ଭୁବନେଶ୍ଵର: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତ୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି। ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି କଟକ ସଦର ବିଧାନସଭାର ଜିଲ୍ଲା କନ୍ଦରପୁର ୫ନଂ. ଜୋନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ୍ତ କୁମାର ମାହାଲି, ଧରିଣା ଗ୍ରାମ ପଞ୍ଚାୟତ ସରପଞ୍ଚ ରତ୍ନାକର ରାଉତ, ବାବୁଜଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍ୱାଧୀନ ଭୂୟାଁ, ମଣିଜଙ୍ଗା ଗ୍ରାମ ପଞ୍ଚାୟତ ସରପଞ୍ଚ ସାରଦା ମହାନ୍ତି, ମହମ୍ମଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିଭା ବେହେରା, ନେମାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ସସ୍ମିତା ମହାନ୍ତି, ପାଲଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଚିନ୍ମୟୀ ବେହେରା, ଦଶପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ମିନତୀ ସେଠୀ, ଦଶପଡା ଗ୍ରାମ ପଞ୍ଚାୟତ ନାୟବ ସରପଞ୍ଚ ଯମୁନା ମୁର୍ମୁ, ପ୍ରହରାଜପୁର ଗ୍ରାମ ପଞ୍ଚାୟତ ସଂରପଂଚ ଅବ୍ଦୁଲ୍ ୱାହିଦ୍ ଖାନ, ମଣିଜଙ୍ଗା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ସୁଲୋଚନା ସେଠୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ୱାର୍ଡ ମେମ୍ବରମାନେ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆଜି ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ଦ୍ୱାରା କେବଳ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀ ନୁହେଁ କି କଟକ ଜିଲ୍ଲା ନୁହେଁ ବରଂ ରାଜ୍ୟରେ ଦଳୀୟ ସଂଗଠନ ଅଧିକ ସୁଦୃଢ଼ ହୋଇପାରିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ଏହି ଅବସରରେ କନ୍ଦରପୁର ଗ୍ରାମ ପଞ୍ଚାୟତର ଦୀପକ ହାତୀ, ପ୍ରସନ୍ନ ହାତୀ, ପ୍ରଭଞ୍ଜନ ସ୍ୱାଇଁ, ବଳରାମ ବାରିକ, ମନୋଜ କୁମାର ସାହୁ, ହୃଷିକେଶ ବାରିକ; ବାବୁଜଙ୍ଗା ଗ୍ରାମ ପଞ୍ଚାୟତର ଆଲୋକ ନାରାୟଣ ଖୁଂଟିଆ, ଶରତ ଚନ୍ଦ୍ର ରାଉତ, ବଂଶୀଧର ଦାଶ, ବିଚିତ୍ରାନନ୍ଦ ସ୍ୱାଇଁ, ଧରଣୀଧର ସାହୁ, ବିଶ୍ୱଜିତ ଖୁଂଟିଆ; ମଣିଜଙ୍ଗା ଗ୍ରାମ ପଞ୍ଚାୟତର ରତିକାନ୍ତ ସାହୁ, କାର୍ତକ ସେଠୀ, ସନାତନ ଦାଶ, ରାଜେଶ ଦାଶ, ବୁଲା ବାରିକ, କୁଳମଣୀ ସାହୁ; ମହମ୍ମଦପୁର ଗ୍ରାମ ପଞ୍ଚାୟତର ସରୋଜ କୁମାର ବେହେରା, ଶିବ ପ୍ରସାଦ ମଲ୍ଲ, ପ୍ରକାଶ ଚନ୍ଦ୍ର ପାତ୍ର, ମନୋରଂଜନ ସାମଲ, ପ୍ରଦୀପ କୁମାର ବେହେରା, ରଂଜନ ପାତ୍ର; ନେମାଳ ଗ୍ରାମ ପଞ୍ଚାୟତର ସସ୍ମିତା ମହାନ୍ତି, ଅମୀୟ ପ୍ରସାଦ ମହାନ୍ତି, ମେଘନାଦ ଦାସ, ସନ୍ତୋଷ ବାରିକ, ବ୍ରଜକିଶେ ମଲ୍ଲିକ, ଶ୍ରୀରାମ ମଲ୍ଲିକ, ନଟବର ଦଳାଇ, ଗୋଲକ ଲେଙ୍କା; ପାଲଡା ଗ୍ରାମ ପଞ୍ଚାୟତର ଚିନ୍ମୟୀ ବେହେରା, ଦିପକ ମଲ୍ଲିକ, କାଙ୍ଗାଳୀ ଦାସ, ସୁଦର୍ଶନ ମଲ୍ଲିକ, ରାମେଶ ଦାସ, ସରୋଜ ମଲ୍ଲିକ ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି।
ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ। ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍ଡିଏ ସରକାର ଅଛି। ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି। ବିଜେପି ସରକାର ଯାହା କହିଛି ତାହା କରୁଥିବାରୁ ଲୋକଙ୍କ ବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଛି। ସଂକଳ୍ପପତ୍ରରେ ବିଜେପି ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି।
ଓଡ଼ିଶାରେ ଅନେକ ସମ୍ଭାବନା ରହିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ୧ନମ୍ବର ରାଜ୍ୟ କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେଥିରେ ଓଡ଼ିଶାର ସର୍ବାଧିକ ଭାଗିଦାରୀ ରହିବ। ଏଥିପାଇଁ ଓଡ଼ିଶାରେ ଚାଷଠାରୁ ଆରମ୍ଭ କରି ଶିଳ୍ପ, ପର୍ଯ୍ୟଟନ, ଗମନାଗମନର ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବାକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅହରହ ପରିଶ୍ରମ କରୁଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସମସ୍ତଙ୍କୁ ମିଳିମିଶି କଠିନ ପରିଶ୍ରମ କରିବାକୁ ହେବ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମକୁ ସଂକଳ୍ପ ନେବାକୁ ହେବ ବୋଲି ଶ୍ରୀ ସାମଲ କହିଛନ୍ତି।
ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି। ଏହି ଅବସରରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି, ଅଶୋକ ମିଶ୍ର, ରାଜ୍ୟ ସମ୍ପାଦକ ସରୋଜ କର, କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ, ବରିଷ୍ଠ ନେତା ହୃଷିକେଶ ଜେନା ଏବଂ ମଣ୍ଡଳ ସଭାପତିମାନେ ଉପସ୍ଥିତ ଥିଲେ।


