ଭୁବନେଶ୍ୱର: ଓମ୍ଫେଡ୍। ଓଡିଆ ଅସ୍ମିତାର ପ୍ରତୀକ। ଶୁଦ୍ଧତାର ନିଦର୍ଶନ। ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର କଠୋର ପରିଶ୍ରମର ଫଳ। ଏହା ପୁଣି ଥରେ ପ୍ରମାଣିତ ହୋଇଛି। ପବିତ୍ର ଜାଗର ଯାତ୍ରା ଅବସରରେ ଓମ୍ଫେଡ୍ ୧୨ ହାଜାର ଲିଟରରୁ ଅଧିକ ଘିଅ ବିକ୍ରି କରିଛି। ଗୋଟିଏ ଦିନରେ ଏତେ ପରିମାଣର ଘିଅ ବିକ୍ରି କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦେବ ଦେବ ମହାଦେବଙ୍କ ନିକଟରେ ଦୀପ ଦାନ କରିବା ପାଇଁ ସାଧାରଣ ଲୋକେ ଯେ ଓମ୍ଫେଡ୍ ଘିଅକୁ ପସନ୍ଦ କରିଛନ୍ତି, ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଠାକୁରଙ୍କ ନିକଟରେ ଓମ୍ଫେଡ୍ ଘିଅ ଲାଗି କରି ଦର୍ଶନାର୍ଥୀ ଶ୍ରଦ୍ଧାଳୁ ମଧ୍ୟ ବେଶେ ଆତ୍ମ ସନ୍ତୋଷ ଲାଭ କରିଛନ୍ତି। ଶ୍ରଦ୍ଧାଳୁଙ୍କ କହିବା କଥା ହେଲା ଯେ, “ଠାକୁରଙ୍କ ନିକଟରେ ଶୁଦ୍ଧ ଓ ସତେଜ ଭୋଗ ଲାଗି କରିବା ଦରକାର। ଆଉ ସେହି ଶୁଦ୍ଧ ଓ ସତେଜତା ଓମ୍ଫେଡ୍ ଘିଅରେ ରହିଛି। ସେଥିପାଇଁ ପରା ଓଡିଆଙ୍କ ଆରାଧ୍ୟ ଦେବତା ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଓମ୍ଫେଡ୍ ଲାଗି ହେଉଛି”।
ପବିତ୍ର ଜାଗର ଯାତ୍ରା ଉପଲକ୍ଷେ କେବଳ ଘିଅ ନୁହେଁ, ଦହି ମଧ୍ୟ ଆଶାତୀତ ଭାବେ ବିକ୍ରି ହୋଇଛି। ଆଜି ଗୋଟିଏ ଦିନରେ ୧୦୦ ମେଟ୍ରିକ ଟନ୍ ବା ଏକ ଲକ୍ଷ ଲିଟରରୁ ଅଧିକ ଓମ୍ଫେଡ୍ ଦହି ବିକ୍ରି ହୋଇଛି। ପ୍ରତ୍ୟେକ ଶୈବ ପୀଠରେ ଭକ୍ତଙ୍କ ଭିଡ ଲାଗିଛି। ମହାଦେବଙ୍କ ଶିରରେ ଲାଗି କରିବା ପାଇଁ ଲୋକେ ଓମ୍ଫେଡ୍ ଦହିକୁ ହିଁ ବେଶି ପସନ୍ଦ କରିଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି। ପଳାଶୁଣୀ ନିକଟ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରକୁ ଆସିଥିବା ମହିଳା ଶ୍ରଦ୍ଧାଳୁ ଶୈଳବାଳା ପ୍ରଧାନ ଠାକୁରଙ୍କ ଶିର ଘଷଣୀ ଲାଗି ପାଇଁ ଓମ୍ଫେଡ୍ ଦହି ଓ ଦୁଗ୍ଧ ଆଣିଥିଲେ। ସେ କହିବା କଥା ହେଲା, “ଆମ ଘରେ ସବୁବେଳେ ଆମେ ଓମ୍ଫେଡ୍ କ୍ଷୀର, ଦହି ଓ ଘିଅ ବ୍ୟବହାର କରୁଛୁ। ତେଣୁ ଠାକୁଙ୍କ ପାଖକୁ ମଧ୍ୟ ସେହି ଓମ୍ଫେଡ୍ ଦୁଗ୍ଧ ଓ ଦହି ଭୋଗ କରିବା ପାଇଁ ଆଣିଥିଲି। ଅନ୍ୟପକ୍ଷରେ ଓମ୍ଫେଡ୍ କ୍ଷୀର ଓ ଦହିର ସୁବାଷ ରହିଛି। ମାତ୍ର ଅନ୍ୟ ଦୁଗ୍ଧର ବାସନା କେସନା କିଛି ନାହିଁ”।
ଆଜି ଗୋଟିଏ ଦିନରେ ଏତେ ପରିମାଣର ଘିଅ ଓ ଦହି ଅଧିକ ବିକ୍ରି ହୋଇଥିବାରୁ ଓମ୍ଫେଡ୍ କର୍ମଚାରୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଶୁଦ୍ଧ ଓ ସ୍ୱାସ୍ଥ୍ୟକର ପରିବେଶର ଓମ୍ଫେଡ୍ ତାର ଉତ୍ପାଦ ପ୍ରସ୍ତୁତ କରିଆସୁଛି। ଦୀର୍ଘ ୪୫ ବର୍ଷ ହେଲା ଓଡିଶାବାସୀ ଓମ୍ଫେଡ୍ ଜାଣିଛନ୍ତି ଏବଂ ଭଲ ପାଉଥିବା ଆଜି ପ୍ରମାଣିତ ହୋଇଛି। ଏହି ଶ୍ରେୟ ଓଡିଶାର ଅଗଣିତ ଦୁଗ୍ଧ ଚାଷୀ ଓ ଗ୍ରାହଙ୍କ ନିକଟକୁ ଯାଉଛି। ଆମେ ଓଡ଼ିଶାର ଗ୍ରାହକଙ୍କୁ ଉଚ୍ଚ ଗୁଣମାନର ଉତ୍ପାଦ ଯୋଗାଇ ଆସୁଅଛୁ। ଆଗାମୀ ଦିନରେ ଏହି ଧାରା ଜାରି ରହିବ। ଓମ୍ଫେଡ୍ ଉତ୍ପାଦର ଗୁଣାତ୍ମକ ମାନରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ।


