ରଣପୁର: ଶିକ୍ଷକ ଶିକ୍ଷା ଓ ରାଜ୍ୟ ଶିକ୍ଷା ଓ ଗବେଷଣା ପ୍ରଶିକ୍ଷଣ ପରିଷଦ, ଓଡିଶା ଭୁବନେଶ୍ୱର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ନୟାଗଡ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ବୈଜ୍ଞାନିକ ମନୋଭାବର ବିକାଶ କରିବା ପାଇଁ ଏକ ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରି ଉଭୟ ଗୁରୁ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏକ ସାଧାରଣ ସଭାର ଆୟୋଜନ କରି ନୋବେଲ ବିଜେତା ସି.ଭି. ରମଣଙ୍କ ବିଜ୍ଞାନକୁ ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା।
ଏହି ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଫେସର ଉତ୍ତମକାନ୍ତି ଜେନା, ମୁଖ୍ୟବକ୍ତା ଭାବରେ ଅର୍ଧେକ କୁମାର ରଣଜିତସିଂହ ପ୍ରମୁଖ ଯୋଗ ଦେଇଥିଲେ।
ଶିକ୍ଷକ ପ୍ରଶିକ୍ଷକ ଦୀପକ କୁମାର ପ୍ରଧାନ, ଅନିନ୍ଦିତା ପ୍ରିୟଦର୍ଶିନୀ, ପ୍ରତାପ କୁମାର ମହାପାତ୍ର, ବାଟକୃଷ୍ଣ ସାହୁ, ମନୋରଞ୍ଜନ ଦାଶ, ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଦିବସର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।
ବିଶ୍ୱରଂଜନ ପଟ୍ଟନାୟକ, ପ୍ରସନଜିତ ବାଲିଆରସିଂହ, ପ୍ରିୟଙ୍କା ମାଝୀ, କଳିଙ୍ଗ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


