Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ
ଆଜିର ଖବର

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆର୍ଯ୍ୟ ସମାଜ
ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

ଭୁବନେଶ୍ୱର: ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦଙ୍କ ଋଷିବୋଧ ଉତ୍ସବ ରବିବାର ପୂର୍ବାହ୍ନରେ ଆର୍ଯ୍ୟ ସମାଜ, ଓଡ଼ିଶା ପକ୍ଷରୁ ସ୍ଵାମୀ ବ୍ରହ୍ମାନନ୍ଦ ଭବନ, ଚନ୍ଦ୍ରଶେଖରପୁରଠାରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ବିଶିଷ୍ଟ ସନ୍ଥ ପରମହଂସ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ, ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ, ମହର୍ଷି ଦୟାନନ୍ଦ ଆଜକୁ ୨୦୨ ବର୍ଷ ତଳେ ଭାରତବର୍ଷର ଗୁଜୁରାଟ ପ୍ରଦେଶ କାଥୁକାବାଡ଼ ଜିଲ୍ଲାର ଟଙ୍କରା ଗ୍ରାମରେ ଏକ ସାମନ୍ତ ବ୍ରାହ୍ମଣ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପବିତ୍ର ଶିବରାତ୍ରୀରେ ଉଜାଗର ରହି ଶିବଙ୍କୁ ଉପାସନା କରିବା ସମୟରେ ସେ ପ୍ରକୃତ ଶିବଙ୍କ ଦର୍ଶନ ପାଇ ବ୍ୟାକୁଳ ହୋଇ ଉଠିଥିଲେ ।

ମହର୍ଷିଙ୍କ ଜୀବନ ଥିଲା ଏକ ସଂଘର୍ଷମୟ ଜୀବନ। ସତ୍ୟର ଅନୁସନ୍ଧାନ ପାଇଁ ବହୁ ଶାସ୍ତ୍ର ପଢିବା ସହ ଦଣ୍ଡି ବୀରଜାନନ୍ଦଙ୍କ ଭଳି ଗୁରୁହିଁ ତାଙ୍କୁ ଠିକଣା ମାର୍ଗଦର୍ଶନ ଦେଇଥିଲେ । ଭାରତବର୍ଷରେ ପ୍ରଥମ ସ୍ଵରାଜର ବାର୍ତ୍ତା ମହର୍ଷି ଦୟାନନ୍ଦ ହିଁ ଦେଇଥିଲେ । ଆଜିର ଯୁବସମାଜ ଭାରତବର୍ଷର ଗୌରବମୟ ଇତିହାସକୁ ପଢିବାର ଆବଶ୍ୟକତା ରହିଛି।

ମୁଖ୍ୟ ଅତିଥ୍ୟ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଗୋପାଳକୃଷ୍ଣ ମହାପାତ୍ର ସ୍ଵାମିଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଆଜକୁ ୧୫୦ ବର୍ଷ ତଳେ ଭାରତବର୍ଷରେ ଧର୍ମ ନାମରେ ଗଲିଥିବା କୁସଂସ୍କାର, ଭ୍ରଷ୍ଟାଗର, ଅନୀତି, ଅନ୍ୟାୟ ବିରୁଦ୍ଧରେ ମହର୍ଷି ଦୟାନନ୍ଦ ପ୍ରଥମେ ସ୍ଵର ଉତ୍ତୋଳନ କରିବା ସହ, ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପାଇଁ ସେ ତାଙ୍କର ସଂଗ୍ରାମ ଜାରି ରଖୁଥିଲେ । ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍ଥା ନୁହେଁ, ଭାରତବର୍ଷରେ ଏକ ସାମାଜିକ ଆନ୍ଦୋଳନ ଥିଲା।

ପବିତ୍ର ଶିବରାତ୍ରୀରେ ମହର୍ଷି ପ୍ରକୃତ ଶିବଙ୍କ ଦର୍ଶନ ପାଇ ଯେଉଁ ସଂକଳ୍ପ ନେଇଥିଲେ ତାହା ହିଁ ତାଙ୍କୁ ଭାରତବର୍ଷର ଅନ୍ୟତମ ସଂସ୍କାରବାଦୀ ସନ୍ଥ ଭାବେ ପ୍ରତିଷ୍ଠା ଦେଇଥିଲା । ଅନ୍ୟତମ ଅତିଥୁ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ସ୍ୱାମିଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରି କହିଲେ ଯେ, ବାଳକ ମୂଳ ଶଙ୍କର ଶିବରାତ୍ରୀରେ ଉଜାଗର ରହି ଦେଖୁଲେ ଶିବଲିଙ୍ଗ ଉପରେ ମୂଷିକର ଆକ୍ରମଣ, ଅଥଚ ମହାପରାକ୍ରମୀ ଶିବ ସମ୍ପୂର୍ଣ୍ଣ ନୀରବ । ଏହା ହିଁ ମହର୍ଷିଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ, ବେଦପାଠ ଓ ସ୍ଵାଗତ ଭାଷଣ ଏବଂ ପ୍ରମୋଦ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ନଳିନୀକାନ୍ତ ରାଉତ ଓ ଭବାନୀକାନ୍ତ ରାଉତ ପରିପ୍ପଳନା କରିଥିଲେ।

ଆର୍ଯ୍ୟ ସମାଜ ଗୋପାଳକୃଷ୍ଣ ମହାପାତ୍ର ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ଵାମୀ ବ୍ରହ୍ମାନନ୍ଦ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ 

February 15, 2026

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାଁନ୍ତି, ମହାଶିବରାତ୍ରୀରେ ପରଲୋକ

February 15, 2026

ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ: ପାକିସ୍ତାନକୁ ୧୭୬ ରନର ଟାର୍ଗେଟ ଦେଲା ଭାରତ

February 15, 2026

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ତରଫରୁ ଦୁଇ ଦିନିଆ ସାହିତ୍ୟ ପର୍ବ ଉଦଯାପିତ

February 15, 2026
Latest News

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୬୧ ରନରେ ଜିତିଲା ଟିମ ଇଣ୍ଡିଆ

February 15, 2026

ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ 

February 15, 2026

ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାଁନ୍ତି, ମହାଶିବରାତ୍ରୀରେ ପରଲୋକ

February 15, 2026

ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ: ପାକିସ୍ତାନକୁ ୧୭୬ ରନର ଟାର୍ଗେଟ ଦେଲା ଭାରତ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.