାଇଁ ପଥପ୍ରଦର୍ଶକ। ବକ୍ସିଙ୍କ ପରି ସେ କେବେ ସାଲିସ୍‌ କରିନାହାନ୍ତି ଏବଂ ଗୋପବନ୍ଧୁଙ୍କ ପରି ଜନସେବାରେ ନିୟୋଜିତ ଥାଇ ମଧ୍ୟ ସାରସ୍ୱତ ସାଧନାକୁ ମଧ୍ୟ ଛାଡ଼ିନାହାନ୍ତି । ଏହା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ।

ଏହି ଉତ୍ସବ ମଞ୍ଚରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ, ସାହିତ୍ୟିକ ବିଜୟାନନ୍ଦ ସିଂହ ଏବଂ ଅନୁବାଦକ ଭଗବାନ ଜୟସିଂହ ଉପସ୍ଥିତ ଥିଲେ। ଏଥିସହିତ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡେଇ, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ସାହିତ୍ୟିକ ଗୌରହରି ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଏ ମାଟି କଥା କହେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବିଶ୍ୱଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଖାମେନେଇଙ୍କ ହତ୍ୟା ବିରୋଧରେ ହିଂସାତ୍ମକ ପ୍ରତିବାଦ ଜାରି: ଲୁହବୁହା ଗ୍ୟାସ୍ ମାଡ଼ କଲା ପୋଲିସ 

March 2, 2026

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026
Latest News

ଖାମେନେଇଙ୍କ ହତ୍ୟା ବିରୋଧରେ ହିଂସାତ୍ମକ ପ୍ରତିବାଦ ଜାରି: ଲୁହବୁହା ଗ୍ୟାସ୍ ମାଡ଼ କଲା ପୋଲିସ 

March 2, 2026

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.