Coal Exchange Proposal Approved: ଏନଏସଇ ବୋର୍ଡ NSE Board ପକ୍ଷରୁ ଏହାର ପ୍ରସ୍ତାବିତ ଆଇପିଓ ((Initial Public Offering) ସମ୍ପର୍କିତ ପ୍ରମୁଖ ନିଷ୍ପତି ନିଆଯାଇଛି । ଯେଉଁଥିରେ ଏକ ଉତ୍ସର୍ଗୀକୃତ ଆଇପିଓ କମିଟିର ପୁନର୍ଗଠନ ମାଧ୍ୟମରେ ଏହାର ପରିଚାଳନା ଢାଂଚାକୁ ଅଧିକ ସୁଦୃଢ କରିବା ଅନ୍ତର୍ଭୁକ୍ତ ରହିଛି । ଏନଏସଇ ବୋର୍ଡ ନିୟାମକୀୟ ଅନୁମୋଦନ ଅନୁଯାୟୀ ଏକ କୋଲ୍ ଏକ୍ସଚେଞ୍ଜ ସ୍ଥାପନ କରିବା ପାଇଁ ଏକ ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥାର ଅନ୍ତର୍ଭୁକ୍ତୀକରଣକୁ ଅନୁମୋଦନ ଦେଇଛି ।
ପୁନର୍ଗଠିତ ଆଇପିଓ କମିଟିରେ ଅନ୍ତର୍ଭୁକ୍ତ ଥିବା ସଦସ୍ୟମାନେ ହେଉଛନ୍ତି: ଶ୍ରୀ ତବଲେଶ ପାଣ୍ଡେ- ଅଧ୍ୟକ୍ଷ (ଅଣସ୍ୱାଧୀନ ନିର୍ଦ୍ଦେଶକ), ଶ୍ରୀ ଶ୍ରୀନିବାସ ଇଞ୍ଜେଟି- ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ), ପ୍ରଫେସର. (ଡଃ). ମମତା ବିଶ୍ୱାଳ – ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ), ଜଷ୍ଟିସ (ଅବସରପ୍ରାପ୍ତ) ଶ୍ରୀମତି ଅଭିଳାଷା କୁମାରୀ- ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ), ପ୍ରଫେସର.ଜି. ଶିବକୁମାର – ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ) ଏବଂ ଶ୍ରୀ ଆଶିଷ କୁମାର ଚୌହାନ – ସଦସ୍ୟ (ପରିଚାଳନା ନିର୍ଦ୍ଦେଶକ ଓ ସିଇଓ) ଇତ୍ୟାଦି ।
ଏହି ପ୍ରସ୍ତାବିତ ସହାୟକ ସଂସ୍ଥାର ନାମ ନ୍ୟାଶନାଲ କୋଲ୍ ଏକ୍ସଚେଞ୍ଜ, ଭାରତ କୋଲ୍ ଏକ୍ସଚେଞ୍ଜ କିମ୍ବା ଇଣ୍ଡିଆ କୋଲ୍ ଏକ୍ସଚେଞ୍ଜ ହୋଇପାରେ, ଯାହା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଅଟେ । ଏହି କୋଲ୍ ଏକ୍ସଚେଞ୍ଜକୁ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଅଧିସୂଚିତ କୋଲ୍ ରେଗୁଲେଶନ୍ସ, ୨୦୨୫ ସହ ସମନ୍ୱୟରେ ଅନ୍ତର୍ଭୁକ୍ତ କରାଯିବ । ଏନଏସଇ ପକ୍ଷରୁ ପ୍ରସ୍ତାବିତ କୋଲ୍ ଏକ୍ସଚେଞ୍ଜ ସବ୍ସିଡିଆରୀ ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗକୁ ମଞ୍ଜୁର କରାଯାଇଛି । ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ହେଉଛି ଭାରତର ଏକ ଅଗ୍ରଣୀ ଷ୍ଟକ୍ ମାର୍କେଟ ପ୍ଲାଟଫର୍ମ ଏବଂ ବିଶ୍ୱର ଅନ୍ୟତମ ସର୍ବବୃହତ ଡେରିଭେଟିଭ୍ ଏକ୍ସଚେଞ୍ଜ ଅଟେ।


