ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ୱଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ବଡ଼ମାଳ ସ୍ଥିତ ହାଇସ୍କୁଲ ପଡିଆରେ ଟିକିରା ଗୋସାଇଁ ଯୁବକ ସଂଘ ଆନୁକୁଲ୍ୟରେ ନୃତ୍ୟଗୀତର ବର୍ଣ୍ଣିଳ ପାର୍ବଣ ବଡ଼ମାଳ ମହୋତ୍ସବ ଦହନା ଉଦଯାପିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ଧର୍ମୁଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବିଭିନ୍ନ ପର୍ଯ୍ୟାୟରେ ବିରୋଧୀଦଳ ଉପନେତା ତଥା ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଏବଂ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ରେଢାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ଚାରମାଳ ଥାନା ଅଧିକାରୀ ବେଦପ୍ରକାଶ ନନ୍ଦ, ସ୍ଥାନୀୟ ଫାଣ୍ଡି ଅଧିକାରୀ ତପନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଜିଲ୍ଲାପରିଷଦ ସଭ୍ୟ ଶରତ ପ୍ରଧାନ, ବୁର୍ଡା ସରପଞ୍ଚ ରାଜା ପାଲ୍, ଶିକ୍ଷକ ପଦ୍ମନାଭ ପ୍ରଧାନ, ଯୁବ ବିଜ୍ଞାନିକ ଡ. ଶେଷ କିଶନ, ରେଙ୍ଗାଲି ସରପଞ୍ଚ ଶୈରେନ୍ଦ୍ରି ଭୋଇ, ଯୁଜୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ,ପାରଳାଖେମୁଣ୍ଡି ଅଧିକ୍ଷଣ ଯନ୍ତ୍ରୀ ଇଂ ବିରେନ୍ଦ୍ର ଜଗତ, ଭାଜପା ନେତା ଗୋବିନ୍ଦ ଅଗ୍ରୱାଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସୁବ୍ରତ ତ୍ରିପାଠୀ ସଭାକାର୍ଯ୍ୟକୁ ସଂଯୋଜନା କରିଥିବା ବେଳେ ଷଡାନନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲା। ସଭାରେ ଦୀନବନ୍ଧୁ ସାହୁଙ୍କ ସମଲେଇ ଭଜନ ରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ପରେ ପରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ପେଣ୍ଠବାହାଲର ମହିଳା ସଙ୍କୀର୍ତ୍ତନ , ବଡ଼ମାଳ ର ନଚନିଆଁ, ବାଉଁଶୁଣି (ବୌଦ୍ଧ) କଳାକାର ମାନଙ୍କ ଦ୍ବାରା ସମ୍ବଲପୁରୀ, ଡାଲଖାଇ, ଯାଜପୁର ବୀଣାପାଣି କଳା ପରିଷଦ ର ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ, ଜୟ ଜଗନ୍ନାଥ କଲେଜ ର ଛାତ୍ରୀ ମାନଙ୍କ ଦ୍ଵାରା ଲୋକନୃତ୍ୟ ଆଦି ପର୍ଯ୍ୟାୟ କ୍ରମେ ପରିବେଷଣ ହୋଇଥିଲା।
ମଞ୍ଚରେ ହାସ୍ୟ କବି ଦେବେନ୍ଦ୍ର ସାହୁ, ଆଲୋକ ବଢେଇ ଓ ଶିଶିର ପୁରୋହିତଙ୍କ ଦ୍ଵାରା ହାସ୍ୟ ରସ କବିତା ଦର୍ଶକଙ୍କୁ ବେଦମ୍ କରିଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଯୁବା ମହୋତ୍ସବ ରେ କଣ୍ଠଶିଳ୍ପୀ ଶୁଶ୍ରୀତା ପାଣିଗ୍ରାହୀ, ଆଶିଷ କୁମ୍ଭାର, ରାଜୁ ନନ୍ଦ, ଆଲିଶା ବାଗ ଙ୍କ ସମ୍ବଲପୁରୀ ଓ ଆଧୁନିକ ଗୀତ ମତୁଆଲା କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁବ୍ରତ ତ୍ରୀପାଠୀ ଓ ରୋସନି ବାବୁ ସଂଯୋଜନା କରିଥିଲେ।


