Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକ ମହୋତ୍ସବ “ବର୍ଣ୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଧୁମଧାମରେ ଉଦଯାପିତ
ଆଜିର ଖବର

ଲୋକ ମହୋତ୍ସବ “ବର୍ଣ୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଧୁମଧାମରେ ଉଦଯାପିତ

February 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲୋକ ମହୋତ୍ସବ “ବର୍ଣ୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଧୁମଧାମରେ ଉଦଯାପିତ
ଲୋକ ମହୋତ୍ସବ “ବର୍ଣ୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଧୁମଧାମରେ ଉଦଯାପିତ

ରଣପୁର: ଓଡ଼ିଶାର ସମୃଦ୍ଧ ଲୋକସଂସ୍କୃତି, ଗ୍ରାମୀଣ ପରମ୍ପରା ଓ ପ୍ରତିଭାକୁ ଆଗକୁ ଆଣିବାର ଲକ୍ଷ୍ୟରେ ଆୟୋଜିତ ଲୋକ ମହୋତ୍ସବ “ବର୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଫେବୃୟାରୀ ୧୨, ୧୩ ଓ ୧୪ ତାରିଖରେ ରଣପୁର ଅଞ୍ଚଳରେ ଧୁମଧାମରେ ଉଦଯାପିତ ହୋଇଯାଇଛି। ତିନିଦିନିଆ ଏହି ମହୋତ୍ସବରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହେବା ସହ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।

ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଗ୍ରାମୀଣ ସଂସ୍କୃତିର ସୁରକ୍ଷା ଓ ପ୍ରଚାରରେ ଏପରି ମହୋତ୍ସବର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଏହିପରି ଆୟୋଜନ ଲୋକମାନଙ୍କୁ ଏକତ୍ର କରି ସମାଜରେ ଭାଇଚାରା, ସଂସ୍କୃତି ଓ ପରମ୍ପରାକୁ ସୁଦୃଢ଼ କରେ।

ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଆଇନୀଜୀବୀ ବ୍ୟୋମକେଶ ତ୍ରିପାଠୀ ଯୋଗଦେଇ ସମାଜ ଗଠନରେ ଏକତା, ଶିକ୍ଷା ଓ ସଂସ୍କୃତିର ଭୂମିକା ବିଷୟରେ ଉଦ୍ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ରଞ୍ଜିତ ପଟ୍ଟନାୟକ ଓ ସୁଶାନ୍ତ କୁମାର ସାହୁ ଯୋଗଦେଇ ମହୋତ୍ସବର ଭବ୍ୟ ଆୟୋଜନକୁ ପ୍ରଶଂସା କରିଥିଲେ।

ଦ୍ୱିତୀୟ ଦିବସରେ ନୟାଗଡ ବିଧାୟକ ଅରୁଣ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟିକା ସତ୍ୟ ନାରାୟଣ ପ୍ରଧାନ ଓ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ଉନ୍ନତି ପାଇଁ ଏହିପରି ଆୟୋଜନର ପ୍ରଶଂସା କରିଥିଲେ।

ପ୍ରଥମ ଦିବସରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସାଂସଦ ପ୍ରତିନିଧି ତଥା ଆଇନିଜିବି ପ୍ରିୟବ୍ରତ ପ୍ରହରାଜ, ରଣପୁର ବିଡ଼ିଓ ମନୋଜ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ, ଯୁବ ସମାଜସେବୀ ତ୍ରିନାଥ ବିଶ୍ୱାଳ ଓ ଯୁବ ସମାଜସେବୀ ପ୍ରଫୁଲ୍ଲ ସାହୁ ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଜ୍ଜ୍ୱଳ କରିଥିଲେ।

ପ୍ରତିଦିନ ସଭାକାର୍ଯ୍ୟ ସରପଞ୍ଚ ବନିତା ବାଲିଆରସିଂଙ୍କ ସଭାପତିତ୍ୱରେ ସୁଚାରୁ ଭାବେ ପରିଚାଳିତ ହୋଇଥିଲା ଏବଂ ସାଂସ୍କୃତିକ ମଞ୍ଚ କାର୍ଯ୍ୟକ୍ରମକୁ ଅଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ।

ମହୋତ୍ସବ ଅବସରରେ ପଞ୍ଚାୟତର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା।

ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ ଓ ସଙ୍ଗୀତ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା।
ମହୋତ୍ସବର ସଭାପତି ସିଦ୍ଧାନ୍ତ ଦଳେଇ, ସମ୍ପାଦକ ଦିଲ୍ଲୀପ କୁମାର ସାମନ୍ତରାୟ, ଉପଦେଷ୍ଟା ବିରଞ୍ଚି ପ୍ରଧାନ, ସଦସ୍ୟ ରବୀନ୍ଦ୍ର ସଂଗ୍ରାମସିଂ, ପ୍ରଦୀପ ମାନସିଂହ ଓ ସମସ୍ତ କମିଟି ସଦସ୍ୟଙ୍କ ଉଦ୍ୟମ ସହ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗରେ ମହୋତ୍ସବଟି ଶାନ୍ତି, ଶୃଙ୍ଖଳା ଓ ଭବ୍ୟତାର ସହ ସଫଳତାର ସହ ସମାପ୍ତ ହୋଇଥିଲା।

ଏହି ମହୋତ୍ସବ ଅଞ୍ଚଳରେ ସଂସ୍କୃତି, ଐକ୍ୟ ଓ ସାମାଜିକ ସମ୍ପ୍ରୀତିର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ ଗର୍ବର ଭାବନା ସୃଷ୍ଟି କରିପାରିଛି।

ପଲ୍ଲିଶ୍ରୀ ମେଳା ବର୍ଣ୍ଣାଳୀ ଲୋକ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

October 22, 2026

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026
Latest News

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍ : ଦିନିକିଆ ବୋଲର୍‌ଙ୍କ ଟପ୍‌-୫ରେ ସ୍ଥାନ ପାଇଲେ କୁଲଦୀପ୍

October 22, 2026

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ୍ ବୋଲିଂ କୋଚ୍ ହେଲେ ଅମିତ ମିଶ୍ରା

October 22, 2026

ସରକାରଙ୍କୁ ଖର୍ଗେଙ୍କ ପ୍ରଶ୍ନ : ମହିଳା ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ଅପେକ୍ଷା କାହିଁକି?

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.