Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ
ଆଜିର ଖବର

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
First National Lok Adalat of the Year to Be Held on March 14
First National Lok Adalat of the Year to Be Held on March 14

ଭୁବନେଶ୍ଵର: ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଟାଙ୍ଗୀ, ଜଟଣୀ ଓ ବେଗୁନିଆଠାରେ ଏହା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ସଲୋମୀ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଲୋକଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ଥିବା ମାମଲା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ରାଜସ୍ୱ, ମୋଟର ଯାନ ଦୁର୍ଘଟଣା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ, ପାନୀୟ ଜଳ ଓ ଟେଲିଫୋନ୍ ଅନାଦେୟ, ବ୍ୟାଙ୍କ ଋଣ ଖିଲାପି/ ଅନାଦେୟ, ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା ଓ ଅବସରକାଳୀନ ପ୍ରାପ୍ୟ) ଓ ସମସ୍ତ ପ୍ରକାରର ଦେୱାନି ମାମଲାର ଆପୋଷ ସହମତି ଭିତ୍ତିରେ ସମାଧାନ କରାଯାଇ ପାରିବ।

ଲୋକଅଦାଲତରେ ମୋକଦ୍ଦମା ଫଇସଲା ପାଇଁ କୌଣସି ଆର୍ଥିକ ଖର୍ଚ୍ଚର ଆବଶ୍ୟକତା ପଡ଼େ ନାହିଁ। ଏହି ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ଓ ଅମଳଯୋଗ୍ୟ ଅଟେ। ଯଦି କୌଣସି ବିଚାରାଧିନ ମାମଲା ଲୋକଅଦାଲତ ମାଧ୍ୟମରେ ସମାଧାନ ହୁଏ, ତେବେ ପୂର୍ବରୁ ପଇଠ କରାଯାଇଥିବା କୋର୍ଟ ଫି ମଧ୍ୟ ଫେରସ୍ତ ପାଇବାର ବିଧି ବ୍ୟବସ୍ଥା ରହିଛି । ଦୀର୍ଘଦିନରୁ ଚାଲି ରହିଥିବା ମାମଲାଗୁଡ଼ିକର ସହଜ ସମାଧାନ ପାଇଁ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ବର୍ତ୍ତିବା ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶଦିଆଯାଇଛି।

ଏଣୁ ଜନସାଧାରଣ ଏହି ଲୋକଅଦାଲତର ଫାଇଦା ନେବା ପାଇଁ ନିଜ ନିଜର ମାମଲାକୁ ରାଷ୍ଟ୍ରୀୟ ଲୋକଅଦାଲତରେ ଆଗତ କରିବାକୁ ହେବ ଏବଂ ବିଭାଗୀୟ ଅଦାଲତ କିମ୍ବା ନିକଟସ୍ଥ ଆଇନ ସେବା ପ୍ରାଧିକରଣଙ୍କ ସହ ଆଗୁଆ ଯୋଗାଯୋଗ କରିବାକୁ ହେବ ବୋଲି ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।

March 14 National Lok Adalat ଖୋର୍ଦ୍ଧା ଜିଲ୍ଲା ରାଷ୍ଟ୍ରୀୟ ଲୋକଅଦାଲତ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.