ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁରୁଷୋତ୍ତମ ଥାନା ଅନ୍ତର୍ଗତ ସୁଣ୍ଡିବାଙ୍କ ଗ୍ରାମ ନିକଟରେ ସାଗର ବେହେରା ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ଆହତ ସାଗଙ୍କ ଘର ନିକଟସ୍ଥ ଅରଖପୁର ଓ ଆଜି ସକାଳେ ଦୁଇ ଜଣ ଯୁବକ ଆସି ଗୁଳି କରିଥିବା ସାଗର କହିଛନ୍ତି। ତାଙ୍କର ଡାହାଣ ଗୋଡ଼ରେ ୨ଟି ଗୁଳି ବାଜିଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସା ଜାରି ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।


