Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?
ଆଜିର ଖବର

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିର
ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

ବାଣପୁର: ସର୍ବଧର୍ମ ସମନ୍ବୟରପୀଠ- ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପିତ୍ରାଳୟ ପ୍ରାଚୀନ ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିର ବା ଶ୍ରୀଦକ୍ଷେଶ୍ଵର ଦେବଙ୍କ ମନ୍ଦିରରେ ଜାଗର ଯାତ୍ରା ପ୍ରତିବର୍ଷ ପରି ଚଳିତବର୍ଷ ମହାସମାରୋହରେ ପାଳନ କରାଯିବ। ପୁରାଣ ବର୍ଣ୍ଣିତ ପରମ ଶୈବଭକ୍ତ ରାଜା ବାଣାସୁରଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ମନ୍ଦିରର ଆରାଧ୍ଯ ବାଣଲିଙ୍ଗ ଗୃହସ୍ଥମାନଙ୍କ ଉପାସନା ନିମିତ୍ତ ଉପଯୁକ୍ତ ବୋଲି ବର୍ଣ୍ଣନା କରାଯାଇଛି। ଏହି ବାଣଲିଙ୍ଗ ଉପାସନା ଦ୍ଵାରା ମନୁଷ୍ୟକୁ ଭୁକ୍ତି ମୁକ୍ତି ମିଳେ ବୋଲି ବିଶ୍ୱାସ କରାଯାଏ। ବାଣଲିଙ୍ଗର ଉପାସନା ଇନ୍ଦ୍ରାଦି ଦେବତାମାନେ କରିଥିବାର ବର୍ଣ୍ଣନା ରହିଛି। ବାଣଲିଙ୍ଗକୁ ନିମ୍ନୋକ୍ତ ପ୍ରକାରେ ଧ୍ୟାନ କଲେ ଅଦ୍ଭୁତ ଫଳ ପ୍ରାପ୍ତ ହୁଏ ବୋଲି ମଧ୍ୟ ଅନ୍ୟତ୍ର ବର୍ଣ୍ଣିତ। “ଓଁ ପ୍ରମତ୍ତ ଶକ୍ତି ସଂଯୁକ୍ତ ବାଣାସ୍ୟଚ ମହାପ୍ରଭମ୍, କାମବାଣାନ୍ୱିତ ଦେବସଂସାର ଦହନକ୍ଷମ , ଶଙ୍କରା ଦି ରସୋଲ୍ଲାସଂ ବାଣାସ୍ୟ ପରମେଶ୍ଵରମ୍, ଏବଂ ଧ୍ୟାତ୍ୱା ବାଣଲିଙ୍ଗ ଯଜାମି ପରମଶିବମ।”

ଏହି ବିଶ୍ଵାସକୁ ଆଧାରକରି ପ୍ରତିବର୍ଷ ଜାଗର ସମୟରେ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ଗଙ୍ଗ ବଂଶୀୟ ରାଜାଙ୍କ ଦ୍ଵାରା ନିର୍ମିତ ଏହି ମନ୍ଦିର ପ୍ରସିଦ୍ଧ ଶୈବପୀଠ ମା’ ଭାଗବତୀଙ୍କ ପିତ୍ରାଳୟଭାବରେ ମଧ୍ୟ ଲୋକା ଦୃତ। ଏଠାରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ ଦେବୀକାଠି ଠାକୁରାଣୀ ଅବସ୍ଥାନ କରୁଥିବାରୁ ଶ୍ରଦ୍ଧାଳୁମାନେ ଏଠାରେ ଜାଗର ଉପାସନା ସହିତ ଅହୋରାତ୍ରଦୀପ ପ୍ରଜ୍ଵୋଳନ କରିବା ଦ୍ଵାରା ଶିବ ଓ ଶକ୍ତିଉଭୟଙ୍କ ଆଶୀର୍ବାଦ ମିଳିବା ସହିତ ଭକ୍ତର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ଅଛି।ଜାଗର ଦିନ ପ୍ରତ୍ୟୁଷରୁ ଦ୍ଵାରା ଫିଟା, ଅବକାଶ, ବଲ୍ଲଭ ଖଇ, ମଧ୍ୟାହ୍ନଧୂପ, ସଂଧ୍ୟାରେ ନିଶଙ୍କୁଡ଼ି ପରେ ଧୋପଖାଳ,ପଙ୍କୋଦ୍ଧାର, ଜଳାଭିଷେକ ପରି ଜାଗର ଯାତ୍ରାର ସମସ୍ଥ ବିଧିବିଧାନ ଆରମ୍ଭ ହେବ।

ତୃତୀୟ ପ୍ରହରରେ ଘୃତକମଳକେତକୀ ଅର୍ପଣ ଏବଂ ଚତୁର୍ଥ ପ୍ରହର ପୂଜାର୍ଚ୍ଚନା ପରେ ରାତିର ଶେଷ ପାହାନ୍ତି ପହରରେ ମହାଦୀପ ଉଠିବ ବୋଲି ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦଦାସଙ୍କଠାରୁ ପ୍ରକାଶ। ଚିଳିତ ବର୍ଷ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ପାଟ ଅଗଣାରେ ଦୀପପ୍ରଜ୍ଵଳନ ନିମନ୍ତେ ପରିଚାଳନା କମିଟି ତରଫରୁ ମନ୍ଦିରକୁ ରଂଗୀନ୍ ଆଲୋକି କରଣ,ପରିମଳ ବ୍ୟବସ୍ଥା ସହିତ ପାଲାଦାଶକାଠିଆ ପରି ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।

ଜାଗର ଯାତ୍ରା ପ୍ରସିଦ୍ଧ ଶୈବପୀଠ ମହାଦୀପ ମା'ଭଗବତୀଙ୍କ ପିତ୍ରାଳୟ ଶେଷ ପ୍ରହର ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିର ସର୍ବଧର୍ମ ସମନ୍ବୟରପୀଠ
Share. Facebook Twitter LinkedIn Email WhatsApp Copy Link

Related Posts

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026
Latest News

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.