Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ
ଆଜିର ଖବର

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
20th Toshali Swadeshi Mela to Begin at Janata Maidan
20th Toshali Swadeshi Mela to Begin at Janata Maidan

ଭୁବନେଶ୍ଵର: ୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି ମେଳା ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ରଖି କହିଥିଲେ, ବୁଣାକାର ଓ କାରିଗରଙ୍କ ପାଇଁ ତୋଷାଳି ସ୍ଵଦେଶୀ ମେଳା ସମୃଦ୍ଧିର ମହାକୁମ୍ଭ ହେବ। ସେମାନଙ୍କ ଜୀବନ-ଜୀବିକାକୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି।

ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଥିଲେ, ୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ଆମର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ପ୍ରକୃତ ନିଦର୍ଶନ ସାଜିବ। ପାରମ୍ପରିକ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ସାମଗ୍ରୀର ବିକ୍ରୟ ନିମନ୍ତେ ଏହି ମେଳା ଭଲ ସୁଯୋଗ ପ୍ରଦାନ କରିବ।

ସୂଚନାଯୋଗ୍ୟ, ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଚଳିତବର୍ଷ “୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା” ଚଳିତ ୧୪ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜନ ହେବାକୁ ଯାଉଛି। ଚଳିତବର୍ଷର ଥିମ୍ ରହିଛି ସ୍ଵଦେଶୀ ଓ ଆତ୍ମନିର୍ଭର ଭାରତ। ଓଡ଼ିଶା ସମେତ ଦେଶର ୨୦ଟି ରାଜ୍ୟର କାରିଗର, ବୁଣାକାରମାନେ ଏହି ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ।

ଚଳିତବର୍ଷ ଏହି ମେଳାରେ ୯୦୫ ଗୋଟି ଷ୍ଟଲର ଆୟୋଜନ ହୋଇଛି। ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରାୟୋଜିତରେ ବିଭିନ୍ନ ରାଜ୍ୟରୁ ୧୫୦ ଗୋଟି ଷ୍ଟଲରେ ହସ୍ତଶିଳ୍ପ କାରିଗର ଏବଂ ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ ଷ୍ଟଲରେ ବୁଣାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ। ସେହିପରି ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ପ୍ରଯୋଜନାରେ ଯଥାକ୍ରମେ ୨୮୧ ଜଣ କାରିଗର ଓ ୧୫୦ ଜଣ ବୁଣାକାର ସେମାନଙ୍କ ଉତ୍ପାଦ ଷ୍ଟଲରେ ପ୍ରଦର୍ଶନ କରିବେ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବର୍ଗର ଉତ୍ପାଦ ୨୦୦ ଗୋଟି ଷ୍ଟଲରେ ଉପଲବ୍ଧ ହେବ । ୬୦ ଗୋଟି ଷ୍ଟଲରେ ଦର୍ଶକମାନେ ସ୍ଵଦେଶୀ ଖାଦ୍ୟର ସ୍ଵାଦ ଚାଖିବେ । ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶା, ଉତ୍କଳିକା ୪ ଗୋଟି ଷ୍ଟଲରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ ।

ହସ୍ତଶିଳ୍ପ; ହସ୍ତତନ୍ତ ଓ ବୟନ ଏବଂ ରେଶମ କ୍ଷେତ୍ରକୁ ନେଇ ପୃଥକ ପୃଥକ ଭାବେ ୩ ଗୋଟି ଥିମ୍ ପାଭିଲିଅନ୍ ପ୍ରସ୍ତୁତ ହୋଇଛି । ଏହି ଥିମ୍ ପାଭିଲିଅନ୍ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନାର ସଫଳତା ଏବଂ ଘୋଷଣାନାମା ଓ ନୂତନ ପଦକ୍ଷେପ ସମ୍ପର୍କରେ ପ୍ରଦର୍ଶିତ ହେବ । ଏହା ସହ ଲାଇଭ୍ ଡେମନଷ୍ଟ୍ରେସନ୍ ବା ଜୀବନ୍ତ ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଛି ।

ଫେବୃଆରୀ ୨୪ ତାରିଖରେ ସ୍ଥାନୀୟ ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ଠାରେ ୧୦୦୦ ଟେରାକୋଟା ଶିଳ୍ପୀଙ୍କ ମଧ୍ୟରେ ବିଶାଳ ଟେରାକୋଟା କୃତି ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ ହେବ ।

ଦିବା ୧୧ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ମେଳା ଚାଲୁ ରହିବ । ଖରାକୁ ଦୃଷ୍ଟିରେ ରଖି ଦିବା ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ମେଳା ବନ୍ଦ ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।

ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ “ଫ୍ୟାଶନ ଶୋ” ଆୟୋଜନ କରାଯିବ ଯେଉଁଠି ପରିଚିତ ମାଷ୍ଟର ଡିଜାଇନର ଏବଂ ମାଷ୍ଟର ବୁଣାକାରମାନେ ପ୍ରଥମଥର ପାଇଁ ଏଥିରେ ଅଂଶଗ୍ରହଣ କରିବେ । ପ୍ରଥମଥର ପାଇଁ ତୋଷାଳି ସ୍ଵଦେଶୀ ମେଳାରେ “ଡ୍ରୋନ୍ ଶୋ” ପ୍ରଦର୍ଶିତ ହେବ । ପ୍ରତ୍ୟେକ ଦିନ ଆଲୋଚନାଚକ୍ର ଆୟୋଜନ ହେବ ।

ତୋଷାଳି ମେଳା ପରିସରରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ଦମକଳ ବାହିନୀ, ନିରାପତ୍ତା ସହାୟତା, ବେସାମରିକ ପ୍ରତିରକ୍ଷା, ସ୍ୱେଚ୍ଛାସେବୀ, ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ଶୌଚାଳୟ, ATM କାଉଣ୍ଟର ପାଇଁ ଆମେ ପଦକ୍ଷେପ ନେଇଛୁ । ମହିଳା କାରିଗର ଓ ବୁଣାକାରମାନଙ୍କ ନିମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଆଦିର ବ୍ୟବସ୍ଥା କରାଯାଇଛି । ଏହି ମେଳାକୁ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୁଳ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଅଛି । ହୁଇଲ ଚେୟାର ସହ ଦିବ୍ୟ।ଙ୍ଗ ଓ ବୟସ୍କ ପରିଦର୍ଶକଙ୍କ ପାଇଁ ଏକ ସ୍ଵତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ଦିବ୍ୟ।ଙ୍ଗ ମହିଳା ଓ ପୁରୁଷ ପରିଦର୍ଶକମାନଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବନ୍ଦୋବସ୍ତ ହୋଇଛି । ସର୍ବୋପରି ମା’ ଓ ଶିଶୁଙ୍କ ପାଇଁ ଏକ ସ୍ଵତନ୍ତ୍ର ଶିଶୁ ଯତ୍ନ ଗୃହର ପରିକଳ୍ପନା କରାଯାଇଅଛି ।

ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୩୦ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି ।

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ମିଳିତ ସହଯୋଗରେ ଏହି ମେଳା ଆୟୋଜନ ହେବାକୁ ଯାଉଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ହସ୍ତଶିଳ୍ପ ନିର୍ଦ୍ଦେଶକ ଡକ୍ଟର ନିବେଦିତା ପୃଷ୍ଟି, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଯୁଗ୍ମ ସଚିବ ମମତା ନାୟକ, ଉପଶାସନ ସଚିବ ସୁବ୍ରତ କୁମାର ବେହେରା, ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Janata Maidan Toshali Swadeshi Mela ତୋଷାଳି ସ୍ଵଦେଶୀ ମେଳା ସାମ୍ବାଦିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026
Latest News

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.