Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍
ଆଜିର ଖବର

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
TDB-DST SUPPORTS BABYCUE PVT. LTD., CUTTACK (ODISHA) FOR DEVELOPMENT OF RAPID DIAGNOSTIC PLATFORM FOR CHILDHOOD DIARRHEA
TDB-DST SUPPORTS BABYCUE PVT. LTD., CUTTACK (ODISHA) FOR DEVELOPMENT OF RAPID DIAGNOSTIC PLATFORM FOR CHILDHOOD DIARRHEA

ନୂଆଦିଲ୍ଲୀ: ଛୋଟ ପିଲାଙ୍କ ମଧ୍ୟରେ ଜୀବାଣୁ ଏବଂ ଅଣଜୀବାଣୁ ଡାଇରିଆ ମଧ୍ୟରେ ପ୍ରଭେଦ ଜାଣିବା ଲାଗି ଏକ ସ୍ୱଦେଶୀ ତ୍ୱରିତ ନିଦାନ କିଟ୍‌ ବା ରାପିଡ୍‌ ଡାଇଗ୍ନୋଷ୍ଟିକ କିଟ୍‌ ବିକଶିତ କରାଯିବ। ଏହି କିଟ୍‌ କୁ ବ୍ୟବସାୟିକ ରୂପ ଦେବା ଲାଗି ଏକ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନ ପ୍ରଯୁକ୍ତିବିଦ୍ୟା ବିକାଶ ବୋର୍ଡ (ଟିଡିବି) ପକ୍ଷରୁ କଟକସ୍ଥିତ ବେବିକ୍ୟୁ ପ୍ରାଇଭେଟ୍‌ ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥାକୁ ଡାଇରିଆ ରୋଗର ତ୍ୱରିତ ଯାଞ୍ଚ ଲାଗି ଡିସ୍ପୋଜେବଲ ପେପର୍‌ ବିଶ୍ଳେଷଣାତ୍ମକ ଉପକରଣ ବିକଶିତ କରିବା ଲାଗି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଡାଇକ୍ୟୁ କିଟ୍‌ ନାମକ ପ୍ରସ୍ତାବିତ ଉତ୍ପାଦ ଦେଶରେ ପିଲାମାନଙ୍କ ମଧ୍ୟରେ ଦେଖା ଦେଉଥିବା ଡାଇରିଆ ରୋଗର ବ୍ୟାପକ ସମସ୍ୟାକୁ ସମାଧାନ କରିବା ଲାଗି ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ପଦାର୍ଥ ବିଜ୍ଞାନକୁ ମିଶ୍ରଣ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଦେଶୀ ଉଦ୍ଭାବନ। ଏହି କିଟ୍ କୁ ଏକ ତ୍ୱରିତ, ଅଣ-କ୍ଷତିକାରକ ଏବଂ କମ ଖର୍ଚ୍ଚରେ ରୋଗ ନିର୍ଣ୍ଣୟ ଉପକରଣ ଭାବରେ ଡିଜାଇନ୍ କରାଯାଇଛି। ଏହାକୁ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏପରିକି ଅସ୍ଥାୟୀ ରୋଗ ନିର୍ଣ୍ଣୟ କେନ୍ଦ୍ରଗୁଡ଼ିକରେ ବ୍ୟବହାର କରାଯାଇପାରିବ।

ଡାଇକ୍ୟୁ ଉପକରଣ ଲ୍ୟାଟେରାଲ ଫ୍ଲୋ ଏସେ ଜ୍ଞାନକୌଶଳ ଉପରେ ଆଧାରିତ। ଏହା ରୋଗ ସଂକ୍ରମିତ ମଳ ବାୟୋମାର୍କର ଉପଯୋଗ କରି ଦ୍ରୁତ ଗତିରେ ରୋଗ ଚିହ୍ନଟ କରିପାରିବ। ଏହି ପ୍ରଣାଳୀରେ ଗୋଲ୍ଡ ନାନୋପାର୍ଟିକିଲ୍‌ ଆଧାରିତ କଲର୍‌ମେଟ୍ରିକ ଡିଟେକ୍ସନ ପଦ୍ଧତି ବ୍ୟବହାର କରାଯାଏ। ଏହା ଫଳାଫଳକୁ ସ୍ୱତନ୍ତ୍ର ପରୀକ୍ଷାଗାର ଉପକରଣ ବିନା ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିବାକୁ ଅନୁମତି ଦିଏ। ପ୍ରୋପ୍ରାଇଟେରୀ ବାୟୋମାର୍କର ଏବଂ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ରିଏଜେଣ୍ଟର ବ୍ୟବହାର ଉଚ୍ଚ ସମ୍ବେଦନଶୀଳତା ଏବଂ ନିର୍ଦ୍ଦିଷ୍ଟତା ସୁନିଶ୍ଚିତ କରେ। ଫଳରେ ଜୀବାଣୁ ଏବଂ ଅଣ-ଜୀବାଣୁ ସଂକ୍ରମଣ ମଧ୍ୟରେ ଭରସାଯୋଗ୍ୟ ପାର୍ଥକ୍ୟ ଜଣାପଡ଼ିଥାଏ। ଏହି ପରୀକ୍ଷଣ ପ୍ରକ୍ରିୟା ଅତ୍ୟନ୍ତ ସରଳ ଏବଂ ଯାଞ୍ଚ ପାଇଁ ଉପଯୁକ୍ତ।

ଡାଇକ୍ୟୁ ଡାଇଗ୍ନୋଷ୍ଟିକ୍ ପ୍ଲାଟଫର୍ମର ପ୍ରମୁଖ ସୁବିଧାଗୁଡ଼ିକ ହେଉଛି ଜୀବାଣୁ ଏବଂ ଅଣ-ଜୀବାଣୁ ଡାଇରିଆ ମଧ୍ୟରେ ଦ୍ରୁତ ପାର୍ଥକ୍ୟ ଜାଣିବା ଏବଂ ଅନାବଶ୍ୟକ ଆଣ୍ଟିବାୟୋଟିକ୍ ବ୍ୟବହାର ତଥା ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ହ୍ରାସ କରିବା। ଏହି କିଟ୍‌ କୁ ଚିକିତ୍ସା ଏବଂ କ୍ଷେତ୍ର ପରିବେଶରେ ବ୍ୟବହାର କରିବା ସହଜ ହୋଇଥିବା ବେଳେ ଏହା ଅତ୍ୟାଧୁନିକ ପରୀକ୍ଷାଗାର ଭିତ୍ତିଭୂମି ଉପରେ ନିର୍ଭରଶୀଳତା କମାଇବ। ଏହି ପ୍ରଯୁକ୍ତିବିଦ୍ୟା ହାଇଦ୍ରାବାଦର ଜାତୀୟ ଔଷଧୀୟ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ସହଯୋଗରେ ବିକଶିତ ହୋଇଛି। ହାଇଦ୍ରାବାଦର କର୍ମଚାରୀ ରାଜ୍ୟ ବୀମା ନିଗମ-ଇଏସଆଇସି ହସ୍ପିଟାଲରେ ଏହାକୁ ଚିକିତ୍ସା କ୍ଷେତ୍ରରେ ପ୍ରମାଣିତ କରାଯାଇଛି।

ପ୍ରଯୁକ୍ତିବିଦ୍ୟା ବିକାଶ ବୋର୍ଡ ସଚିବ ରାଜେଶ କୁମାର ପାଠକ କହିଛନ୍ତି, ଡାଇକ୍ୟୁ ନିଦାନ ପ୍ଲାଟଫର୍ମର ବ୍ୟବସାୟୀକରଣକୁ ସମର୍ଥନ କରି ବୋର୍ଡ ଡାଇରିଆ ଭଳି ଗମ୍ଭୀର ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟାକୁ ସମାଧାନ କରିବାକୁ ଶସ୍ତା, ସୁଲଭ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ସମଧାନକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି।

BABYCUE PVT. LTD CHILDHOOD DIARRHEA RAPID DIAGNOSTIC PLATFORM TDB-DST SUPPORTS କଟକ ପ୍ରଯୁକ୍ତିବିଦ୍ୟା ବିକାଶ ବୋର୍ଡ ବେବିକ୍ୟୁ ପ୍ରାଇଭେଟ୍‌ ଲିମିଟେଡ ରାପିଡ୍‌ ଡାଇଗ୍ନୋଷ୍ଟିକ କିଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026

ଆଜି ମାର୍ଚ୍ଚ ୧୦ ତାରିଖ ମଙ୍ଗଳବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

March 10, 2026
Latest News

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.