ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ଆସ୍କା ବ୍ଲକ ଅଫିସ କନଫରେନ୍ସ ହଲ ପରିସରରେ ଏକ ଆଇନଗତ ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରାସ୍ତା ସୁରକ୍ଷା, ଏମ.ଏ.ସି.ଟି, ଏବଂ ଏମ.ଭି ଆଇନ,ପରିବର୍ତ୍ତିତ ଦାବି ଟ୍ରିବ୍ୟୁନାଲ ସହମତି ପ୍ରକ୍ରିୟା, ବିକଳ୍ପ ବିବାଦ ସମାଧାନ କୌଶଳ, ସାର୍ବଜନୀନ ଉପଯୋଗୀତା ସେବା,ଏଲ.ଏସ.ଏ, ୧୯୮୭ ର ଅଧ୍ୟାୟ ଭି.ଆଇ.ଏ ଅନ୍ତର୍ଗତ ଯୋଜନାର ପ୍ଲାସ୍ ଲାଭ ଉପରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲା ଜଜ ତାଲୁକ, ଆସ୍କା ମନୋଜ କୁମାର,ସବ-ଜଜ ଆସ୍କା ସୁକାନ୍ତ କିଶୋର ଜେନା, ଜେ.ଏମ.ଏଫ.ସି(ସିଟି) ଆସ୍କା ତୃପ୍ତି ଦାସ,ଜେ.ଏମ.ଏଫ.ସି (ଟ୍ରାଏଲ) ଆସ୍କା ଜେ.ମୋହିନୀ, ସିଭିଲ ଜଜ୍ ଜୁନିଅର ଡିଭିଜନ ଆସ୍କା ଝିଲ୍ଲୀଲିନା ନାୟକ, ଜେଏମଏଫସି (ସିଓଜି) ଆସ୍କା ଏ. ଗୀତାଞ୍ଜଳି ନାଇଡ଼ୁ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଆସ୍କା ଅଞ୍ଚଳର ବହୁ ଜନ ସାଧାରଣ ଉପସ୍ଥିତ ରହିଥିଲେ। ତେଵେ କାର୍ଯ୍ୟକ୍ରମଟି ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଦ୍ୱାରା ସଫଳ ରୂପେ ପରିଚାଳିତ ହୋଇଛି।


