Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 
ଆଜିର ଖବର

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଗ୍ନୋ ଆଞ୍ଚଳିକ କେନ୍ଦ୍ର
ଇଗ୍ନୋର ୩୯ତମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ୭ ହଜାରରୁ ଅଧିକ ଶିକ୍ଷାର୍ଥୀ ସମ୍ମାନିତ

ଭୁବନେଶ୍ଵର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତବିଶ୍ୱବିଦ୍ୟାଳୟ (ଇଗ୍ନୋ) ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱରରେ ଆଜି କ୍ୟାମ୍ପସ୍ ୨ କର୍ପୋରେଟ୍ (ସି୨ସି) ଏବଂ ଆଇଡ଼ିଏସନ୍ ୨ ଅର୍ଗାନାଇଜେସନ୍  (ଆଇ୨ଓ) ୨.୦କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି। ଉଚ୍ଚ ଶିକ୍ଷା, ଶିଳ୍ପ ଆବଶ୍ୟକତା ଓ ଓଡ଼ିଶା ରାଜ୍ୟରେ ଉଦ୍ୟମିତା ବିକାଶ ମଧ୍ୟରେ ସଂଯୋଗ ସୁଦୃଢ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଓଡ଼ିଶା ସରକାରର ଶିଳ୍ପ, କୌଶଳ ବିକାଶ ଓ କାରିଗରୀ ଶିକ୍ଷା ବିଭାଗର ମାନ୍ୟବର ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ଏକୀକରଣ, ଶିଳ୍ପ ସାମଞ୍ଜସ୍ୟ ଏବଂ ଉଦ୍ଭାବନ-ପ୍ରଣୋଦିତ ବୃଦ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କଲେ। ଯୁବପିଢ଼ି ମଧ୍ୟରେ ନିୟୋଜନ  ଦକ୍ଷତା  ଓ ଉଦ୍ୟମିତା ପ୍ରୋତ୍ସାହନ ନିମିତ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଫଳାଭିମୁଖୀ ପ୍ରଶିକ୍ଷଣ ମଡ଼େଲ ଅବଲମ୍ବନ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱ ଆରୋପ କଲେ।

ଏହି କାର୍ଯ୍ୟକ୍ରମ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଏବଂ ରାଇରଙ୍ଗପୁର ଦ୍ୱାରା ଟ୍ରେନଗୁରୁ ଏଡୁକେୟାର ପ୍ରାଇଭେଟ୍ ଲିମିଟେଡ୍ ଏବଂ ୱିନିଅର୍ସ ଫୋରମ୍ର   ସହଯୋଗରେ ଆୟୋଜିତ ହୋଇଛି। ଶିକ୍ଷାର୍ଥୀ ମାନଙ୍କୁ ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା ଓ ଉଦ୍ୟମିତା ସାମର୍ଥ୍ୟ ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ।

ଡ. ଏମ.କେ. ଦାଶ, ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ, ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର, ଅଧ୍ୟକ୍ଷତା କଲେ ଏବଂ ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀଣ ବିକାଶ ସୁନିଶ୍ଚିତ କରିବା ଲାଗି ଶୈକ୍ଷଣିକ ପାଠ୍ୟକ୍ରମ ମଧ୍ୟରେ କୌଶଳ-ଆଧାରିତ ଶିକ୍ଷଣ, ବ୍ୟବହାରିକ ଅଭିଜ୍ଞତା ଓ ଶିଳ୍ପ ସଂଯୋଗ ସ୍ଥାପନର ମହତ୍ତ୍ୱ ଉଲ୍ଲେଖ କଲେ।

ଏନସିଆଇଡିଇ, ଇଗ୍ନୋର ବରିଷ୍ଠ ନିର୍ଦ୍ଦେଶିକା ଡ଼ ଜ୍ୟୋସ୍ନା ଦିକ୍ଷିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ଏବଂ ରାଇରଙ୍ଗପୁର , ଟ୍ରେନଗୁରୁ ଏବଂ ୱିନିୟର କତୃପକ୍ଷଙ୍କୁ ଏହି ପ୍ରଚେଷ୍ଠା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଟ୍ରେନଗୁରୁ ଏଡୁକେୟାର ପ୍ରାଇଭେଟ୍ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଡ. ସି. ବିଜୟା ଛାତ୍ରଛାତ୍ରୀ ମାନଙ୍କୁ ବାସ୍ତବ କର୍ପୋରେଟ ପରିବେଶ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଗଠିତ ଶିଳ୍ପ-ଶିକ୍ଷା ଭାଗିଦାରୀ  ଓ ଯୋଗ୍ୟତା-ଆଧାରିତ ପ୍ରଶିକ୍ଷଣ ଢ଼ାଞ୍ଚା ଉପରେ ଆଲୋଚନା କଲେ।

ୱିନିଅର୍ସ ଫୋରମ ର ସହ-ପ୍ରତିଷ୍ଠାତ୍ରୀ ଓ ନିର୍ଦ୍ଦେଶିକା ଜୟନ୍ତୀ ମହାପାତ୍ର ଦୀର୍ଘକାଳୀନ ସାମାଜିକ-ଅର୍ଥନୈତିକ ପ୍ରଭାବ ଉତ୍ପନ୍ନ କରିବା ଲାଗି ସ୍ଥାୟୀ ଉଦ୍ୟମିତା  ମାର୍ଗ ଗଢ଼ିବା ଓ ଶିଳ୍ପ-ଶିକ୍ଷା ଅଂଶୀଦାରିତା ଦୃଢ଼ କରିବା ବିଷୟରେ ବିସ୍ତୃତ ଆଲୋଚନା କଲେ।

କ୍ୟାମ୍ପସ୍ ୨ କର୍ପୋରେଟ୍ (ସି୨ସି) କାର୍ଯ୍ୟକ୍ରମ ବୃତ୍ତିଗତ ଦକ୍ଷତା ବିକାଶ, କର୍ମକ୍ଷେତ୍ର ନୈତିକତା, ଯୋଗାଯୋଗ ଦକ୍ଷତା, ସାକ୍ଷାତ୍କାର ପ୍ରସ୍ତୁତି ଓ ରଣନୈତିକ କ୍ୟାରିୟର ଯୋଜନା ମାଧ୍ୟମରେ ନିୟୋଜନ ଯୋଗ୍ୟତା ବୃଦ୍ଧିରେ ସହାୟତାକରିବ।

ଆଇଡ଼ିଏସନ୍ ୨ ଅର୍ଗାନାଇଜେସନ୍ (ଆଇ୨ଓ) ୨.୦ ଉଦ୍ୟୋଗ ୱିନିଅର୍ସ ଫୋରମ୍ ର ପ୍ରତିଷ୍ଠାତ୍ରୀ ନିର୍ଦ୍ଦେଶିକା ଡ. ମନୀଷା ଆଚାର୍ଯ୍ୟଙ୍କ ଦ୍ୱାରା ପରିଚାଳିତ। ଏହି ଉଦ୍ୟୋଗ ପ୍ରଶିକ୍ଷଣ, ଶିଳ୍ପ ଅଭିଜ୍ଞତା ଓ ଅଭିଜ୍ଞତାଭିତ୍ତିକ ଶିଖନ ସୁଯୋଗ ପ୍ରଦାନ ଜରିଆରେ ଉଦ୍ଭାବନୀ ଧାରଣାଗୁଡ଼ିକୁ ସଂଗଠିତ ଓ ବୈଷୟିକ ଉଦ୍ୟୋଗରେ ରୂପାନ୍ତରିତ କରିବାରେ ସହାୟକ ହେବ।

ଏହି ପ୍ରୟାସ ‘ବିକଶିତ ଭାରତ @ ୨୦୪୭’ ର ଜାତୀୟ ଦୃଷ୍ଟିକୋଣ ସହ ସମନ୍ୱିତ, ଯାହାର ଲକ୍ଷ୍ୟ ହେଉଛି ଦକ୍ଷ ମାନବ ସମ୍ପଦ, ନବୀନତାମୂଳକ ପରିବେଶ ଏବଂ ଉଦ୍ୟମିତା ଆଧାରିତ ବିକାଶ ଦ୍ୱାରା ଭାରତକୁ ଏକ ଉନ୍ନତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା।

ଏହି କାର୍ଯ୍ୟକ୍ରମ ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତାକୁ  ପ୍ରୋତ୍ସାହିତ କରି, ନବସୃଜନ-ଚାଳିତ ଉଦ୍ୟୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରି ଏବଂ ଶିକ୍ଷା-ଶିଳ୍ପ ଇଣ୍ଟେରଫେସକୁ ସୁଦୃଢ କରି ସ୍କିଲ ଇଣ୍ଡିଆ ଏବଂ ଷ୍ଟାର୍ଟଅପ୍  ଇଣ୍ଡିଆ ଭଳି ପ୍ରମୁଖ ଜାତୀୟ ମିଶନକୁ ମଧ୍ୟ ପରିପୂରକ କରିବ। ଉଦ୍ଘାଟନୀ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିଗଣ ଯଥା – ସମାଜସେବୀ, ମାନନୀୟ ମନ୍ତ୍ରୀ , ଶିକ୍ଷାବିତ, ଶିଳ୍ପ ପ୍ରତିନିଧି ଏବଂ ବିଦ୍ୟାର୍ଥୀଗଣ ଅଂଶ ଗ୍ରହଣ କରିଥିଲେ। ଏହି ପଦକ୍ଷେପ ଓଡ଼ିଶାରେ ନବସୃଜନ, ଉଦ୍ୟମିତା ଏବଂ କୌଶଳ ବିକାଶ ଅଭିଯାନକୁ ଆହୁରି ଆଗକୁ ନେଇଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.