Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନତାରାର ଗୋଟିଏ ବର୍ଷ: ଚିକିତ୍ସା, ପୁନର୍ବାସ ଏବଂ ବନ୍ୟପ୍ରାଣୀ ସଂରକ୍ଷଣରେ ଏକ ନୂତନ ଦୃଷ୍ଟାନ୍ତ ସ୍ଥାପନ
ଆଜିର ଖବର

ବନତାରାର ଗୋଟିଏ ବର୍ଷ: ଚିକିତ୍ସା, ପୁନର୍ବାସ ଏବଂ ବନ୍ୟପ୍ରାଣୀ ସଂରକ୍ଷଣରେ ଏକ ନୂତନ ଦୃଷ୍ଟାନ୍ତ ସ୍ଥାପନ

March 3, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବନତାରାର ଗୋଟିଏ ବର୍ଷ: ଚିକିତ୍ସା, ପୁନର୍ବାସ ଏବଂ ବନ୍ୟପ୍ରାଣୀ ସଂରକ୍ଷଣରେ ଏକ ନୂତନ ଦୃଷ୍ଟାନ୍ତ ସ୍ଥାପନ
ବନତାରାର ଗୋଟିଏ ବର୍ଷ: ଚିକିତ୍ସା, ପୁନର୍ବାସ ଏବଂ ବନ୍ୟପ୍ରାଣୀ ସଂରକ୍ଷଣରେ ଏକ ନୂତନ ଦୃଷ୍ଟାନ୍ତ ସ୍ଥାପନ

ଜାମନଗର: ଗୁଜରାଟର ଜାମନଗରରେ ସ୍ଥିତ ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଏହାର ଏକ ବର୍ଷର ଯାତ୍ରା ସମ୍ପୂର୍ଣ୍ଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବା ପରଠାରୁ ଗତ ଏକ ବର୍ଷରେ, ବନତାରା ଆହତ ଏବଂ ସଂକଟରେ ଥିବା ବନ୍ୟପ୍ରାଣୀଙ୍କ ଉଦ୍ଧାର, ଅତ୍ୟାଧୁନିକ ଚିକିତ୍ସା ଏବଂ ବିଜ୍ଞାନଭିତ୍ତିକ ସଂରକ୍ଷଣ ପାଇଁ ଏକ ସାମଗ୍ରିକ ମଡେଲ ଭାବରେ ଉଭା ହୋଇଛି।

ଶିଳ୍ପପତି ଅନନ୍ତ ଅମ୍ବାନୀଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ପ୍ରଥମ ବର୍ଷରେ ହଜାର ହଜାର ବନ୍ୟପ୍ରାଣୀଙ୍କୁ ନୂତନ ଜୀବନ ଦେଇଛି। ସିଂହ, ବାଘ ଏବଂ ଚିତାବାଘ ଭଳି ବଡ଼ ପ୍ରାଣୀ, ସରୀସୃପ, ପ୍ରାଇମେଟସ, ପକ୍ଷୀ ଏବଂ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସମେତ ବିଭିନ୍ନ ପ୍ରଜାତିର ପ୍ରାଣୀଙ୍କୁ ଉଦ୍ଧାର କରି ସେମାନଙ୍କର ଚିକିତ୍ସା କରାଯାଇଥିବାବେଳେ ଅନେକଙ୍କୁ ସୁସ୍ଥ ହେବା ପରେ ପୁଣିଥରେ ଜଙ୍ଗଲ ଭଳି ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ଫେରାଇ ଦିଆଯାଇଥିଲା। ସଂରକ୍ଷଣ ଦିଗରେ ଏହାର ପ୍ରୟାସଗୁଡିକୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି ଏବଂ ଏହାକୁ ଗ୍ଲୋବାଲ୍ ହ୍ୟୁମେନ୍ ପୁରସ୍କାର ମିଳିଛି। ବନତାରାକୁ ଇଏଆରଏଜେଡଏ (ଋଇଜଇତଇ) ଏବଂ ଏସଇଏଜେଡଏ (ଝଋଇତଇ) ର ସଦସ୍ୟତା, ଗ୍ଲୋବାଲ୍ ହ୍ୟୁମେନ୍ କନଜରଭେସନ୍ ସାର୍ଟିଫିକେସନ୍ ଏବଂ ପ୍ରଣୀ ମିତ୍ର ପୁରସ୍କାର ୨୦୨୫ ଭଳି ଅନେକ ପୁରସ୍କାର ପ୍ରଦାନ କରାଯାଇଛି।

ବନତାରା ବିଶେଷ ଭାବରେ ଶୋଷଣ କିମ୍ବା କଠିନ ପରିସ୍ଥିତିରୁ ଉଦ୍ଧାର ହୋଇଥିବା ପ୍ରାଣୀଙ୍କ ଯତ୍ନ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। କାଠ ବୋହିବା, ସର୍କସ୍ ଏବଂ ସବାରୀ ଭଳି କାମରୁ ଉଦ୍ଧାର ହୋଇଥିବା ୨୫୦ ରୁ ଅଧିକ ହାତୀଙ୍କୁ ଦୀର୍ଘକାଳୀନ ଚିକିତ୍ସା ଏବଂ ପୁନର୍ବାସ ସୁବିଧା ମିଳୁଛି। ଏଥିସହିତ ହଜାର ହଜାର କୁମ୍ଭୀର ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ପାଇଁ ବୈଜ୍ଞାନିକ ନିରୀକ୍ଷଣ ଏବଂ ପୁଷ୍ଟି-ଆଧାରିତ ଯତ୍ନ ବ୍ୟବସ୍ଥା ବିକଶିତ କରାଯାଇଛି।

ପ୍ରତିଦିନ ହଜାର ହଜାର ପ୍ରାଣୀଙ୍କୁ ସହାୟତା କରି, ବନତାରା ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବ୍ୟବସ୍ଥା ମାଧ୍ୟମରେ ୧୫୬,୦୦୦ କିଲୋଗ୍ରାମ ଉଚ୍ଚ-ଗୁଣବତ୍ତା ପୁଷ୍ଟିସାର ପ୍ରସ୍ତୁତ କରିଥାଏ, ଯାହାକୁ ୫୦ ଟି ତାପମାତ୍ରା-ନିୟନ୍ତ୍ରିତ ଯାନ ମାଧ୍ୟମରେ ପହଞ୍ଚାଯାଇଥାଏ ଏବଂ ୨୦୦ ପ୍ରଶିକ୍ଷିତ ପ୍ରଫେସନାଲଙ୍କ ଦ୍ୱାରା ପରିଚାଳିତ ହୋଇଥାଏ, ଯାହାଦ୍ୱାରା ୧,୦୦୦ ରୁ ଅଧିକ ପଶୁଖାଦ୍ୟ ଚାଷୀଙ୍କୁ ସାହାଯ୍ୟ ମିଳିଥାଏ। ଏହି ଭଳି ସମନ୍ୱିତ ଯତ୍ନ ସହିତ ୨୦୦ ଜଣ ଲୋକ କାମ କରୁଥିବା ୨୪ ଘଣ୍ଟା ପ୍ରତିକ୍ରିୟା ଦଳ ମଧ୍ୟ ରହିଛି, ଯାହା ୫୦ ରୁ ଅଧିକ ଅନ୍ତର୍ଜାତୀୟ ଉଦ୍ଧାର କାର୍ଯ୍ୟ ଏବଂ ୧୫ ଟି ବନ୍ୟପ୍ରାଣୀ ଦ୍ରୁତ ରେସ୍ପନ୍ସ ଓ ଉଦ୍ଧାର ଦଳର ନିୟୋଜନରେ ସହାୟତା କରିଛି।

ବନତାରାକୁ ପଶ୍ଚିମ ଭାରତର ଜାତୀୟ ବନ୍ୟପ୍ରାଣୀ ରେଫରାଲ୍ ସେଣ୍ଟର ଭାବରେ ମଧ୍ୟ ନାମିତ କରାଯାଇଛି। ଏଠାରେ ସ୍ଥାପିତ ବୈଜ୍ଞାନିକ ପ୍ରୟୋଗଶାଳା ଏବଂ ୧୧ଟି ସାଟେଲାଇଟ୍ ପ୍ରୟୋଗଶାଳା ପ୍ରତିଦିନ ହଜାର ହଜାର ନମୁନା ଯାଞ୍ଚ କରିବାରେ ସକ୍ଷମ, ଯାହା ମଲିକୁଲାର ଡାଇଗ୍ନୋସ୍ଟିକସ, ବାୟୋ -ବ୍ୟାଙ୍କିଙ୍ଗ ଏବଂ ପରବର୍ତ୍ତୀ ପିଢ଼ିର ସିକ୍ୱେନସିଂ ଭଳି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରିଥାଏ । ବିଶେଷଜ୍ଞମାନଙ୍କ ଅନୁଯାୟୀ ଏହି ମଡେଲ୍ ବନ୍ୟପ୍ରାଣୀ ସ୍ୱାସ୍ଥ୍ୟକୁ ବ୍ୟାପକ “ଏକ ସ୍ୱାସ୍ଥ୍ୟ” ଢାଞ୍ଚାରେ ଏକାଠି କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।

ଗତ ବର୍ଷର ପ୍ରମୁଖ ଉପଲବ୍ଧି ମଧ୍ୟରେ ରହିଛି ଗୁଜୁରାଟ ବନ ବିଭାଗ ସହଯୋଗରେ ବରଡା ବନ୍ୟପ୍ରାଣୀ ଅଭୟାରଣ୍ୟରେ ୫୩ ଚିତ୍ରା ହରିଣଙ୍କ ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ ଏବଂ ଅନ୍ତର୍ଜାତୀୟ ସ୍ତରରେ ସାପ-ବେକ କଇଁଛଙ୍କ ପ୍ରାକୃତିକ ପରିବେଶରେ ପୁନଃପ୍ରବର୍ତ୍ତନ। ବନତାରା ପକ୍ଷରୁ ଶତାଧିକ ପଶୁ ଚିକିତ୍ସକଙ୍କୁ ସଂରକ୍ଷଣ ଚିକିତ୍ସାରେ ପ୍ରଶିକ୍ଷଣ ଦେଇଥିଲା, ୫୦ ରୁ ଅଧିକ ଜ୍ଞାନ-ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଏବଂ ପ୍ରକୃତି ସଂରକ୍ଷଣରେ ପିଲା ଏବଂ ଯୁବକଯୁବତୀ ମାନଙ୍କୁ ପ୍ରକୃତି ସଂରକ୍ଷଣରେ ଯୋଡିବା କରିବା ପାଇଁ ବିଶେଷ ପ୍ରସାର ଅଭିଯାନ ଚଳାଇଥିଲା।

ପଞ୍ଜାବରେ ଆସିଥିବା ଭୟଙ୍କର ବନ୍ୟା ସମୟରେ, ସଂସ୍ଥା ରିଲିଫ୍ ପ୍ରୟାସରେ ଅଂଶଗ୍ରହଣ କରି ପ୍ରଭାବିତ ସମୁଦାୟ ଏବଂ ପ୍ରାଣୀମାନଙ୍କୁ ସହାୟତା କରିଥିଲା, ଯାହା ପରିବେଶ ସନ୍ତୁଳନ ଏବଂ ମାନବ କଲ୍ୟାଣ ଗଭୀର ଭାବରେ ଜଡିତ ରହିଥିବା ବାର୍ତ୍ତାକୁ ସୂଦୃଢ଼ କରିଥିଲା। ଗୋଟିଏ ବର୍ଷ ମଧ୍ୟରେ, ବନତାରା ଉଦ୍ଧାର, ଗବେଷଣା, ପ୍ରାକୃତିକ ପରିବେଶରେ ପୁନଃପ୍ରବର୍ତ୍ତନ ଏବଂ ସ୍ଥାନୀୟ ସମୁଦାୟ ସହଭାଗିତାକୁ ଯୋଡ଼ୁଥିବା ଏକ ସମନ୍ୱିତ ସଂରକ୍ଷଣ ଇକୋସିଷ୍ଟମ ଭାବରେ ବିକଶିତ ହୋଇଛି, ଯାହାର ଉଦ୍ଦେଶ୍ୟ ବନ୍ୟପ୍ରାଣୀଙ୍କୁ ଦ୍ୱିତୀୟ ଜୀବନ ଦେବା ଏବଂ ପ୍ରକୃତି ସହିତ ସମନ୍ୱୟରେ ଭବିଷ୍ୟତ ପାଇଁ ଦୃଢ଼ ଯୋଗଦାନ ଦେବା।

ଗୁଜରାଟ ଜାମନଗର ନରେନ୍ଦ୍ର ମୋଦି ବନତାରା ବନ୍ୟପ୍ରାଣୀ ସଂରକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ପ୍ଲାଟଫର୍ମସ ପକ୍ଷରୁ ଡାନ୍ ବେଲିଙ୍କୁ ସଭାପତି ନିଯୁକ୍ତି ଘୋଷଣା

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026

ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟରେ ଇରାନରେ ଭୂମିକମ୍ପ

March 3, 2026

ଏହି ଦେଶରେ ଶକ୍ତିଶାଳୀ ଭୂମିକମ୍ପ!: ୬.୨ ତୀବ୍ରତାରେ ଥରିଲା ଧରିତ୍ରୀ

March 3, 2026
Latest News

ବନତାରାର ଗୋଟିଏ ବର୍ଷ: ଚିକିତ୍ସା, ପୁନର୍ବାସ ଏବଂ ବନ୍ୟପ୍ରାଣୀ ସଂରକ୍ଷଣରେ ଏକ ନୂତନ ଦୃଷ୍ଟାନ୍ତ ସ୍ଥାପନ

March 3, 2026

ଜିଓ ପ୍ଲାଟଫର୍ମସ ପକ୍ଷରୁ ଡାନ୍ ବେଲିଙ୍କୁ ସଭାପତି ନିଯୁକ୍ତି ଘୋଷଣା

March 3, 2026

ଇରାନରେ ପରମାଣୁ ବିକିରଣ ବ୍ୟାପିଲେ କେତେ ଦେଶ ବିପଦରେ ପଡ଼ିବେ?: ଜାଣନ୍ତୁ ସବିକିଛି

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026

ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟରେ ଇରାନରେ ଭୂମିକମ୍ପ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.