Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର ଧକ୍କାରେ ଅଜା ମୃତ, ନାତି ଆହତ
ଆଜିର ଖବର

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କାର ଧକ୍କାରେ ଅଜା ମୃତ, ନାତି ଆହତ
କାର ଧକ୍କାରେ ଅଜା ମୃତ, ନାତି ଆହତ

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଡିଶାପଲୀ ଗ୍ରାମରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ଜଣାପଡିଛି। ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଡିଶାପଲି ଗ୍ରାମର ମହେଶ୍ୱର ବିଷୋୟୀ ନିଜ ୫ ବର୍ଷର ନାତି ସହିତ ବେଲଗୁଣ୍ଠା ନୃସିଂହ ମନ୍ଦିର ଦର୍ଶନ ସାରି ରାତ୍ର ୮ ଘଣ୍ଟା ସମୟରେ ସାଇକେଲରେ ନିଜ ଗାଁ ଗାଡିଶାପଲ୍ଲୀ ଫେରିବା ସମୟରେ ଅଢେଇଗାଁ ସ୍କୁଲ ନିକଟରେ ବିପରୀତ ପଟୁ ଆସୁଥିବା ଏକ କାର ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଅଜା ନାତି ରାସ୍ତା କଡରେ ଛିଟିକି ପଡିବାରୁ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା।

ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ଏକ ଡାଲା ଅଟୋରେ ଆଣି ବେଲଗୁଣ୍ଠା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ମହେଶ୍ୱରଙ୍କୁ ମୃତ ଘୋଷଣା କରିଥିବା ବେଳେ ୫ ବର୍ଷ ନାତିର ମୁଣ୍ଡ ଫାଟିଯାଇଥିବାରୁ ବେଲଗୁଣ୍ଠାରେ ଚିକିତ୍ସା କରାଯାଉଛି।

ଖବର ପାଇ ବେଲଗୁଣ୍ଠା ଥାନା ଏସଆଇ ବିଶ୍ୱରଞ୍ଜନ ନାୟକ ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।

ଅଜା ମୃତ ନାତି ଆହତ ବେଲଗୁଣ୍ଠା ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026

ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟିର ନିବେଶ ପ୍ରସ୍ତାବ

February 8, 2026

ଜାମ୍ମୁ-କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ଆକଳନ ଲାଗି ବୈଠକ

February 8, 2026

ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ

February 8, 2026
Latest News

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ବୟନ ଶିଳ୍ପ ପାଇଁ ପ୍ରମୁଖ ପ୍ରୋତ୍ସାହନ

February 8, 2026

ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟିର ନିବେଶ ପ୍ରସ୍ତାବ

February 8, 2026

ଜାମ୍ମୁ-କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ଆକଳନ ଲାଗି ବୈଠକ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.