ଭୁବନେଶ୍ଵର: 2025-26ରେ ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି। 2 କେନ୍ଦ୍ରୀୟ କମିଟି ସଦସ୍ୟଙ୍କୁ ମିଶାଇ ପ୍ରାୟ 25ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି। ଅନେକଙ୍କୁ ଗିରଫ କରାଯାଇଥିବାବେଳେ ବହୁସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ପୋଲିସ ମହାନିର୍ଦ୍ଦେଶକ ଓ୍ୱାଇ .ବି ଖୁରାନିଆ କହିଛନ୍ତି।
ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, କଳାହାଣ୍ଡି, ରାୟଗଡା ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ 30ରୁ 35ଜଣ ମାଓବାଦୀଙ୍କର ଚଳପ୍ରଚଳ ରହିଛି। ସେମାନେ 3ଟି ଦଳରେ ବିଭକ୍ତ ହୋଇ ମାଓକାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। ମାଓ ଆତ୍ମ ସମର୍ପଣ ପାଇଁ ରାଜ୍ୟ ସରକାର ଯେଉଁ ଥଇଥାନ ନୀତି ଘୋଷଣା କରିଛନ୍ତି ତାହାର ଲାଭ ଉଠାଇବା ସହ ମୁଖ୍ୟଶ୍ରୋତକୁ ଫେରି ଆସିବା ପାଇଁ ଶ୍ରୀ ଖୁରାନିଆ ମାଓବାଦୀଙ୍କୁ ନିବେଦନ କରିଛନ୍ତି।


