Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ
ଆଜିର ଖବର

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Baladevjiu
Special grant for construction of Baladev Ji's chariot

ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ହୋଇଛି।

ଏଥିନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଗତ କିଛିଦିନ ଧରି ରଥର ୧୪ଟି ଚକର ଅବସ୍ଥା ଠିକ୍ ନଥିବାରୁ ରଥ ଚାଳନାରେ ବିଭିନ୍ନ ପ୍ରକାରର ବିଘ୍ନ ସୃଷ୍ଟି ହେଉଥିଲା। ଫଳସ୍ୱରୂପ ରଥ ମାଉସୀ ମା’ଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁ ନଥିଲା ଏବଂ ପାଖାପାଖି ଦୁଇଦିନ ବଳମ୍ବ ହେଉଥିଲା। ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ସ୍ଥିତି ଦେଖା ଯାଉଥିଲା।

ଏହାକୁ ଦୃଷ୍ଟିରେ ରଖି ପ୍ରଭୁ ବଳଦେବ ଜୀଉଙ୍କ ନୂତନ ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ସୃଷ୍ଟି ନ ହୁଏ, ସେଥିପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରିଛନ୍ତି। ଏଥିନେଇ ବିଧି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ବଳଦେବ ଜୀଉ ମନ୍ଦିରର ସମସ୍ତ ରୀତିନୀତି ଓ ପରମ୍ପରାର ସୁରକ୍ଷା ନେଇ ରାଜ୍ୟ ସରକାର ପ୍ରତିବଦ୍ଧ ରହିଛନ୍ତି। ଏହି ଅନୁଦାନ ବଳଦେବ ଜୀଉଙ୍କ ପୀଠକୁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ତଥା ରାଜ୍ୟବାସୀଙ୍କ ପାଇଁ ଏକ ଆନନ୍ଦର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।

Baladev Ji's chariot କେନ୍ଦ୍ରାପଡା ଜିଲ୍ଲା ବଳଦେବ ଜୀଉ ବ୍ରହ୍ମ ତାଳଧ୍ୱଜ ରଥ
Share. Facebook Twitter LinkedIn Email WhatsApp Copy Link

Related Posts

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026
Latest News

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.