Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ
ଆଜିର ଖବର

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

March 1, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ
୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ଵର: ଆଜି ଅପରାହ୍ନରେ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୈରୀ ଠାରେ ଗତ ତା ୨୬.୦୨.୨୦୨୬ ରିଖ ଠାରୁ ଆରମ୍ଭ ହୋଇଥିବା ୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଅଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ବର୍ଣ୍ଣାଢ଼୍ୟ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ସେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ଓ ଦଳମାନଙ୍କୁ ଟ୍ରଫି ଓ ନଗଦ ଅର୍ଥ ରାଶି ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସଞ୍ଜୟ କୁମାର ତାଙ୍କ ବକ୍ତବ୍ୟରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ସଫଳତା ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବନ୍ଧୁକ ଚାଳନା କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡିଶା ପୋଲିସର ଏକ ସୁନାମ ରହିଛି। ଭଲ ଅଭ୍ୟାସ ଜାରି ରଖି ଭବିଷ୍ୟତରେ ସର୍ବଭାରତୀୟ ପୋଲିସ ପ୍ରତିଯୋଗିତାରେ ଅଧିକ ସଫଳତା ହାସଲ କରିବାକୁ ମୁଖ୍ୟ ଅତିଥି ସଞ୍ଜୟ କୁମାର ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ପୋଲିସ ଜିଲ୍ଲା, ବାଟାଲିୟନ ଓ ପ୍ରତିଷ୍ଠାନରୁ ୧୬ଟି ଦଳ ଓ ୨୬୯ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସମୁଦାୟ ତିନୋଟି ବିଭାଗ ଯଥା ରାଇଫଲ, ରିଭଲଭର / ପିସ୍ତଲ ଓ କାର୍ବାଇନ / ଷ୍ଟେନଗନ ବିଭାଗରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଉଦ୍‌ଯାପନୀ ସମାରୋହ ଅବସରରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ଓ ଦଳମାନଙ୍କୁ ଟ୍ରଫି ଓ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଇଫଲ ବିଭାଗରେ ଶ୍ରେଷ୍ଠ ରାଇଫଲମ୍ୟାନ୍ ଭାବେ ଏସ.ଓ.ଜି., ଭୁବନେଶ୍ୱରର ହାବିଲଦାର ମନୋରଞ୍ଜନ ମହାରଣା, ଦ୍ୱିତୀୟ ଶ୍ରେଷ୍ଠ ରାଇଫଲମ୍ୟାନ୍ ଭାବେ ଏସ.ଓ.ଜି., ଭୁବନେଶ୍ୱରର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରଜତ ପଟ୍ଟନାୟକ, ତୃତୀୟ ଶ୍ରେଷ୍ଠ ରାଇଫଲମ୍ୟାନ୍ ଭାବେ ପ୍ରଶିକ୍ଷଣ ପ୍ରତିଷ୍ଠାନର କନେଷ୍ଟବଳ ଦୀପକ କୁମାର ଡାକୁଆ ପୁରସ୍କୃତ ହୋଇଥିଲେ।

ସେହିପରି ରାଇଫଲ ହାର୍ଡଲାଇନ୍ ଟ୍ରଫି ଏସଏସବିଏନ ହାଉଣ୍ଡସ ଟିମ ହାସଲ କରିଥିବା ବେଳେ ରାଇଫଲ ରନର୍ସ-ଅପ୍ ଟ୍ରଫି ଓଏସଏଏଫ ପାନ୍ଥର ଓ ରାଇଫଲ ଚାମ୍ପିୟନସିପ୍ ଟ୍ରଫି ଏସ.ଓ.ଜି., ଭୁବନେଶ୍ୱରର ଟିମ ହାସଲ କରିଥିଲେ।
୧୦୦ ୟାର୍ଡ୍ ରାଇଫଲ ଷ୍ଟାଣ୍ଡିଂ ପୋଜିସନ୍ ଟ୍ରଫି କନେଷ୍ଟବଳ ଦୀପକ କୁମାର ଡାକୁଆ, ୨୦୦ ୟାର୍ଡ୍ ରାଇଫଲ ଶୁଟିଂ (ଡିଜିପି ଟ୍ରଫି) ସ୍ୱପନ କୁମାର ସରକାର ଓ ୩୦୦ ୟାର୍ଡ୍ ରାଇଫଲ ଶୁଟିଂ (ଏଡିଜିପି-ଏସଏପି ଟ୍ରଫି) ହାବିଲଦାର ରଞ୍ଜିତ ଥାପା ହାସଲ କରିଥିଲେ।

୩୦୦ ୟାର୍ଡ୍ ସ୍ନାପ୍ ଶୁଟିଂ ପୁରସ୍କାର ଏସ.ଓ.ଜି., ଭୁବନେଶ୍ୱରର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରଜତ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା।

ରିଭଲଭର / ପିସ୍ତଲ ବିଭାଗରେ ଶ୍ରେଷ୍ଠ ରିଭଲଭରମ୍ୟାନ୍ ଟ୍ରଫି ଏସ.ଓ.ଜି., ଭୁବନେଶ୍ୱରର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା, ଦ୍ୱିତୀୟ ଓ ତୃତୀୟ ଶ୍ରେଷ୍ଠ ରିଭଲଭରମ୍ୟାନ୍ ଟ୍ରଫି ଯଥାକ୍ରମେ କନେଷ୍ଟବଳ ଅଜିତ କୁମାର ସାହୁ ଓ ହାବିଲଦାର କ୍ଷୀରଧର ସାହୁ ହାସଲ କରିଥିଲେ।

ରିଭଲଭର ହାର୍ଡଲାଇନ୍ ଟ୍ରଫି ଟ୍ରେନିଂ ଇନଷ୍ଟିଚୁଟ ଟିମ , ରନର୍ସ-ଅପ୍ ଟ୍ରଫି ଓଏସଏପି ପ୍ୟାନ୍ଥର ଓ ରିଭଲଭର ଚାମ୍ପିୟନସିପ୍ ଟ୍ରଫି ଏସ.ଓ.ଜି., ଭୁବନେଶ୍ୱର ହାସଲ କରିଥିଲେ।

୧୫, ୨୫, ୩୦ ଓ ୫୦ ୟାର୍ଡ଼ ପିସ୍ତଲ / ରିଭଲଭର ସୁଟିଂ ଟ୍ରଫି ଯଥାକ୍ରମେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା, ହାବିଲଦାର କ୍ଷୀରଧର ସାହୁ, ହାବିଲଦାର ତନ୍ମୟ କୁମାର ମନ୍ତ୍ରୀ ଓ କନେଷ୍ଟବଳ ଅଜିତ କୁମାର ସାହୁ ହାସଲ କରିଥିଲେ।

ସେହିପରି ଷ୍ଟେନଗନ ବିଭାଗରେ, ଷ୍ଟେନ ଚାମ୍ପିୟନସିପ୍ ଟ୍ରଫି ଏସ.ଓ.ଜି., ଭୁବନେଶ୍ୱର ଏବଂ ଷ୍ଟେନ ରନର୍ସ-ଅପ୍ ଟ୍ରଫି ଓଏସଏପି ପ୍ୟାନ୍ଥର ହାସଲ କରିଥିଲେ।

ଶ୍ରେଷ୍ଠ ଷ୍ଟେନ ଶୁଟର ଭାବେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା ଓ ଦ୍ୱିତୀୟ ଶ୍ରେଷ୍ଠ ଷ୍ଟେନ ଶୁଟର ଭାବେ ହାବିଲଦାର ଉତ୍ତମ ଚରଣ କାଣ୍ଡି ପୁରସ୍କୃତ ହୋଇଥିଲେ।

ସେହିପରି ଏସ.ଓ.ଜି., ଭୁବନେଶ୍ୱର, ରାଇଫଲ, ରିଭଲଭର ଓ ଷ୍ଟେନଗନ ବିଭାଗରେ ସର୍ବାଧିକ ଅଙ୍କ ହାସଲ କରି “ ଚାମ୍ପିୟନସିପ୍ ଟ୍ରଫି” ହାସଲ କରିଥିଲେ।

ଏହି ଅବସରରେ ବିଭିନ୍ନ ସମୟରେ ଓଡିଶା ପୋଲିସ ପାଇଁ ବନ୍ଧୁକ ଚାଳନାରେ ଗୌରବ ଆଣିଥିବାଏସ.ପି. ତମାଙ୍ଗ, କମାଣ୍ଡାଣ୍ଟ , ୪ର୍ଥ I.R. ବାହିନୀ, ଦେବଗଡ଼, କୈଳାସ ଚନ୍ଦ୍ର ବଳବନ୍ତରାୟ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ୬ଷ୍ଠ ଆଇ ଆର ବାଟାଲିୟନ, ଖୋର୍ଦ୍ଧା, ଆର.ଆର.ଆର. ରେଡ୍ଡୀ, ଇନ୍ସପେକ୍ଟର, ଓଏସଏପି, ଅଷ୍ଟମ ବାଟାଲିୟନ ଛତ୍ରପୁର, ହାବିଲଦାର ଜିତେନ କୁମାର ପ୍ରଧାନ, ପ୍ରଥମ ଓଏସଏପି, ଢେଙ୍କାନାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜିର ଏହି ଉଦଯାପନୀ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଆଇଜିପି (ଏସଏପି) ଗଜଭିୟେ ସତୀଶ କୁମାର, କମାଣ୍ଡାଣ୍ଟ PTI, ବୈରୀ ଅଶୋକ କୁମାର ଦେହୁରୀ, କମାଣ୍ଡାଣ୍ଟ ଷଷ୍ଠ ଓଏସଏପି, କଟକ, ସୂର୍ଯ୍ୟନାରାୟଣ ମଲ୍ଲିକ, କମାଣ୍ଡାଣ୍ଟ ଦ୍ଵିତୀୟ ବାଟାଲିୟନ, ଝାରସୁଗୁଡା ପ୍ରସାଦ ତମାଙ୍ଗ, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ନୀଳ ମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ଓଡିଶା ପୋଲିସ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ ବନ୍ଧୁକ ଚାଳନା ପ୍ରତିଯୋଗିତା ବୈରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ଆକାଶଛୁଆଁ ପେଟ୍ରୋଲ ଓ ଗ୍ୟାସର ମୂଲ୍ୟ: ଜାଣନ୍ତୁ ଭାରତଠାରୁ କେତେ ପାର୍ଥକ୍ୟ?

March 23, 2026

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

March 23, 2026

ନୟାଗଡ଼ରେ ଭାରତର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ

March 23, 2026
Latest News

ପାକିସ୍ତାନରେ ଆକାଶଛୁଆଁ ପେଟ୍ରୋଲ ଓ ଗ୍ୟାସର ମୂଲ୍ୟ: ଜାଣନ୍ତୁ ଭାରତଠାରୁ କେତେ ପାର୍ଥକ୍ୟ?

March 23, 2026

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

March 23, 2026

ନୟାଗଡ଼ରେ ଭାରତର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ

March 23, 2026

“କେରଳରେ ହେବ ତ୍ରିକୋଣୀୟ ପ୍ରତିଯୋଗିତା”: ବିଜେପି ବିଷୟରେ ଭବିଷ୍ୟବାଣୀ କଲେ ସିପିଆଇ ନେତା

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.