Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ
ଆଜିର ଖବର

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ
ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

ଚିଲିକା: ଦିନକୁଦିନ ବାଲୁଗାଁ-ବାଣପୁର ଅଞ୍ଚଳରେ ବେଆଇନ ଭାବେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଆଜି ସକାଳେ ବାଲୁଗାଁ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବାଣପୁର ଥାନା ଅନ୍ତର୍ଗତ ପ୍ରତାପ, ଲାଠିପଡ଼ା, ଝିଣ୍ଟିକାପଲ୍ଲୀ ଓ ଦଣ୍ଡିଗାଡିଆ ଅଞ୍ଚଳର ଚଢାଉ କରି ୧୦୩ ଲିଟର ଦେଶୀମଦ ଜବତ କରି ୪ ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ। ଯାହାର ଆନୁମାନିକ ମୁଲ୍ୟ ୨୦ ହଜାର ୬୦୦ ଟଙ୍କା ହେବ ବୋଲି ଜଣାପଡିଛି। ସମସ୍ତ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଛକାସିଂହ ଗ୍ରାମର ହୋଇଥିବା ବେଳେ ତ୍ରିନାଥ ଶବରଙ୍କ (୫୦) ନିକଟରୁ ୨୦ ଲିଟର, ଭାସ୍କର ଶବରଙ୍କ (୪୦) ନିକଟରୁ ୨୮ ଲିଟର, ଲକ୍ଷ୍ମଣ ଶବରଙ୍କ (୪୫) ନିକଟରୁ ୨୬ ଲିଟର ଓ ଲଖିଆ ଶବରଙ୍କ (୪୦) ନିକଟରୁ ୨୯ ଲିଟର ଦେଶୀ ମଦ ଜବତ ହୋଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ଭାବେ ବାଲୁଗାଁ ଅବକାରୀ କେଶ ନଂ ୨୮୯ ଓ ୨୯୦/୨୫-୨୬ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ କେଶ ନଂ ୯୩ ଓ ୯୪/୨୫-୨୬ ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକ୍ଷକ ଶ୍ରୀ ପାତ୍ର କହିଛନ୍ତି। ଉକ୍ତ ଚଢ଼ାଉରେ ଏସଆଇ ମୀନକେତନ ମହାଳିକ, କନେଷ୍ଟବଳ ସୁନିତା ମହାରଣା, ଅଶେଷ କୁମାର ପ୍ରଧାନ, ରଞ୍ଜିତ ପଟେଲ, ମନୋଜ କୁମାର ଜୟସିଂହ ପ୍ରମୁଖ ସାମିଲ ଥିଲେ।

ଚିଲିକା ଦେଶୀମଦ ଜବତ ବାଲୁଗାଁ ଅବକାରୀ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୋଟୀର ପ୍ରୟାସ

February 18, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

February 18, 2026
Latest News

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୋଟୀର ପ୍ରୟାସ

February 18, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.