Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ
ଆଜିର ଖବର

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
KV Singh Deo inaugurates 20th Toshali Mela
KV Singh Deo inaugurates 20th Toshali Mela

ଭୁବନେଶ୍ଵର: ଆମ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ଵତନ୍ତ୍ର ଆକର୍ଷଣ ରହିଛି। ଏହା ଆମ ସମୃଦ୍ଧ ଐତିହ୍ୟର ପରିଚୟ ଏବଂ ଆମ ଅସ୍ମିତାର ନିଦର୍ଶନ ବୋଲି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ସ୍ଥାନୀୟ ଜନତା ମୈଦାନଠାରେ ଆୟୋଜିତ ୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳାର ଶୁଭ ଉଦଘାଟନ କରି ସେ ମଧ୍ୟ କହିଛନ୍ତି ବୁଣାକାର ଓ କାରିଗରଙ୍କ ଆର୍ଥିକ ସମୃଦ୍ଧି ଏହି ମେଳାର ପ୍ରମୁଖ ଲକ୍ଷ୍ୟ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଯୋଗ ଦେଇ କହିଥିଲେ ବୁଣାକାର ଓ କାରିଗରଙ୍କ ପାଇଁ ଓଡିଆ ଜାତି ଗର୍ବିତ। ଆମ ବୁଣାକାର ବନ୍ଧୁମାନେ ବୟନ ଅସ୍ମିତାର ସମର୍ଥ ସାରଥି ସାଜିଥିବା ବେଳେ ହସ୍ତଶିଳ୍ପୀ କାରିଗରମାନେ ଉତ୍କୃଷ୍ଟ କଳାର ବାର୍ତ୍ତାବହ ସାଜିଛନ୍ତି। ସେମାନଙ୍କ ଜୀବନ-ଜୀବିକାକୁ ଅଧିକ ସଶକ୍ତ କରିବା ପାଇଁ ଆମ ସରକାର ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ଅବସରରେ ୧୨ ଜଣ ହସ୍ତଶିଳ୍ପୀଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସହିତ ସିଏସଆଇଆର-ଆଇଏମଏମଟି, ଭୁବନେଶ୍ଵର ଓ ଆଇଆଇପି-ମୁମ୍ବାଇ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା । ସେହିପରି ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଆଇସିଏଆର୍-ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନାଚୁରାଲ୍ ଫାଇବର୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଓୟୁଟିଆର୍, ଭୁବନେଶ୍ଵର ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶକ ଡକ୍ଟର ନିବେଦିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ, ସ୍ୱାବଲମ୍ବୀ ଅଭିଯାନର କ୍ଷେତ୍ରୀୟ ସଂଯୋଜକ ପ୍ରମୁଖ ସାରଦା ଶତପଥି, ପ୍ରସିଦ୍ଧ ବାନ୍ଧ ଶିଳ୍ପୀ ପଦ୍ମଶ୍ରୀ ଶରତ କୁମାର ପାତ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଆଜିଠାରୁ ଆରମ୍ଭ ଏହି ମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଚଳିତବର୍ଷ ୯୦୫ ଗୋଟି ଷ୍ଟଲ ଖୋଲିଥିବା ବେଳେ ୨୦ ଟି ରାଜ୍ୟର ବୁଣାକାର ଓ କାରିଗର ଅଂଶଗ୍ରହଣ କରିଛନ୍ତି।

KV Singh Deo Toshali Mela କନକ ବର୍ଦ୍ଧନ ସିଂହଦେଓ ଜନତା ମୈଦାନ ତୋଷାଳି ସ୍ଵଦେଶୀ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର – ଝାରସୁଗୁଡ଼ା ରୋଡ ସେକ୍ସନ ନିରୀକ୍ଷଣ: ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା

May 10, 2026

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା : ୫ଟି ବର୍ଗରେ ପୁରସ୍କାର ପାଇବ ଓଡ଼ିଶା

May 10, 2026

ସାମାଜିକ ସୁରକ୍ଷା କଭରେଜ୍ ପ୍ରଦାନ କ୍ଷେତ୍ରରେ ତିନି ଜନସୁରକ୍ଷା ସ୍କିମର ୧୧ ବର୍ଷ ପୂରଣ

May 10, 2026

ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶ ପ୍ରକଳ୍ପର କରିବେ ଉଦଘାଟନ

May 10, 2026
Latest News

ଅପେକ୍ଷାର ଅନ୍ତ : ଆଜି ବିଜୟ ନେବେ ଶପଥ

May 10, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର – ଝାରସୁଗୁଡ଼ା ରୋଡ ସେକ୍ସନ ନିରୀକ୍ଷଣ: ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା

May 10, 2026

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା : ୫ଟି ବର୍ଗରେ ପୁରସ୍କାର ପାଇବ ଓଡ଼ିଶା

May 10, 2026

ସାମାଜିକ ସୁରକ୍ଷା କଭରେଜ୍ ପ୍ରଦାନ କ୍ଷେତ୍ରରେ ତିନି ଜନସୁରକ୍ଷା ସ୍କିମର ୧୧ ବର୍ଷ ପୂରଣ

May 10, 2026

ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶ ପ୍ରକଳ୍ପର କରିବେ ଉଦଘାଟନ

May 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.