Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ
ଆଜିର ଖବର

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Governor attends Pride of Odisha Awards 2.0
Governor attends Pride of Odisha Awards 2.0

ଭୁବନେଶ୍ୱର: ଅନ୍ୟମାନଙ୍କ ପାଇଁ ସେବା କରିବାରେ ପ୍ରକୃତ ମହାନତା ନିହିତ ଥାଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଅର୍ଗସ୍ ନ୍ୟୁଜ୍ ଦ୍ୱାରା ଭୁବନେଶ୍ୱରଠାରେ ଆୟୋଜିତ “ପ୍ରାଇଡ ଅଫ ଓଡ଼ିଶା ସମ୍ମାନ ଉତ୍ସବ “- ସିଜିନ୍ ୨.୦ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ରାଜ୍ୟପାଳ ସମ୍ମାନ ପ୍ରଦାନ କରିଥିଲେ।

ଏହି ସମାରୋହରେ ଉଦବୋଧନ ଦେଇ କାର୍ଯ୍ୟକ୍ରମକୁ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ଭାବରେ ରାଜ୍ୟପାଳ ବର୍ଣ୍ଣନା କରି କହିଥିଲେ ଯେ, ଏହା ସାହସ, କରୁଣା ଏବଂ ପ୍ରତିବଦ୍ଧତା ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱୀକୃତି ଦିଏ। ଏହି କାର୍ଯ୍ୟକ୍ରମ କେବଳ ଏକ ସମ୍ମାନ ପ୍ରଦାନ ସମାରୋହ ନୁହେଁ, ବରଂ ନୀରବ ପରିବର୍ତ୍ତନକାରୀଙ୍କ ପ୍ରତି ସମ୍ମାନ, ଯାହାଙ୍କ ପ୍ରୟାସ ଓଡ଼ିଶାର ଆତ୍ମାକୁ ଦୃଢ଼ କରିଛି।

ଏହି ପଦକ୍ଷେପକୁ ପରିକଳ୍ପନା କରି ସାକାର କରିଥିବାରୁ ଅର୍ଗସ୍ ନ୍ୟୁଜ୍ କୁ ରାଜ୍ୟପାଳ ପ୍ରଶଂସା କରି ଉଲ୍ଲେଖ କରିଥିଲେ ଯେ, ଯେତେବେଳେ ଖବର ପ୍ରାୟତଃ ଦ୍ୱନ୍ଦ୍ୱ ଏବଂ ଚ୍ୟାଲେଞ୍ଜକୁ ମୁଖ୍ୟ ଅଂଶ କରିଥାଏ, ସେତେବେଳେ ସାମାଜିକ ବିକାଶରେ ଏକ ମିଡ଼ିଆ ହାଉସ୍ ସକାରାତ୍ମକ ଅବଦାନ ଦେବା ଉତ୍ସାହଜନକ।ସମାଜ ପାଇଁ ଅସାଧାରଣ ଅବଦାନ ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରି ଚ୍ୟାନେଲ୍ ପ୍ରଦର୍ଶନ କରିଛି ଯେ ଗଣମାଧ୍ୟମ ପରିବର୍ତ୍ତନର ଏକ ଶକ୍ତିଶାଳୀ ଉପକରଣ ହୋଇପାରେ।

ପୁଣି ରାଜ୍ୟପାଳ କହିଥିଲେ ଯେ, ଆଜିର ଦ୍ରୁତ ଗତିଶୀଳ, ପ୍ରଯୁକ୍ତିବିଦ୍ୟା-ଚାଳିତ ବିଶ୍ୱରେ ଲୋକମାନେ ପ୍ରାୟତଃ ସଫଳତା ଏବଂ ପ୍ରତିଷ୍ଠା ପଛରେ ପଡ଼ିଯାଆନ୍ତି। କେତେକ ସମୟରେ ନୈତିକ ମୂଲ୍ୟବୋଧ ଏବଂ ସାମାଜିକ ଦାୟିତ୍ୱକୁ ଅଣଦେଖା କରନ୍ତି। ସମାଜରେ ସମ୍ବେଦନଶୀଳତା ହ୍ରାସ ପାଇବା ଉପରେ ଚିନ୍ତା ପ୍ରକାଶ କରି ରାଜ୍ୟପାଳ କହିଛନ୍ତି ଯେ ଦୁଃଖଦ ମୁହୂର୍ତ୍ତରେ କିଛି ବ୍ୟକ୍ତି ସାହାଯ୍ୟ ପ୍ରଦାନ କରିବା ପରିବର୍ତ୍ତେ ଘଟଣା ରେକର୍ଡ କରିବାକୁ ପସନ୍ଦ କରନ୍ତି।

ଜଳବାୟୁ ପରିବର୍ତ୍ତନ, ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଅପରାଧ ଏବଂ ସାମାଜିକ ଅସମାନତା ଭଳି ଚ୍ୟାଲେଞ୍ଜଗୁଡ଼ିକ ଉପରେ ରାଜ୍ୟପାଳ ଆଲୋକପାତ କରି କହିଛନ୍ତିଯେ, ଏ ସବୁର ନିରାକରଣ ପାଇଁ ସରକାର ନିରନ୍ତର ପ୍ରୟାସ କରୁଥିବା ବେଳେ ନାଗରିକମାନଙ୍କୁ ମଧ୍ୟ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ପଡିବ। “ସେବା ପରମ ଧର୍ମ” ନୀତିକୁ ଆପଣେଇ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ପ୍ରଶଂସା କରି ସେମାନଙ୍କୁ ସମାଜର ପ୍ରକୃତ ନାୟକ ଭାବରେ ରାଜପାଳ ବର୍ଣ୍ଣନା କରିଛନ୍ତି।

ସମ୍ମାନପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଛନ୍ତି ଯେ ସେମାନଙ୍କର ନିଃସ୍ୱାର୍ଥପର ସେବା ରାଜ୍ୟବ୍ୟାପୀ ଅଗଣିତ ଜୀବନ ପାଇଁ ଆଶା, ମର୍ଯ୍ୟାଦା ଏବଂ ସୁଯୋଗ ଆଣିଛି। ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ଯେ, ଶିକ୍ଷା, ସାମାଜିକ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଅବହେଳିତଙ୍କ ଯତ୍ନ ଭଳି ବିବିଧ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ସମ୍ମାନିତ ବ୍ୟକ୍ତିମାନେ କରୁଣା ଏବଂ ପ୍ରତିବଦ୍ଧତା ମନୋଭାବର ଉଦାହରଣ ଅଟନ୍ତି। ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କର କାର୍ଯ୍ୟ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଏ ଯେ, ଦୟା ଏବଂ ମାନବିକତା ବୃଦ୍ଧି ପାଇବା ଜାରି ରହିଛି। ରାଜ୍ୟପାଳ ସେମାନଙ୍କର ନିରନ୍ତର ସଫଳତା କାମନା କରିଥିଲେ ଏବଂ ସେମାନଙ୍କ ମହାନ ପ୍ରୟାସରୁ ଅନ୍ୟମାନେ ପ୍ରେରଣା ନେବାକୁ ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ଅର୍ଗସ୍ ନ୍ୟୁଜ୍ ର ସିଇଓ ପ୍ରକାଶ ସାହୁ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥଲେ ଏବଂ କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Pride of Odisha Awards 2.0 ଅର୍ଗସ୍ ନ୍ୟୁଜ୍ ଡ. ହରି ବାବୁ କମ୍ଭମପାଟି ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.