Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ
ଆଜିର ଖବର

ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ

February 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ
ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ଵର ସ୍ଥିତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଆଇ ଆରସି ଭିଲେଜ ଠାରେ ଦୁଇ ଦିନ ଧରି ଚାଲିଥିବା ପିଏମ୍ ଶ୍ରୀ ଉତ୍ସବ ଉଦଯାପିତ ହୋଇଯାଇ ଅଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦାନ କରି ବିକଶିତ ଓଡିଶା ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଗୁରୁତ୍ୱ ଆରୋପ କରି ଏକ ନୂତନ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ଦିଗଦର୍ଶନ ଦେଇଥିଲେ।

ମୁଖ୍ୟ ବକ୍ତା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଅଭିଳାଷ ଓ ଆତ୍ମ ନିର୍ଭରଶିଳ ହେବା ପାଇଁ ପ୍ରେରଣା ଦେଇଥିଲେ।

ସମ୍ମାନିତ ଅତିଥି ରୂପେ ମଧ୍ୟ ଭୂବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପାଭିଲିଅନ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଭୁରି ଭୁରି ପ୍ରଶଂସା କରିଥିଲେ।

ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡା, ପ୍ରଜ୍ଞା ପରମିତା ଜେନା ଓ ବିଜୟ କୁମାର ବେହେରା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବେହେରା ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ।

ଉକ୍ତ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ର ଛାତ୍ରୀଙ୍କର ସୃଜନଶୀଳତାର ବିକାଶ ସଂଗେ ସଂଗେ ୨୦୩୬ ନୂତନ ଓଡିଶା ଗଢିବାପାଇଁ ରୂପରେଖ ପ୍ରସ୍ତୁତ କରିବା। ଛାତ୍ରଛାତ୍ରୀ ମାନେ ସାହିତ୍ୟ, ବିଜ୍ଞାନ, କୌଶଳୀ କ୍ରୀଡ଼ାଙ୍ଗନା ଓ ବ୍ୟବସାୟ ଉପରେ ଆଧାରିତ ବିଭିନ୍ନ ପ୍ରକଳ୍ପ ଉପସ୍ଥାପନା କରି ନୂତନ ଓଡିଶା ଗଠନ ନିମନ୍ତେ ମୂଳ ଦୁଆ ପକାଇଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ୱାରା ଅଭିନୀତ ଛାୟା ସଂସଦ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।

କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୁତ କରାଯାଇଅଛି ଓ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦୁଇ ଦିନକୁ ମହା ଆନନ୍ଦରେ ପାଳନ କରିଥିଲେ। ସମସ୍ତ କାର୍ଯ୍ୟକୁ ସମଗ୍ର ଶିକ୍ଷା ଖୋର୍ଦ୍ଧାର ବରିଷ୍ଠ ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି ସାଫଲ୍ୟମଣ୍ଡିତ କରାଇଥିଲେ।

ଆଇ ଆରସି ଭିଲେଜ ପିଏମ୍.ଶ୍ରୀ ଉତ୍ସବ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ଵର
Share. Facebook Twitter LinkedIn Email WhatsApp Copy Link

Related Posts

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

IPL ପାଇଁ ୧୫ଟି ସହରରେ ହେବ ଫ୍ୟାନ୍ ପାର୍କ: ଜାଣନ୍ତୁ ଓଡିଶାରେ କେବେ ଓ କେଉଁଠି?

March 23, 2026

ଭାରତ ପାଇଁ ବଡ଼ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀ ପାର କଲେ ଦୁଇଟି LPG ଟ୍ୟାଙ୍କର୍ 

March 23, 2026

ଜୀ-ସାର୍ଥକର ବଡ଼ ଉପହାର: “ଦେଖନ୍ତୁ ଲଗାତାର ଜିତନ୍ତୁ କାର”

March 23, 2026
Latest News

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026

IPL ପାଇଁ ୧୫ଟି ସହରରେ ହେବ ଫ୍ୟାନ୍ ପାର୍କ: ଜାଣନ୍ତୁ ଓଡିଶାରେ କେବେ ଓ କେଉଁଠି?

March 23, 2026

ଭାରତ ପାଇଁ ବଡ଼ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀ ପାର କଲେ ଦୁଇଟି LPG ଟ୍ୟାଙ୍କର୍ 

March 23, 2026

ଜୀ-ସାର୍ଥକର ବଡ଼ ଉପହାର: “ଦେଖନ୍ତୁ ଲଗାତାର ଜିତନ୍ତୁ କାର”

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.