Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ
ଆଜିର ଖବର

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ଗୀତଗୋବିନ୍ଦ ସଦନ
ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

ଭୁବନେଶ୍ୱର: ମନୋଜ ଦାସଙ୍କ ଭାଷାରେ, ଭାବରେ, ଚରିତ୍ର ଚିତ୍ରଣରେ ଉତ୍ତୁଙ୍ଗ ପରିପକ୍ୱତା ପରିଲକ୍ଷିତ ହୁଏ। ନିସର୍ତ୍ତ ଭାବରେ ମଣିଷକୁ ସ୍ବାଗତ କରିବା, ମଣିଷର ଅସହାୟତାକୁ, ବିଷାଦକୁ, ଶୋକକୁ ଉପସ୍ଥାପନ କରିବାରେ ସେ ଓସ୍ତାଦ୍ ଥିଲେ। ମନୋଜ ଦାସ ଜଣେ ବିରଳ ଶିଳ୍ପୀ। ଯିଏ ବିଷାଦର ଚମତ୍କାର ଚିତ୍ରଣ କରିଛନ୍ତି। କଷ୍ଟକର ଜୀବନକୁ ସହଜ ସୁନ୍ଦର୍ ଭାବରେ ବର୍ଣ୍ଣନା କରିବାରେ ମନୋଜ ଦାସ ଜଣେ ସିଦ୍ଧ ଶିଳ୍ପୀ ବୋଲି ସୁଖ୍ୟାତ ସମାଲୋଚକ ଓ କଥାକାର ଡ଼ ଆଦିକନ୍ଦ ସାହୁ କହିଛନ୍ତି।

ମନୋଜ ଦାସ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଗୀତଗୋବିନ୍ଦ ସଦନରେ ମନୋଜ ଦାସ ଜୟନ୍ତୀ ପାଲିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼ ଆଦିକନ୍ଦ ସାହୁ କହିଥିଲେ, ମନୋଜ ଦାସଙ୍କ ପ୍ରତିଟି ରଚନାରେ ଅଦମ୍ୟ ପରିପକ୍ଵତା ରହିଛି। ସମକାଳୀନ କୌଣସି ଗାଳ୍ପିକ ସେ ଜାଗାକୁ ପହଂଚି ପାରିବା ଭଳି ଅନୁଭୂତ ହୁଏନି। ମଣିଷ ଜୀବନରେ ଗରଳ ଆଉ ଗୋଟେ ମଣିଷ ଭରି ଦିଏ। ବାଘ, ଭାଲୁ ନୁହଁ ବୋଲି ତାଙ୍କ ଲେଖାରେ ସ୍ଥାନ ପାଇଛି। ଭାବନିଷ୍ଠତା ମନୋଜ ଗଳ୍ପରେ ବାନ୍ଧି ହୋଇ ରହିଛି।

ମଣିଷର ଦୁଃଖ ଜର୍ଜରିତ କାହାଣୀକୁ ସ୍ଥାନ ଦେବାରେ ସେ ଓସ୍ତାଦ ଥିଲେ। ତାଙ୍କ ଲେଖା ଆତ୍ମାକୁ ଶୋକ ଜର୍ଜରିତ କରୁଥିଲା। ବିଷାଦ ଆସେ ଅସହାୟତାରୁ। ନାରୀ ହେଉ କି ପୁରୁଷ ହେଉ, ରାଜା ହେଉ କି ପ୍ରଜା ହେଉ ସମସ୍ତେ ମନୋଜଙ୍କ ଲେଖାରେ ସ୍ଥାନ ପାଇଥାନ୍ତି। ଭଲ ଲେଖା ହେଉଛି, ବିଷାଦ ଜର୍ଜରିତ କାହାଣୀକୁ ସ୍ଥାନ ଦେବା। ଜଣେ ନିର୍ବାସିତ ରାଜପୁତ୍ର ହେବା କଠିନ। ମନୋଜ ସାହିତ୍ୟରେ ବାର୍ତ୍ତା ଥାଏ, ମଣିଷ ଜୀବନ ସୁନ୍ଦର। କିନ୍ତୁ ଏହାକୁ ଜିଇଁବା କଷ୍ଟକର। ସେ ବାମପନ୍ଥୀ ଥିଲେ କି ଦକ୍ଷିଣପନ୍ଥୀ ତାହା କହୁନି, କିନ୍ତୁ ସେ ସିଦ୍ଧ ଶିଳ୍ପୀ ଥିଲେ। ଗୋପୀନାଥ ମହାନ୍ତି ଓ ମନୋଜ ଦାସଙ୍କ ଭଳି ଉଚ୍ଚକୋଟୀର ଲେଖା ଅନ୍ୟ କାହାର ହୋଇ ପାରିବନି। ତେବେ ତରୁଣମାନେ ରୁଚିହୀନ କଥା ଲେଖୁଛନ୍ତି। ଯାହା କ୍ଷମଣୀୟ ନୁହେଁ ବୋଲି ଡ଼ ସାହୁ କହିଥିଲେ।

ମୁଖ୍ୟ ବକ୍ତା ବିଶିଷ୍ଟ କଥାକାର ଯଶୋଧାରା ମିଶ୍ର କହିଥିଲେ, ସାଧାରଣ ଲୋକଙ୍କ ପ୍ରଣତି ପରି ମନୋଜ ଦାସଙ୍କ ଲେଖାରେ ଦେଖିବାକୁ ମିଳେନି। ସେ ପ୍ରେମ ସହ ମୃତ୍ୟୁକୁ ମଧ୍ୟ ଯୋଡିଥାନ୍ତି। ପ୍ରେମର ପରିଣତି ସହ ମୃତ୍ୟୁର ପାଖାପାଖିକୁ ଏକାଠି କରିଥାନ୍ତି। ତାଙ୍କ ଲେଖାରେ କେବଳ ମଣିଷ ପ୍ରେମ ନୁହଁ, ପ୍ରକୃତି ଓ ପଶୁ ପକ୍ଷୀଙ୍କ ସହ ବି ପ୍ରେମ ନେଇ ବର୍ଣ୍ଣନା କରିଥାନ୍ତି। ଖୁବ ପୁରୁଣା ଘର ପ୍ରତି ତାଙ୍କର ଆକର୍ଷଣ ଥିଲା। ‘ନିଜାମପୁରର ସନ୍ଧ୍ୟା’ରେ ସୁନ୍ଦର ଭାବେ ବର୍ଣ୍ଣନା ହୋଇଛି। ତାଙ୍କର କୌଣସି ଲେଖାରେ ପ୍ରେମିକ, ପ୍ରେମିକା ମିଳନ ହୋଇନଥାଏ।

ମନୋଜ ଦାସଙ୍କ ଗଳ୍ପର କାହାଣୀ ହିଁ ପାଠକଙ୍କୁ ଶେଷଯାଏ ବାନ୍ଧି ରଖେ। ତାଙ୍କର ଶୈଳୀରେ କୌଣସି ଲୋକପ୍ରିୟ ଧାରା ନଥିଲା। ସେ ନିଜର ଏକ ସ୍ବତନ୍ତ୍ର ଗଠନ ଧାରା ତିଆରି କରିଥିଲେ। ପାଠକର ଗ୍ରହଣ କ୍ଷମତା ଉପରେ ମନୋଜଙ୍କ ଗଳ୍ପର ଉଚ୍ଚତା ଭିନ୍ନଭିନ୍ନ ହୁଏ। ସୁନିର୍ବାଚିତ ଶବ୍ଦ ଚୟନ ହିଁ ତାଙ୍କର ଏକ ବିଶେଷ ଗୁଣ। ମନୋଜ ଦାସଙ୍କ ବିଦୃପରେ କୌଣସି ହୀନମନ୍ୟତା ନଥାଏ, ଅନ୍ୟକୁ ଗୌଣ କରି ଦେଖାଇବାର ଦୁରଭିସନ୍ଧି ନଥାଏ, ବରଂ ଥାଏ କରୁଣା। ମଣିଷ ସହିତ ପଶୁ ପକ୍ଷୀ ମଧ୍ୟ ତାଙ୍କ ଗଳ୍ପର ଚରିତ୍ର ବୋଲି ଯଶୋଧାରା କହିଥିଲେ।

ସଂସଦର ସଭାପତି ଅଧ୍ୟାପକ ବିଶ୍ଵରଞ୍ଜନ କହିଥିଲେ, ସୀମାହୀନ ମନୋଜ ଦାସଙ୍କ ଯାତ୍ରା। ମନୋଜଙ୍କୁ ଭଲ ପାଉଥିବା ଲୋକ ବହୁତ। ପ୍ରବୀଣ ମନୋଜ ଓ ତରୁଣ ମନୋଜଙ୍କ ଉଦାହରଣ ଦେଇଥିଲେ। ଏହି ଅବସରରେ ଇତି ସାମନ୍ତଙ୍କ ସଂକଳିତ କାଦମ୍ବିନୀ ପ୍ରକାଶିତ ‘ମନୀଶୀ ମନୋଜ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ପଵିତ୍ର ମୋହନ ଦାଶ କହିଥିଲେ, ମନୋଜ ଦାସ ଜଣେ ପୂର୍ଣ୍ଣାଙ୍ଗ ସତ୍ତା। ତାଙ୍କ ଲେଖାରେ ସ୍ୱାଧୀନତା ପରବର୍ତ୍ତୀକାଳୀନ ମନୋଭାବ ପ୍ରତିଫଳିତ। ନଥିବା କଥାକୁ ନେଇ ଗଳ୍ପ ବନେଇବାର କଳାତ୍ମକତା ମନୋଜଙ୍କ ପାଖରେ ଅଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀ ସଚିବ ଡ଼ ଚନ୍ଦ୍ରଶେଖର ହୋତା, ମନୋଜ ଦାସ ସ୍ମୃତି ସଂସଦ ସଂମ୍ପାଦକ ଗୌତମବୁଦ୍ଧ ଦାସ ବକ୍ତବ୍ୟ ରଖିଥିବା ବେଳେ ସଂସଦର କାର୍ଯ୍ୟନିର୍ବାହୀ ସମ୍ପାଦକ ସରୋଜ ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Manoj Das ମନୋଜ ଦାସ ସରୋଜ ବଳ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026
Latest News

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.