ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ ଉଠିଛି। ଏହି ମହାଦୀପ ରାତି 10 ଟା ବେଳେ ଉଠିବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ତାହା ପ୍ରାୟ ଘଣ୍ଟେ ପୂର୍ବରୁ ମହାଦୀପ ଉଠିଥିଲା। ସମର୍ଥା ସେବକମାନେ ଏହି ମହାଦୀପକୁ ଧରି ମନ୍ଦିର ଚୂଡାରେ ସ୍ଥାପନ କରିଥିଲେ। ଭକ୍ତମାନ ହରିବୋଲ ହୁଳହୁଳି ପକାଇ ଭକ୍ତିପୂତ ଭାବେ ମହାଦୀପକୁ ଦର୍ଶନ କରିଥିଲେ। ଏହାପରେ ସେମାନେ ଦିନ ସାରା କରିଥିବା ଉପବାସ ଭଙ୍ଗ କରିଥିଲେ।
ଆଜି ମହାଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜମନ୍ଦିରରେ ସକାଳୁ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଲମ୍ବାଧାଡିରେ ଯାଇ ଭକ୍ତମାନେ ପ୍ରଭୃଙ୍କୁ ଦର୍ଶନ କରିଥିଲେ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିଲା। ଏହାପରେ ସଂଧ୍ୟାରେ ଏହି ଭିଡ ବୃଦ୍ଧି ପାଇଥିଲା। ଭକ୍ତମାନେ ମନ୍ଦିର ଚାରିପଟେ ଦୀପ ଲଗାଇ ଏହି ଜାଗର ବ୍ରତ ଆରମ୍ଭ କରିଥିଲେ। ଏହାପରେ ମହାଦୀପ ଉଠିବା ପରେ ତାହାକୁ ସମସ୍ତେ ଦର୍ଶନ କରିଥିଲେ।


