ଭୁବନେଶ୍ଵର: ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା ତଥା ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଇକେଲ୍ କ୍ରେମର୍ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ବୈଠକରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ସାମାଜିକ ପ୍ରଗତି କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପାରସ୍ପରିକ ଆଲୋଚନା ହୋଇଥିଲା।
ବିଶେଷ କରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମରେ ଅଭିନବ ଚିନ୍ତାଧାରାର ପ୍ରୟୋଗ ଏବଂ ଓଡ଼ିଶାକୁ ମାଇକେଲ କ୍ରେମାରଙ୍କର ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପ୍ରଫେସର କ୍ରେମର୍ ଓଡ଼ିଶାର ପ୍ରଶାସନିକ ଦକ୍ଷତା ଏବଂ ବିକାଶ ପ୍ରକ୍ରିୟାରେ ବୈଜ୍ଞାନିକ ଦୃଷ୍ଟିକୋଣର ବ୍ୟବହାରକୁ ପ୍ରଶଂସା କରିଛନ୍ତି।


