Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ
ଆଜିର ଖବର

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ
୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

ଭୁବନେଶ୍ଵର: ଆଜି କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ଶୁଭାରମ୍ଭ ହୋଇଯାଇଛି। ବିନୟତୋଷ ମିଶ୍ର, ଆଇପିଏସ, ଡିଜିପି, କ୍ରାଇମବ୍ରାଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିବା ସହ ଏହି ଚାମ୍ପିୟନସିପ ଓଡିଶା ପୋଲିସର ଶୃଙ୍ଖଳା, ସଂଯମତା ଓ ସହନଶୀଳତାର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ।

ଏହି ରାଜ୍ୟସ୍ତରୀୟ କ୍ରୀଡା ମାଧ୍ୟମରେ ଓଡ଼ିଶା ପୋଲିସର କାର୍ଯ୍ୟରତ କର୍ମଚାରୀମାନେ ନିଜ ଶାରୀରିକ ଓ ମାନସିକ ଦକ୍ଷତାକୁ ପ୍ରତିପାଦିତ କରିବାର ଏକ ସୁଯୋଗ ବୋଲି କହିଥିଲେ। ଏହାସହ ଚଳିତବର୍ଷ ପ୍ରତିଯୋଗିତାରେ ମହିଳା କ୍ରୀଡାବିତଙ୍କର ସଂଖ୍ୟା ପୂର୍ବ ଅପେକ୍ଷା ବୃଦ୍ଧିପାଉଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ।

ବିଗତ ଦିନରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଜାତୀୟ ଓ ଆନ୍ତର୍ଜାତୀୟ ପୋଲିସ କ୍ରୀଡା ପ୍ରତିଯୋଗିତାରେ ଅସାଧାରଣ ସଫଳତା ହାସଲ କରି ରାଜ୍ୟ ତଥା ପୋଲିସ ବିଭାଗର ଗୌରବ ବୃଦ୍ଧି କରିଛନ୍ତି। ଆଗାମୀ ଦିନରେ ଏହି ଚାମ୍ପିୟନସିପରୁ ସଫଳ ପ୍ରତିଯୋଗୀ ମାନେ ସର୍ବଭାରତୀୟ ପୋଲିସ ଅଥଲେଟିକ୍ ଚାମ୍ପିୟନସିପ ସହିତ ଅନ୍ୟାନ୍ୟ ବଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶା ପୋଲିସକୁ ଗର୍ବିତ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏଭଳି ଚାମ୍ପିୟନସିପ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଡିଜିପି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ରାଜ୍ୟ, ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବାରୁ ପରସ୍ପର ମଧ୍ୟରେ ଉତ୍ତମ ସମ୍ମନ୍ଵୟ ସୃଷ୍ଟିହେବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଚାମ୍ପିୟନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୩୬ ଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୫୦୨ ଜଣ ଖେଳାଳି ସାମିଲ ହୋଇଛନ୍ତି। ୪୨୭ ଜଣ ପୁରୁଷ ଓ ୭୫ ଜଣ ମହିଳା ଏହି ଚାମ୍ପିୟନସିପରେ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

କାର୍ଯ୍ୟକ୍ରମରେ ଅଥଲେଟିକ୍ ଚାମ୍ପିୟନସିପର ଅଧ୍ୟକ୍ଷ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଆଇଜିପି (କାର୍ମିକ) ଏସ. ପ୍ରବୀଣ କୁମାର, ଆଇଜିପି (ଏସଏପି) ଗଜଭିଏ ସତିଶ କୁମାର, ଆଇଜିପି (ଗୁଇନ୍ଦା) ଜୟ ନାରାୟଣ ପଙ୍କଜ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିସିପି (କଟକ) ଖିଲାରୀ ଋଷିକେଶ ଦ୍ୟାନଦେଓ, ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

କଟକ ବକ୍ସି ବଜାର ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

February 8, 2026

ବିଶ୍ୱ ରେକର୍ଡ କଲା ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ୱକପ୍ ରେ କଲା ଏହି କୀର୍ତ୍ତିମାନ

February 8, 2026

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026
Latest News

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026

ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

February 8, 2026

ବିଶ୍ୱ ରେକର୍ଡ କଲା ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ୱକପ୍ ରେ କଲା ଏହି କୀର୍ତ୍ତିମାନ

February 8, 2026

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.