Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚ଼ିଲିକା ସାହିତ୍ୟ ସମାଜର ବାର୍ଷିକୋତ୍ସବ: ଶତାଧିକ କବିଙ୍କ ସ୍ଵରଚିତ କବିତା ଆବୃତ୍ତି
ଆଜିର ଖବର

ଚ଼ିଲିକା ସାହିତ୍ୟ ସମାଜର ବାର୍ଷିକୋତ୍ସବ: ଶତାଧିକ କବିଙ୍କ ସ୍ଵରଚିତ କବିତା ଆବୃତ୍ତି

March 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାରସ୍ବତ ସମ୍ମିଳନୀ "ଚଇତାଳି"ରେ ଚିଲିକାର କଥା କବିତା ସଂଗୀତର ଅପୂର୍ବ ସମନ୍ବୟ
ସାରସ୍ବତ ସମ୍ମିଳନୀ "ଚଇତାଳି"ରେ ଚିଲିକାର କଥା କବିତା ସଂଗୀତର ଅପୂର୍ବ ସମନ୍ବୟ

ବାଣପୁର: ସାହିତ୍ୟ ହିଁ ଜାତିର ଜୀବନ ଜାତିର ଅସ୍ମିତା, କାବ୍ୟ କବିତା, ଗଳ୍ପ ନାଟକ, ଉପନ୍ୟାସ ପ୍ରତିଟି ସମାଜର ଦର୍ପଣ, ଯାହାକୁ ନେଇ ଓଡ଼ିଆଭାଷା ସାହିତ୍ୟ ରୁଦ୍ଧିମନ୍ତ। ସେହି ଭାଷା ସାହିତ୍ୟର ସେବାହିଁ ପ୍ରତିଟି ମଣିଷର ଧ୍ୟେୟ ହେଉ। ପ୍ରତିଟି ପାଠକ କବିତା ଗଳ୍ପ ମନସ୍କ ହେଲେ କବିର ସୃଷ୍ଟି ସାର୍ଥକ ହେବ ବୋଲି ଆନ୍ତରର୍ଜାତିକ ଖ୍ୟାତି ସଂପର୍ଣ୍ଣ କବି ଡ଼ଃ ପ୍ରସନ୍ନକୁମାର ପାଟ୍ଟଶାଣୀ ତାଙ୍କ ବ୍ୟକ୍ତବ୍ୟ ପ୍ରଦାନ କରି ଚ଼ିଲିକା ସାହିତ୍ୟ ସମାଜର ଏହି ଉତ୍ସବ ”ଚଇତାଳି” କୁ ଭୁରିଭୁରି ପ୍ରଶଂସା କରିଥିଲେ।

ବାଣୀ ତୀର୍ଥ ବାଣପୁର ଚ଼ିଲିକାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚିଲିକା ସାହିତ୍ୟ ସମାଜର ବାର୍ଷିକ ସାରସ୍ବତ ସମ୍ମିଳନୀରେ ଯୋଗ ଦେଇ ବକ୍ତାମାନେ ଏଭଳି ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଡଃ ପାଟ୍ଟଶାଣୀ, ମୁଖ୍ୟବକ୍ତା ଭାବରେ ସାହିତ୍ୟିକ ଡଃ ଦେବେନ୍ଦ୍ର ନାଥମାନସିଂ, ସମ୍ମାନୀତ ବକ୍ତା ଭାବରେ ବିଶ୍ଵ ମୁକ୍ତିର ସଂପାଦକ କବି ପ୍ରଫେସର ଶଶାଙ୍କ ଚୂଡ଼ାମଣି, ସମ୍ମାନୀତ ଅତିଥି ଭାବରେ ବିଶିଷ୍ଠ ବ୍ୟଙ୍ଗ କବି ଡ଼ଃ ରମାକାନ୍ତ ମହାପାତ୍ର ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟକୁ ବାଣପୁରର ଅବଦାନ ସଂପକର୍କରେ ଦୀକ୍ଷାନ୍ତ ଭାଷଣ ରଖିଥିଲେ।

ସମ୍ମିଳନୀର ପ୍ରଥମାର୍ଦ୍ଧରେ ସାହିତ୍ୟିକ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କ ସଭାପତିତ୍ଵରେ ଅଧାପକ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ସହଯୋଗରେ ସପ୍ତଫେଣୀ ପତ୍ରିକାର ସଂପାଦକ କବି ଗୋପୀନାଥ ଦାଶଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଚ଼ିଲିକା ଗଞ୍ଜାମ ଅଞ୍ଚଳର ଶତାଧିକ କବି କବୟିତ୍ରୀ ସ୍ବରଚିତ କବିତା ଆବୃତି କରି ଆସରକୁ ମଧୁମୟ, ରଙ୍ଗମୟ, ଛନ୍ଦମୟ ରସାପ୍କୁତ କରିଥିଲେ।

ଏହି ଅବସରରେ ସାହିତ୍ୟ ସମାଜର ମୁଖପତ୍ର କଲ୍ଲୋଳ ଏବଂ ବିଶ୍ଵମୁକ୍ତି ସାହିତ୍ୟ ପତ୍ରିକାର ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀଙ୍କ ସ୍ମାରକୀ ସ୍ଵତନ୍ତ୍ର ସଂଖ୍ୟା ସହିତ ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥଙ୍କ ରଚିତ ଆଧ୍ୟାତ୍ମିକ ସାହିତ୍ୟ ଗାୟତ୍ରୀ ଉପାସନାର ଦୁଇଟି ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।

ପ୍ରତିବର୍ଷ ପରି ଚଳିତ ବର୍ଷ ଆକାଶବାଣୀ କଟକ କେନ୍ଦ୍ରର ଗୀତିକାର କବି ଡଃ ବାସୁଦେବ ପ୍ରଧାନଙ୍କୁ ଚିଲିକା ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଧ୍ୟାପକ ଡ଼ଃ କୈଳାସ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ସାହିତ୍ୟ ସମାଜର ସଂପାଦକ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ଦିଗମ୍ବର ବିଶ୍ୱାଳ, ଶିଶିର କୁମାର ଦାସ, ପ୍ରିୟଦର୍ଶନୀ ମହାରଣା, ଝରଣାରାଣୀ ରଥ, ରୋଜି ମିଶ୍ର, ସୁଶାନ୍ତ କୁମାର ଦାଶ, ଆନନ୍ଦ ଚ଼ନ୍ଦ୍ର ସେନାପତି, ପ୍ରହଲ୍ଲାଦ ବେହେରା, ବିଚ଼ିତ୍ରା ନନ୍ଦ ବେହେରା, ପ୍ରତିଭା ଜାଲି, ବିଷ୍ଣୁପ୍ରିୟା ବାରିକ୍, ଚ଼ିରଞ୍ଚି ପରୀଡ଼ା, ଦେବରାଜ ସାହୁ, ଲଳିତେନ୍ଦୁ ଭୋଳ, ଦିଲ୍ଲୀପ କୁମାର ହୋତା, ଶେଷ ଦେବ ମହାରଣା, ଭିକାରୀଚରଣ ପ୍ରଧାନ, ଶଶି ଭୂଷଣ ବରାଳ ପ୍ରମୁଖ ସହଯୋଗ କରିଥିଲେ।

ସହ ସଂପାଦକ ରମେଶଚ଼ନ୍ଦ୍ର ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026
Latest News

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.