Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ
ଆଜିର ଖବର

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଟକ ଭୁବନେଶ୍ବରର
ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

ଭୁବନେଶ୍ବର: ଆଜି ଗୁରୁତ୍ୱପୂର୍ଣ୍ଣ ଯାନ୍ତ୍ରିକ ଉନ୍ନତିକରଣ, ମରାମତି ଓ ବୈଦ୍ୟୁତିକ ରକ୍ଷଣାବେକ୍ଷଣ ପାଇଁ ଫେବୃଆରୀ ୨୦ ତାରିଖ ଦିନ ଭୁବନେଶ୍ବର ଓ କଟକର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ। ଏ ନେଇ ଟାଟା ପାୱାର ତରଫରୁ କୁହାଯାଇଛି।

ସେହି ଅନୁସାରେ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳ, ଜାଭିୟର ହାତୀଆଶୁଣି ଅଞ୍ଚଳ, ନୟାପଲ୍ଲୀ ଜୟଦେବ ବିହାର ଅଞ୍ଚଳ, କଳିଙ୍ଗନଗର କେ-୯ ଅଞ୍ଚଳ, ଡୁମଡୁମା ପଞ୍ଚସଖା ନଗର ଅଞ୍ଚଳ, କାନନ ବିହାର ଶିଖରଚଣ୍ଡୀ ଅଞ୍ଚଳ, ଚନ୍ଦ୍ରଶେଖରପୁର ଆରଏମଆରସି ଓ କଳିଙ୍ଗ ହସ୍ପିଟାଲ ଅଞ୍ଚଳରେ ସକାଳ ୯ଟା ରୁ ଦିନ ୨ଟା ଯାଏଁ, ବାରଙ୍ଗ ଅଞ୍ଚଳ ଓ ଚନ୍ଦ୍ରଶେଖରପୁର ପୋଖରଣ ଅଞ୍ଚଳରେ ସକାଳ ୧୦ଟା ରୁ ଅପରାହ୍ନ ୩ଟା ଯାଏଁ, ଲକ୍ଷ୍ମୀସାଗର ବମିଖାଲ ଅଞ୍ଚଳରେ ସକାଳ ୯ଟା ୩୦ ରୁ ଦିନ ୨ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ।

ସେହିପରି କାନନବିହାର ପଟିଆ ଅଞ୍ଚଳରେ ସକାଳ ୯ଟା ରୁ ଦିନ ୧ଟା ୦୪ ଯାଏଁ, ୟୁନିଟ୍-୩ ଅଞ୍ଚଳରେ ସକାଳ ୮ଟା ୩୦ ରୁ ଦିନ ୧୨ଟା ୩୦ ଯାଏଁ, ନୟାପଲ୍ଲୀ ଆଇଆରସି ଅଞ୍ଚଳ, ଚନ୍ଦ୍ରଶେଖରପୁର ରାଜବାଟିକା ଅଞ୍ଚଳ, କାନନବିହାର ରୟାଲିଟି ଛକ ଅଞ୍ଚଳ ଓ ୟୁନିଟ୍-୯ ରୋଡ଼ ସତ୍ୟନଗର ଅଞ୍ଚଳରେ ସକାଳ ୯ଟା ରୁ ଦିନ ୧ଟା ଯାଏଁ, ଭରତପୁର ନୂଆଗାଁ ଅଞ୍ଚଳ ଓ ଧଉଳି ଜାମୁକୋଳି ଅଞ୍ଚଳରେ ସକାଳ ୯ଟା ୩୦ ରୁ ଦିନ ୧୨ଟା ୩୦ ଯାଏଁ, ଫୁଲନଖରା ଅଟଳା ଓ ଭିଙ୍ଗାରପୁର ଅଞ୍ଚଳରେ ସକାଳ ୮ଟା ରୁ ସକାଳ ୧୧ଟା ଯାଏଁ, ବରମୁଣ୍ଡା ସିଆରପିଏଫ ଅଞ୍ଚଳରେ ଅପରାହ୍ନ ୨ଟା ୩୦ ରୁ ସନ୍ଧ୍ୟା ୫ଟା ୩୦ ଯାଏଁ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ସକାଳ ୮ଟା ରୁ ସକାଳ ୧୧ଟା ଯାଏଁ ରସୁଲଗଡ଼ ଅଞ୍ଚଳରେ ସକାଳ ୧୦ଟା ରୁ ଦିନ ୧ଟା ଯାଏଁ ବିଦ୍ୟୁତ ବନ୍ଦ ରହିବ।

ଭରତପୁର ପିଏଚଡି ଅଞ୍ଚଳରେ ସକାଳ ୯ଟା ୩୦ ରୁ ଦିନ ୧୨ଟା ଯାଏଁ ଏବଂ ଧଉଳି ଲିଙ୍ଗରାଜ ଅଞ୍ଚଳ ଓ ବାରଙ୍ଗ ଶ୍ରୀରାମ ବଜାର ଅଞ୍ଚଳରେ ସକାଳ ୧୦ଟା ରୁ ଦିନ ୧୨ଟା ଯାଏଁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ସେହିପରି କଟକ ସ୍ଥିତ ମହାନଦୀ ବିହାର ଶିଖରପୁର ଅଞ୍ଚଳ ଓ ତୁଳସୀପୁର ଅଞ୍ଚଳରେ ସକାଳ ୧୦ଟା ରୁ ଦିନ ୨ଟା ଯାଏଁ, ରାଣୀହାଟ ମଙ୍ଗଳାବାଗ ଅଞ୍ଚଳରେ ସକାଳ ୮ଟା ୩୦ ରୁ ଦିନ ୧୧ଟା ଯାଏଁ, କନ୍ଦରପୁର ଅଞ୍ଚଳ, ରାଣୀହାଟ ଏସସିବି ମେଡିକାଲ କଲେଜ ରୋଡ଼ ଅଞ୍ଚଳ ଓ କେନାଲ ରୋଡ଼ ଅଞ୍ଚଳରେ ଅପରାହ୍ନ ୩ଟା ରୁ ସନ୍ଧ୍ୟା ୫ଟା ଯାଏଁ ଏବଂ କଲେଜ ଛକ ଯୋବ୍ରା ବ୍ୟାରେଜ ଅଞ୍ଚଳରେ ସକାଳ ୧୦ଟା ରୁ ଦିନ ୧୨ଟା ଯାଏଁ, ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ବୋଲି ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରୁବୁସନ ତରଫରୁ କୁହାଯାଇଛି।

କଟକ ଭୁବନେଶ୍ବରର ଟାଟା ପାୱାର ବିଦ୍ୟୁତ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026

ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.