Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ
ଆଜିର ଖବର

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ
ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ମଧ୍ୟରୁ ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବ ଅନ୍ୟତମ। ଏହା ଏକ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କାର୍ଯ୍ୟକ୍ରମ। ଏଥିରେ ଦେଶର ପ୍ରତିଭାଦୀପ୍ତ ଉଦୀୟମାନ ଶିଳ୍ପୀମାନେ ସୁଯୋଗ ପାଇଥାନ୍ତି। ସମ୍ପ୍ରତି ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର ଗୋବିନ୍ଦ ବିହାର ଷଷ୍ଠ ସରଣୀ ବାସିନ୍ଦା ପ୍ରଫୁଲ୍ଲ ସୁବୁଦ୍ଧି ଏବଂ ସୁନନ୍ଦା ଦେବୀଙ୍କ ପୁତ୍ରୀ ସୌମ୍ୟା ପ୍ରିୟଦର୍ଶିନୀ ଚଳିତ ଫେବୃଆରୀ ୨୪ ତାରିଖରେ ଖଜୁରାହୋ ମନ୍ଦିରର ଅଲୌକିକ – ଭବ୍ୟ ମନଲୋଭା ପରିବେଶରେ ନିଜ କଳା ସାଧନାର ଅପୂର୍ବ ପ୍ରତିଭା ପ୍ରଦର୍ଶନ ନିମନ୍ତେ ମନୋନୀତ ହୋଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ କେବଳ ଗଞ୍ଜାମ ଜିଲ୍ଲା ନୁହଁ ସମଗ୍ର ଦକ୍ଷିଣ ଓଡିଶା ପାଇଁ ଗର୍ବ ଓ ଗୌରବପ୍ରଦ ହେବ।

ସୌମ୍ୟା ପ୍ରିୟଦର୍ଶିନୀ ସ୍ଥାନୀୟ ଉତ୍କଳିକା ନୃତ୍ୟାନୁଷ୍ଠାନର ଛାତ୍ରୀ। ଗୁରୁ ଶେଖର ସୁମନ ମାଝିଙ୍କ ତତ୍ୱାବଧାନରେ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ନେଉଛନ୍ତି। ସେ ନିଜର ନିଷ୍ଠାପର ସାଧନା ଓ ପ୍ରତିଭା ଘେନି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଓଡିଶୀ ନୃତ୍ୟ ନିମନ୍ତେ କନିଷ୍ଠ ବିଭାଗରେ ଜାତୀୟ ବୃତ୍ତି ପାଇବା ଗୌରବ ଅର୍ଜନ କରିପାରିଛନ୍ତି।ଖଜୁରାହୋ ମଞ୍ଚରେ ସେ ଗୁରୁ ଡଃ. ଦେବପ୍ରସାଦ ଦାସଙ୍କ ଶୈଳୀରେ ଲୟ ଲଗାଇ ନିଜର କଳା ପ୍ରଦର୍ଶନ କରିଛନ୍ତି।

ଖଜୁରାହୋ ନୃତ୍ୟୋତ୍ସବ ବ୍ରହ୍ମପୁର ନୃତ୍ୟଶିଳ୍ପୀ ମଧ୍ୟପ୍ରଦେଶ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ସୌମ୍ୟା ପ୍ରିୟଦର୍ଶିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ତେଲ ଦର: ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା, ଡିଜେଲ ୩.୧୧ ଟଙ୍କା ମହଙ୍ଗା

May 15, 2026

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

May 15, 2026

ଗତ ଚାରି ମାସରେ ରେଳବାଇର ସିମେଣ୍ଟ ପରିବହନ ୧୭୦% ବୃଦ୍ଧି

May 15, 2026

ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍)

May 15, 2026
Latest News

ବଢିଲା ତେଲ ଦର: ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା, ଡିଜେଲ ୩.୧୧ ଟଙ୍କା ମହଙ୍ଗା

May 15, 2026

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

May 15, 2026

ଗତ ଚାରି ମାସରେ ରେଳବାଇର ସିମେଣ୍ଟ ପରିବହନ ୧୭୦% ବୃଦ୍ଧି

May 15, 2026

ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍)

May 15, 2026

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.