Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ
ଆଜିର ଖବର

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ
ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

ରଣପୁର: ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ରାଜସୁନାଖଳାର ପରିସରରେ ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପାଠଚକ୍ର ଆଡମ୍ବରପୂର୍ଣ୍ଣ ଭାବେ ଉଦଘାଟିତ ହୋଇଛି। ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ, ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ପାଠଦାନ ପ୍ରଣାଳୀର ନବୀକରଣ ଏହାର ପ୍ରମୁଖ ଉଦ୍ଦେଶ୍ୟ ରହିଛି।

ଏହି ଅବସରରେ ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ନୂତନ ଶିକ୍ଷା ପଦ୍ଧତି ଅନୁସରଣ କରି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ଉପଦେଷ୍ଟା ଜୟଶଙ୍କର ବାଗ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପାଠଚକ୍ରର ଗୁରୁତ୍ୱ ଓ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପ୍ରତାପ କୁମାର ମହାପାତ୍ର, ଶିକ୍ଷକ ପ୍ରଶିକ୍ଷକ ବଟକୃଷ୍ଣ ସାହୁ ଓ ଦୀପକ କୁମାର ପ୍ରଧାନ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଶିକ୍ଷକ ପ୍ରଶିକ୍ଷିକା ଅନିନ୍ଦିତା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ଗୁରୁ ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପ୍ରସ୍ତୁତ କରି ଅତିଥିମାନଙ୍କୁ ଆତ୍ମୀୟ ଅଭିନନ୍ଦନ ଜଣାଇଥିଲେ। ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ବିଭୁ ବନ୍ଦନା ଗାନ କରିଥିବାବେଳେ, ମାନସ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବ୍ୟାଖ୍ୟା କରି କହିଥିଲେ ଯେ, ପାଠଚକ୍ର ମାଧ୍ୟମରେ ଶିକ୍ଷକମାନେ ନିଜ ଅନୁଭବ ଓ ନବଚିନ୍ତନାଧାରା ଆଦାନ-ପ୍ରଦାନ କରି ଶିକ୍ଷାକ୍ଷେତ୍ରକୁ ଅଧିକ ସୁଦୃଢ଼ କରିପାରିବେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ମଧ୍ୟ ନବୀନ ପାଠଦାନ ପ୍ରଣାଳୀ, ଟିଏଲଏମ୍‌ର ସଠିକ୍ ବ୍ୟବହାର ଓ ଛାତ୍ରକେନ୍ଦ୍ରିକ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଜୋର ଦେଇଥିଲେ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଡାଇଏଟ୍‌ର ଏକାଦଶ ସମାଚାର ପତ୍ରିକା ‘ଚରୈବେତି’ ଉନ୍ମୋଚନ କରାଯାଇଥିଲା। ପତ୍ରିକାଟିରେ ଶିକ୍ଷାକ୍ଷେତ୍ରର ବିଭିନ୍ନ ସୃଜନଶୀଳ କାର୍ଯ୍ୟକଳାପ, ନବୀନ ପାଠଦାନ ପ୍ରଣାଳୀ ଓ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ଅଭିଜ୍ଞତାକୁ ସ୍ଥାନ ଦିଆଯାଇଛି। ‘ଚରୈବେତି’ ପ୍ରକାଶନକୁ ଉପସ୍ଥିତ ସଭ୍ୟମାନେ ସ୍ୱାଗତ କରିଥିବାବେଳେ, ଏହା ଶିକ୍ଷା ମାଧ୍ୟମରେ ନୂତନ ଦିଗ ଦେଖାଇବ ବୋଲି ଆଶା ପ୍ରକାଶ କରାଯାଇଥିଲା।

ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାର ୮ଟି ବ୍ଲକରୁ ଆସିଥିବା ସି.ଆର.ସି.ସି., ଶିକ୍ଷକ-ଶିକ୍ଷୟତ୍ରୀ ଓ ଗୁରୁ ଛାତ୍ରଛାତ୍ରୀମାନେ ନିଜ ନିଜ ପାଠଚକ୍ର ଉପସ୍ଥାପନା କରିଥିଲେ। ଭିନ୍ନ ଭିନ୍ନ ଶିକ୍ଷଣ ପ୍ରଣାଳୀ, ସୃଜନଶୀଳ ପ୍ରଦର୍ଶନ ଓ ଅନୁଭବ ବିନିମୟ ଏହି ପାଠଚକ୍ରକୁ ଆକର୍ଷଣୀୟ ଓ ଫଳପ୍ରସୂ କରିଥିଲା।

କାର୍ଯ୍ୟକ୍ରମ ପରିଚାଳନାରେ ସେକ୍ସନ ଅଫିସର ବିଶ୍ୱ ରଞ୍ଜନ ପଟ୍ଟନାୟକ, ପ୍ରସନଜିତ ବଳିଆରସିଂହ, କଳିଙ୍ଗ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

ସମଗ୍ର ପରିବେଶ ଶିକ୍ଷାନୁକୂଳ ଓ ପ୍ରେରଣାଦାୟକ ରହିଥିବାବେଳେ, ଏହି ପାଠଚକ୍ର ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ନୂତନ ଦିଗନିର୍ଦ୍ଦେଶ ଦେବ ବୋଲି ଆଶା କରାଯାଉଛି।

ଜିଲ୍ଲା ସ୍ତରୀୟ ପାଠଚକ୍ର ଡାଇଏଟ୍‌ ରାଜସୁନାଖଳା ରାଜସୁନାଖଳା
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026

ଦଳର ଲକ୍ଷ୍ୟ କ’ଣ?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ବଡ ବୟାନ

February 12, 2026

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026
Latest News

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026

ଦଳର ଲକ୍ଷ୍ୟ କ’ଣ?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ବଡ ବୟାନ

February 12, 2026

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.