Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ
ଆଜିର ଖବର

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ
ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ତଥା ସର୍ବାଧିକ ପସନ୍ଦିତ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ରିଲାଏନ୍ସ ଜିଓ ଏହାର ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼​​କରି ଡିସେମ୍ବର ୩୧, ୨୦୨୫ ରେ ଶେଷ ହୋଇଥିବା ତ୍ରୈମାସିକରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଓଡ଼ିଶାରେ ଏହାର ପ୍ରାଧାନ୍ୟ ବଜାୟ ରଖିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଦ୍ୱାରା ଅକ୍ଟୋବର ରୁ ଡିସେମ୍ବର ୨୦୨୫ ତ୍ରୈମାସିକ ପାଇଁ ପ୍ରକାଶିତ ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧୧୦୩.୨୪ କୋଟି ଟଙ୍କା ତ୍ରୈମାସିକ ସମାୟୋଜିତ ମୋଟ ରାଜସ୍ୱ (ଏଜିଆର) ହାସଲ କରିଛି। ଏହା ପଛକୁ ଦ୍ଵିତୀୟ ସ୍ଥାନରେ ରହିଥିବା ଏୟାରଟେଲ୍ ୭୯୫.୪୬ କୋଟି ଟଙ୍କା, ବିଏସଏନଏଲ ୮୬.୮୧ କୋଟି ଟଙ୍କା ଏବଂ ଭୋଡାଫୋନ୍ ଆଇଡିଆ ୩୭.୦୪ କୋଟି ଟଙ୍କାର ଏଜିଆର ହାସଲ କରିଛନ୍ତି। ଗତ ବର୍ଷ ସମାନ ତ୍ରୈମାସିକ ତୁଳନାରେ ରିଲାଏନ୍ସ ଜିଓ ସର୍ବାଧିକ ୧୨ ପ୍ରତିଶତରୁ ଅଧିକ ଏଜିଆର ଅଭିବୃଦ୍ଧି ହାସଲ କରିଛି। ଓଡ଼ିଶାରେ ଏଜିଆର ବଜାର ଅଂଶ ଦୃଷ୍ଟିରୁ, ଜିଓ ସର୍ବାଧିକ ୫୪.୪୫ ପ୍ରତିଶତ ବଜାର ଅଂଶ ସହିତ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏହା ପଛକୁ ଏୟାରଟେଲର ୩୯.୨୬ ପ୍ରତିଶତ, ବିଏସଏନଏଲର ୪.୨୮ ପ୍ରତିଶତ ଏବଂ ଭୋଡାଫୋନ ଆଇଡ଼ିଆର ୧.୮ ପ୍ରତିଶତ ଏଜିଆର ବଜାର ଅଂଶ ରହିଛି।

ଟ୍ରାଇ ରିପୋର୍ଟ ଅନୁଯାୟୀ, ୩୧ ଡିସେମ୍ବର, ୨୦୨୫ରେ ଶେଷ ହୋଇଥିବା ତ୍ରୈମାସିକରେ ରିଲାଏନ୍ସ ଜିଓ ସର୍ବାଧିକ ୧୧୫୧.୨୮ କୋଟି ଟଙ୍କା ମୋଟ ରାଜସ୍ୱ ହାସଲ କରିଛି। ଦ୍ଵିତୀୟ ସ୍ଥାନରେ ରହିଥିବା ଏୟାରଟେଲ୍ ୮୨୨.୬୭ କୋଟି ଟଙ୍କା, ବିଏସଏନଏଲ ୧୬୭.୨୮ କୋଟି ଟଙ୍କା ଏବଂ ଭୋଡାଫୋନ ଆଇଡ଼ିଆ ୫୪.୫୭ କୋଟି ଟଙ୍କା ମୋଟ ରାଜସ୍ବ ଆୟ କରିଛନ୍ତି।

ଜାତୀୟ ସ୍ତରରେ, ଜିଓ ୪୩ ପ୍ରତିଶତରୁ ଅଧିକ ରାଜସ୍ୱ ବଜାର ଅଂଶ ସହିତ ଏହାର ରାଜସ୍ୱ ବଜାର ନେତୃତ୍ୱକୁ ସୁଦୃଢ଼​​କରିଛି ଏବଂ ଦେଶର ୨୨ ଟି ଟେଲିକମ୍ ସର୍କଲ ମଧ୍ୟରୁ ୧୬ଟି ସର୍କଲରେ ଜିଓ ଅଗ୍ରଣୀ ରହିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଜିଓ ଦେଶରେ ସର୍ବାଧିକ ୩୨୧୦୦ କୋଟି ଟଙ୍କାରୁ ଅଧିକ ସମାୟୋଜିତ ମୋଟ ରାଜସ୍ୱ (ଏଜିଆର) ହାସଲ କରିଛି।

ଉଲ୍ଲେଖଯୋଗ୍ୟ ଯେ ଜିଓ ରାଜ୍ୟର ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ ସେବା କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି। ଡିସେମ୍ବର ୩୧, ୨୦୨୫ ସୁଦ୍ଧା ରାଜ୍ୟରେ ଜିଓର ଏକ କୋଟି ୭୨ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକ, ୩.୮୫ ଲକ୍ଷରୁ ଅଧିକ ଜିଓଫାଇବର ଗ୍ରାହକ ଏବଂ ୩.୩୪ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଛନ୍ତି, ଯାହା ସାରା ଓଡ଼ିଶାରେ ଜିଓର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ଦ୍ୱାରା ସମ୍ଭବ ହୋଇଛି।

ଏହାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ସର୍ବପ୍ରଥମ ନୀତି ସହିତ, ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗେଇ ନେଇ ଚାଲିଛି।

ଜିଓଏୟାରଫାଇବର ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ସହ ଶେଷ ମାଇଲ୍ ଫାଇବର କନେକ୍ଟିଭିଟି ଚ୍ୟାଲେଞ୍ଜକୁ ଦୂର କରିବା ଏବଂ ସହର, ଉପକଣ୍ଠ ତଥା ଗ୍ରାମାଞ୍ଚଳରେ ଘର ଏବଂ ଛୋଟ ବ୍ୟବସାୟଗୁଡିକୁ ନିର୍ଭରଯୋଗ୍ୟ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସଂଯୋଗ ପ୍ରଦାନ କରିବାରେ ସଫଳ ହୋଇଛି। ଏହା ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ୮୦୦ ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ପ୍ରଦାନ ଜରିଆରେ ଡିଜିଟାଲ୍ ଯୁଗରେ ଛାତ୍ରଛାତ୍ରୀ, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଗୁଡିକୁ ଉନ୍ନତି କରିବା ପାଇଁ ସଶକ୍ତ କରୁଛି।

ଓଡିଶା ଜିଓ ଟ୍ରାଇ ରିପୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.