ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଟାଉନ ଥାନା ଅନ୍ତର୍ଗତ ଚର୍ଚ୍ଚ୍ ରୋଡର ଏକ ହୋଟେଲରେ ହୁକ୍କା ଚାଲୁଥିବାର ଖବର ମିଳିଥିଲା। ଏହାପରେ ପୋଲିସ ସେଠାରେ ଚଢାଉ କରିଥିଲା। ପୋଲିସ ସେଠାରୁ କିଛି ହୁକ୍କା ସେବନକାରୀଙ୍କ ସହ ମାଲିକ ଅମୀର କୁମାର ପାତ୍ରଙ୍କୁ ଅଟକ ରଖିଥିଲା। ଏହା ସହିତ ଉକ୍ତ ହୋଟେଲରେ ହୁକ୍କା ସରଞ୍ଜାମ ଯଥା ୪ ଟି ହୁକ୍କା ହାଣ୍ଡି, ୧୦ ଟି ପାଇପ୍, ୩ ପ୍ୟାକେଟ ହୁକ୍କା ଗୁଣ୍ଡ ଜବତ୍ କରିଥିଲା। ଶେଷରେ ହୋଟେଲ ମାଲିକ ଅମୀର କୁମାର ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।


