ଭୁବନେଶ୍ଵର: ହୋଲି ଉତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୋଲିସ୍ କମିଶନର ଏସ୍. ଦେବଦତ୍ତ ସିଂ। ହୋଲିରେ ରଙ୍ଗ ଖେଳି ମଦ୍ୟପାନ କରି ଗାଡି ଚଳାଇଲେ ଗାଡି ଜବତ ହେବା ସହ ଚାଳକ ମଧ୍ୟ ଗିରଫ ହେବା ନେଇ ପୋଲିସ୍ କମିଶନର ଶ୍ରୀ ସିଂ ସୂଚନା ଦେଇଛନ୍ତି। ହୋଲି ପାଇଁ ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା କରିବା ସହିତ ଡିସିପିଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସପି ଦାୟିତ୍ୱରେ ରହିବେ।
୧୭ଟି ମୋବାଇଲ ପାର୍ଟି ପଇଁତରା ମାରିବା ପାଇଁ ଗାଇଡ ଲାଇନ ଜାରି କରାଯାଇଥିବା ବେଳେ ୮୫ଟି ସ୍ଥାନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ହେବ। ୧୦ଟି ଗାଧୁଆ ତୁଠ ଓ ନଦୀ ପଠାରେ ବ୍ୟାପକ ଅଗ୍ନିଶମ ଟିମ ଏବଂ ଓଡ୍ରାଫ ଟିମ ମୁତୟନ ରହିବେ। ଏଥିସହ ୪ଟି ଷ୍ଟାଇକିଙ୍ଗ ଟିମ ସୁରକ୍ଷା ଦାୟିତ୍ୱରେ ରହିବା ନେଇ ପୋଲିସ୍ କମିଶନର ଶ୍ରୀ ସିଂ ସୂଚନା ଦେଇଛନ୍ତି।


