ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମର ମିଳିତ ସହଯୋଗରେ ଗୋଷାଣୀନୂଆଗାଁ ସ୍ଥିତ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ପରିସରରେ ମାଗଣା କର୍କଟ ନିରୂପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଟିତ ହୋଇ ଯାଇଛି।
ଏହି ସଚେତନତା ଶିବିରକୁ କ୍ରାନ୍ତି ଅନୁଷ୍ଠାନ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାଶ ପରିଚାଳନା କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସପିଟାଲ ର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିଲିପ କର,ଆୟୁର୍ବେଦ ବିଶାରଦ ଡାକ୍ତର ସୁରଜିତ ପାଣିଗ୍ରାହୀ , ସିତଲାପଲ୍ଲି ସ୍ଥିତ ସମ୍ ହସପିଟାଲ ହେମାଟୋଲଜୀ ବିଶେଷଜ୍ଞ ଡାକ୍ତର ଅସ୍ରତ ବାନୋ, ବ୍ରହ୍ମପୁର ନଗର ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଆସ୍ଥା, ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ପଣ୍ଡା ଓ ରୁବି ଚକ୍ଷୁ ଚିକିତ୍ସାଳୟ ଓ ଲାସିକ ସେଣ୍ଟର ର ଟିମ୍ ପ୍ରମୂଖ ଯୋଗଦେଇ ଚିକିତ୍ସା କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ।
ଆଜିର ସଚେତନତା ଶିବିରରେ ୨୮୧ ଜଣ ରୋଗୀଙ୍କୁ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଏହି ଶିବିରରେ ଚାରି ଜଣ ଙ୍କୁ କର୍କଟ ରୋଗ ଥିବାର ଆଶଙ୍କା କରାଯାଇ ଥିଲା।


