Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଥାୟିତ୍ୱ ଓ ନୂତନ ଉଦ୍‌ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ
ଆଜିର ଖବର

ସ୍ଥାୟିତ୍ୱ ଓ ନୂତନ ଉଦ୍‌ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

March 9, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ସ୍ଥାୟିତ୍ୱ ଓ ନୂତନ ଉଦ୍‌ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ
ସ୍ଥାୟିତ୍ୱ ଓ ନୂତନ ଉଦ୍‌ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ), ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଏବଂ କନ୍‌ସୋରଟିୟମ୍ ଅଫ୍ ଆକ୍ରେଡିଟେଡ ହେଲ୍‌ଥ କେୟାର ଅର୍ଗାନାଇଜେସନ୍‌ସ(କାହୋ)ର ମିଳିତ ଆନୁକୂଲ୍ୟରେ ସୋଆ କ୍ୟାମ୍ପସ-୨ ପରିସରରେ ଦୁଇ ଦିନ ଧରି ଜାତୀୟ ସ୍ତରର “ସଷ୍ଟେନ୍‌ହେଲ୍‌ଥ – ୨୦୨୬” ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସିର ଡାଇରେକ୍ଟର ଜେନେରାଲ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସ୍ଥିରତା ଏବଂ ନୂତନ ଉଦ୍‌ଭାବନ’ର ପ୍ରସଙ୍ଗକୁ ନେଇ ଏହି କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ନିମନ୍ତେ କୃତ୍ରିମ ବୁଦ୍ଧିମତାର ବ୍ୟବହାର, ଡିଜିଟାଲ୍ ପରିବର୍ତନ ଏବଂ ନୂତନ ଉଦ୍‌ଭାବନକୁ ନେଇ ରୋଗୀମାନଙ୍କୁ କିପରି ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଜଟିଳ ସମସ୍ୟା ଦେଖାଦେଲେ ତାହା ଆର୍ଥିକ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ। ଭବିଷ୍ୟତର ଯୁବପିଢ଼ିଙ୍କୁ ଚିକିତ୍ସା କ୍ଷେତ୍ରରେ ସଷ୍ଟେନ୍‌ହେଲ୍‌ଥ କେୟାରକୁ କିପରି ବଜାୟ ରଖିବା ସହିତ ଉଦ୍‌ଭାବନ ଓ ଡିଜିଟାଲ୍ ପରିବର୍ତନ ବିକାଶର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ୟୁନିସେଫ୍‌ର ହେଲ୍‌ଥ ସ୍ପେଶିଆଲିଷ୍ଟ ଡକ୍ଟର ମୀନା ସୋମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟସେବାରେ ରୋଗୀର ଚିକିତ୍ସା କରିବା ସହିତ ଯତ୍ନ ନେବା ଓ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ରୋଗୀ ସେବା ନିମନ୍ତେ ହେଲ୍‌ଥ କେୟାର, ଇନୋଭେସନ, ଫ୍ରେଣ୍ଡଲି କେୟାରିଂ ଉପରେ ଦୃଷ୍ଟି ଦେବା ଜରୁରୀ। ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ୍ ଚିକିତ୍ସା ଏବଂ କୃତ୍ରିମ ବୁଦ୍ଧିମତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି କ୍ୱାଲିଟି ହେଲ୍‌ଥ କେୟାରରେ ସ୍ଥିରତା, ନୂତନତା ଓ କୃତ୍ରିମ ବୁଦ୍ଧିମତାକୁ ପ୍ରୟୋଗ କରି ସ୍ୱାସ୍ଥ୍ୟସେବା ସାଧାରଣ ଲୋକଙ୍କ ପାଖରେ କିପରି ପହଂଚା ଯାଇପାରିବ ଓ ଉନ୍ନତମାନର ଚିକିତ୍ସା ପ୍ରଦାନ କରାଯାଇପାରିବ ତାହା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।

ଏଭଳି ସମ୍ମିଳନୀ ଦ୍ୱାରା ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାର ଓ ହସ୍ପିଟାଲ୍‌ର ସମସ୍ତ କର୍ମଚାରୀମାନେ ବିଶେଷ ଭାବରେ ଉପକୃତ ହେବା ସହିତ ରୋଗୀର ମାନସିକ, ଶାରୀରିକ ଓ ସାମାଜିକ ସ୍ୱାସ୍ଥ୍ୟର ସମତୂଲ ତଥା ଉନ୍ନତ ଚିକିତ୍ସା ପ୍ରଦାନ କରିପାରିବେ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ତଥା ସମ୍ମିଳନୀର ମୁଖ୍ୟ ପରାମର୍ଶଦାତା ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, କାହୋର ଚେୟାର ସଷ୍ଟେନେବଲ୍ ଫୋରମ୍ ତଥା ପ୍ରୋଗ୍ରାମ ପରାମର୍ଶଦାତା ଡାକ୍ତର କରନ୍ ଠାକୁର ଓ ଇଞ୍ଜିନିୟର୍ସ ଫୋରମର ବିନୋଦ କୁମାର କେବି ଓ ଆଇବିସିଏସ୍‌ର ଡିନ୍ ତଥା ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ଅୟସ କାନ୍ତ ମହାନ୍ତି ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର କ୍ୱାଲିଟି ବିଭାଗର ମୁଖ୍ୟ ତଥା ଆଇବିସିଏସ୍‌ର ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେସନ୍ ବିଭାଗର ପ୍ରଫେସର ଓ ପ୍ରୋଗ୍ରାମ କୋଅର୍ଡିନେଟର ଡକ୍ଟର ଅରୋଲିପି ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ଏହି କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଶେଷରେ ପ୍ରୋଗ୍ରାମ କୋଅର୍ଡିନେଟର ଶ୍ରୀମତି ପ୍ରସନ୍ନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଷ୍ଟେନହେଲ୍‌ଥ ୨୦୨୬ ନାମକ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା।

ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡକ୍ଟର) ଅନୁପ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରି ମେଡିକାଲ୍‌ର ୱେଷ୍ଟ ମ୍ୟାନେଜମେଂଟ, ଜଳବାୟୁ ପରିବର୍ତନ ପ୍ରଭାବରେ ଦେଖାଯାଉଥିବା ଜରୁରୀକାଳୀନ ପରିସ୍ଥିତିରେ ରୋଗୀକୁ କିପରି ଉତମ ଚିକିତ୍ସା ପ୍ରଦାନ କରାଯିବା ସହ ଆଗାମୀ ସମୟରେ ସଷ୍ଟେନେବିଲିଟିର ସନ୍ତୁଳନକୁ କିପରି ବଜାୟ ରଖାଯିବ ସେ ବିଷୟରେ ମତ ରଖିଥିଲେ।

ଷ୍ଟେଟ୍ ଲେବଲ୍ ଏନ୍‌ଭାଇରନ୍‌ମେଂଟ ଇମ୍ପାକ୍ଟ ଆସେସ୍‌ମେଂଟ ଅଥରିଟି, ଆଇଏଫ୍‌ଏସ୍‌ର ଚେୟାରମ୍ୟାନ୍ ଡକ୍ଟର ସୁଦର୍ଶନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସୋଆ ଦ୍ୱାରା ଆୟୋଜିତ ଏଭଳି ପ୍ରୟାସ ଖୁବ ପ୍ରଶଂସନୀୟ। ସ୍ଥାୟିତ୍ୱ ଓ ନୂତନତାକୁ ନେଇ କିପରି ବୁଦ୍ଧିମତାର ସହିତ ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ କରାଯାଇ ରୋଗୀ ଉନ୍ନତମାନର ଚିକିତ୍ସା ପାଇପାରିବ ଏବଂ ସାଧାରଣ ଲୋକଙ୍କ ପାଖରେ କିପରି ଏହାର ସୁବିଧା ଉପଲବ୍ଧ ହୋଇପାରିବ ସେ ନେଇ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ଡକ୍ଟର ପଣ୍ଡା କହିଥିଲେ।

ଏହି ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇବିସିଏସ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ଏବଂ କାହୋର ପ୍ରୋଗ୍ରାମ ପରାମର୍ଶଦାତା କୀର୍ଥୀ ଡି’ ସୁଜା ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ତିନୋଟି ଅଧିବେଶନ ରଖାଯାଇଥିବା ବେଳେ ସ୍ଥାୟିତ୍ୱ କ୍ଷେତ୍ରରେ ଭିତିଭୂମି, ଆର୍ଥିକ ବ୍ୟବସ୍ଥା, ବୈଷୟିକ ଅଗ୍ରଗତି, ଷ୍ଟାର୍ଟଅପ୍ ଓ ନୂତନ ଉଦ୍‌ଭାବନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ନେଇ କାହୋ ପକ୍ଷରୁ ପ୍ଲାଟିନମ୍ ଆଖ୍ୟା ପ୍ରଦାନ କରାଯାଇଥିଲା। ଏହି ଜାତୀୟ ଓ ଅନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମଟି ପ୍ରଥମ ଥର ପାଇଁ ଓଡ଼ିଶାର ଓ ସୋଆରେ ଆୟୋଜନ କରାଯାଇଛି।

କାର୍ଯ୍ୟକ୍ରମରେ ମେଲବର୍ନର ଡାକ୍ତର ରାହୁଲ ମହାନ୍ତି ଯୋଗ ଦେଇ ସ୍ଥାୟିତ୍ୱ କ୍ଷେତ୍ରରେ ଆଇନର ମାପଦଣ୍ଡ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସମ୍ମିଳନୀର ପ୍ରସଙ୍ଗ ‘ଡେକୋରବୋନାଇଜିଂ କେୟାର, ଷ୍ଟ୍ରେନ୍‌ଥନିଙ୍ଗ ରିସାଇଲେନ୍ସ, ଆଡ୍‌ଭାନ୍ସିଂ ଇନୋଭେସନ୍‌’ ରହିଥିଲା। ଏଥିରେ ଓଡ଼ିଶାରୁ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ମେଡିକାଲ୍ ଛାତ୍ରଛାତ୍ରୀ, ଫାର୍ମାସିଷ୍ଟ, ରିସର୍ଚ୍ଚ ସ୍କଲାର, ବାୟୋଟେକ୍ନୋଲଜିଷ୍ଟସ, ଇଞ୍ଜିନିୟର୍ସ ପ୍ରମୁଖ ଯୋଗ ଦେଇଥିଲେ। ଦୁଇ ଦିନ ଧରି ଚାଲିଥିବା ବିଭିନ୍ନ ବିଷୟବସ୍ତୁକୁ ନେଇ ବୈଜ୍ଞାନିକ ଆଲୋଚନାଚକ୍ରରେ ମଧ୍ୟ ରିସର୍ଚ୍ଚ ସ୍କଲାର ଓ ବିଶେଷଜ୍ଞମାନେ ଭର୍ଚୁଆଲି ଉପସ୍ଥିତ ଥିଲେ।

ଏହି ସମ୍ମିଳନୀରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସମ୍ମିଳନୀର ଦ୍ୱିତୀୟ ଦିନରେ ଆଇବିସିଏସ୍‌ର ପ୍ରଫେସର ପ୍ରୀତି ୱାଇ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରୋଗ୍ରାମ କୋଅର୍ଡିନେଟର ତଥା ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌ରେ ଆସିଷ୍ଟାଂଟ ପ୍ରଫେସର ପ୍ରସନ୍ନା ଦାଶ ସମ୍ମଳିନୀର ରିପୋର୍ଟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଆଇବିସିଏସ୍ ଜାତୀୟ ସମ୍ମିଳନୀ ଶିକ୍ଷା ଓ ଅନୁସନ୍ଧାନ ସଷ୍ଟେନହେଲ୍‌ଥ - ୨୦୨୬ ସୋଆ ସ୍ଥାୟିତ୍ୱ ଓ ନୂତନ ଉଦ୍‌ଭାବନ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ହେତୁ କିଛି ଟ୍ରେନ୍ ଅସ୍ଥାୟୀ ଭାବେ ବାତିଲ

March 9, 2026

ଭାରତର ଐତିହାସିକ ଟି-୨୦ ବିଶ୍ୱକପ୍ ବିଜେତା ଦଳକୁ ନୀତା ଅମ୍ବାନୀଙ୍କ ଅଭିନନ୍ଦନ

March 9, 2026

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026
Latest News

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ହେତୁ କିଛି ଟ୍ରେନ୍ ଅସ୍ଥାୟୀ ଭାବେ ବାତିଲ

March 9, 2026

ସ୍ଥାୟିତ୍ୱ ଓ ନୂତନ ଉଦ୍‌ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

March 9, 2026

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026

ଭାରତର ଐତିହାସିକ ଟି-୨୦ ବିଶ୍ୱକପ୍ ବିଜେତା ଦଳକୁ ନୀତା ଅମ୍ବାନୀଙ୍କ ଅଭିନନ୍ଦନ

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.