ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି । ତେବେ ସୁଭଦ୍ରା ଯୋଜନାଟି ମିଶନ ଶକ୍ତି ବିଭାଗର ପରିସରଭୁକ୍ତ ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଭାତି ପରିଡା ସ୍ପଷ୍ଟ କରିଛନ୍ତି ।
ଲକ୍ଷପତି ଦିଦିଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ମୋଟ୍ ୬,୦୨,୦୧୩ ସଂଖ୍ୟକ ସ୍ୱୟଂ ସହାୟିକା ଗୋଷ୍ଠି କାର୍ଯ୍ୟରତ ଅଛନ୍ତି ଓ ସେଥିରେ ୭୦ଲକ୍ଷ ୧୦ ଜଣ ମହିଳା ସଦସ୍ୟା ସମ୍ପୃକ୍ତ ଅଛନ୍ତି ।
ବିଭିନ୍ନ ଆର୍ଥିକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬,୪୧,୭୪୮ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି ।


