Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ
ଆଜିର ଖବର

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ
ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର: ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଡେରାଡୁନସ୍ଥିତ ଲୋକଭବନଠାରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହଙ୍କ ସହ ସାକ୍ଷାତ ଆଲୋଚନା କରିଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଗଣମାଧ୍ୟମ ଗସ୍ତ କାର୍ଯ୍ୟକ୍ରମରେ ଏହି ପ୍ରତିନିଧି ଦଳ ସମ୍ପ୍ରତି ଉତ୍ତରାଖଣ୍ଡ ଯାଇଛନ୍ତି।

ଦେବଭୂମି ଉତ୍ତରାଖଣ୍ଡରେ ଓଡ଼ିଶା ପ୍ରତିନିଧି ଦଳକୁ ସ୍ୱାଗତ କରି ରାଜ୍ୟପାଳ ଶ୍ରୀ ସିଂହ ରାଜ୍ୟର ଆଧ୍ୟାତ୍ମିକ ଐତିହ୍ୟ, ଆର୍ଥିକ ପ୍ରଗତି ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ରହିଥିବା ସମାନତା, ବିଶେଷ କରି ବାରମ୍ବାର ଦେଖା ଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ସେ ଉଲ୍ଲେଖ କରିଥିଲେ। ବାତ୍ୟା ଫନି ପରେ ତାଙ୍କର ଓଡ଼ିଶା ଗସ୍ତ କଥା ସ୍ମରଣ କରି ଉତ୍ତରାଖଣ୍ଡ ରାଜ୍ୟପାଳ ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ଦୃଢ଼ତାକୁ ପ୍ରଶଂସା କରିଥିଲେ।

ଓଡ଼ିଶାକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ, ଭାରତକୁ ଜଣେ ମହିଳା ରାଷ୍ଟ୍ରପତି ଦେଇଥିବାରୁ ଓଡ଼ିଶାକୁ ନେଇ ଦେଶ ଗର୍ବିତ। ଏହା ମହିଳା ସଶକ୍ତିକରଣ ପାଇଁ ଦେଶର ପ୍ରତିବଦ୍ଧତାକୁ ଉଜାଗର କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତିଭାବ ସମ୍ପର୍କରେ ମଧ୍ୟ ଉତ୍ତରାଖଣ୍ଡ ରାଜ୍ୟପାଳ ମତ ରଖିଥିଲେ। ସେ ଶ୍ରୀଜଗନ୍ନାଥଙ୍କ ମହିମା ଏବଂ ପୁରୀର ଆଧ୍ୟାତ୍ମିକ ମହତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପୁରୀ ସହର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ଆଧ୍ୟାତ୍ମିକ ସମ୍ପର୍କର ପ୍ରତୀକ। ସେ ମଧ୍ୟ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଏବଂ ପରମ୍ପରା ସହିତ ରାଜ୍ୟବାସୀଙ୍କ ସରଳତା ଓ ସହୃଦୟତାକୁ ଉଚ୍ଚପ୍ରଶଂସା କରିଥିଲେ।

ଉତ୍ତରାଖଣ୍ଡର ଜାତୀୟ ମହତ୍ୱ ବିଷୟରେ ସୂଚନା ପ୍ରଦାନ କରି ରାଜ୍ୟପାଳ କହିଥିଲେ, ଏହି ରାଜ୍ୟରେ ଭାରତ ସରକାରଙ୍କ ୮୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ରହିଛି। ଏଥିମଧ୍ୟରୁ ମସୁରିସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ, ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ଏକାଡେମୀ, ବନ୍ୟ ଗବେଷଣା ପ୍ରତିଷ୍ଠାନ ଏବଂ ସର୍ଭେ ଅଫ୍ ଇଣ୍ଡିଆ ପ୍ରମୁଖ।

ଏହି ଗସ୍ତ ସମୟରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଡେରାଡୁନରେ ଥିବା ସୌର୍ଯ୍ୟ ସ୍ଥଳ ଯୁଦ୍ଧ ସ୍ମାରକୀ, ରାଷ୍ଟ୍ରୀୟ ଭାରତୀୟ ସାମରିକ ମହାବିଦ୍ୟାଳୟ ଏବଂ ବନ୍ୟ ଗବେଷଣା ପ୍ରତିଷ୍ଠାନ ଆଦି ପ୍ରମୁଖ ଅନୁଷ୍ଠାନ ପରିଦର୍ଶନ କରିଥିଲେ।
ସୌର୍ଯ୍ୟ ସ୍ଥଳ ଯୁଦ୍ଧ ସ୍ମାରକୀ ପରିସରରେ ରାଷ୍ଟ୍ର ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ସୈନିକମାନଙ୍କୁ ଏହି ପ୍ରତିନିଧି ଦଳର ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା। କର୍ତ୍ତବ୍ୟ ସମ୍ପାଦନ ସମୟରେ ରାଷ୍ଟ୍ର ପାଇଁ ପ୍ରାଣବଳୀ ଦେଇଥିବା ସୈନିକମାନଙ୍କର ସାହସ ଓ ବୀରତାକୁ ସମ୍ମାନ ଜଣାଇବା ଲାଗି ଭାରତୀୟ ସେନା ଦ୍ୱାରା ସୌର୍ଯ୍ୟ ସ୍ଥଳ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଲୋକସମ୍ପର୍କ ଅଧିକାରୀ ମନୀଷ ଶ୍ରୀବାସ୍ତବଙ୍କ ସହ ଓଡ଼ିଶା ପ୍ରତିନିଧି ଦଳ ସୌର୍ଯ୍ୟସ୍ଥଳ ଏବଂ ରାଷ୍ଟ୍ରୀୟ ଭାରତୀୟ ସାମରିକ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ଭାରତୀୟ ସେନାର ଭୂମିକା ଏବଂ ଏହି ପ୍ରତିଷ୍ଠାନର ଗୁରୁତ୍ୱ ସମ୍ପର୍କରେ ସେ ପ୍ରତିନିଧି ଦଳକୁ ଅବଗତ କରାଇଥିଲେ।

ଏହି ପ୍ରତିନିଧି ଦଳ ପ୍ରତିଷ୍ଠିତ ରାଷ୍ଟ୍ରୀୟ ଭାରତୀୟ ସାମରିକ ମହାବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲା। ସେଠାରେ ମହାବିଦ୍ୟାଳୟର କମାଣ୍ଡାଣ୍ଟ ଶ୍ରୀ ରାହୁଲ ଅଗ୍ରୱାଲ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ୧୯୨୨ମସିହାରେ ପ୍ରତିଷ୍ଠିତ ଏହି ପ୍ରତିଷ୍ଠାନ ଭାରତୀୟ ସଶସ୍ତ୍ର ବାହିନୀରେ କ୍ୟାରିୟର ପାଇଁ ଯୁବ କ୍ୟାଡେଟମାନଙ୍କୁ ପ୍ରସ୍ତୁତ କରିବା ଲାଗି ଦେଶର ପ୍ରମୁଖ ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ। ଅଧିକାରୀମାନେ ଓଡ଼ିଶାର ସାମ୍ବାଦିକମାନଙ୍କୁ ଶିକ୍ଷାନୁଷ୍ଠାନର ପରମ୍ପରା ଏବଂ ତାଲିମ ଢାଞ୍ଚା ବିଷୟରେ ସୂଚନା ଦେଇଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ଶୃଙ୍ଖଳିତ ଭବିଷ୍ୟତ ନେତୃତ୍ୱମାନଙ୍କର ବ୍ୟକ୍ତିତ୍ୱ ଗଠନ କରିବା।

ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଡେରାଡୁନର ବନ ଗବେଷଣା ପ୍ରତିଷ୍ଠାନ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରି ଏହାର ଗବେଷଣା କାର୍ଯ୍ୟକଳାପ ଓ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଅବଗତ ହୋଇଥିଲେ। ବନ୍ୟ ଉତ୍ପାଦ ବିଭାଗ ଜିସିଆର/ମୁଖ୍ୟ ତଥା ବୈଜ୍ଞାନିକ ଡକ୍ଟର ଡି.ପି. ଖାଲି ବନ୍ୟ ବିଜ୍ଞାନ ଏବଂ ଦୀର୍ଘସ୍ଥାୟୀ ବିକାଶରେ ପ୍ରତିଷ୍ଠାନର ଅବଦାନ ବିଷୟରେ ପ୍ରତିନିଧି ଦଳକୁ ସୂଚନା ଦେଇଥିଲେ। ପ୍ରତିନିଧି ଦଳ ପ୍ରତିଷ୍ଠାନ ପରିସରରେ ଥିବା ଅନେକ ସଂଗ୍ରହାଳୟ ବୁଲି ଦେଖିଥିଲେ ଯେଉଁଥିରେ ବନୀକରଣ, ବନ୍ୟ ଉତ୍ପାଦ, ରୋଗ ବିଜ୍ଞାନ, କୀଟତତ୍ତ୍ୱ ଏବଂ କାଷ୍ଠ ପ୍ରଯୁକ୍ତିବିଦ୍ୟା ସହିତ ଜଡିତ ସଂଗ୍ରହ ପ୍ରଦର୍ଶିତ ହୋଇଥିଲା। ଏହା ଭାରତର ଜଙ୍ଗଲ ସମ୍ପଦ ଏବଂ ଜୈବ ବିବିଧତା ଉପରେ ସବିଶେଷ ଜ୍ଞାନ ପ୍ରଦାନ କରିଥିଲା।

ପିଆଇବି ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ଜେନା ଏବଂ ସୂଚନା ସହାୟକ ବିକାଶ ରଞ୍ଜନ ଦଳାଇଙ୍କ ସହିତ ଉତ୍ତରାଖଣ୍ଡ ଗସ୍ତ କରିଥିବା ଏହି ଗଣମାଧ୍ୟମ ପ୍ରତିନିଧି ଦଳରେ ଓଡ଼ିଶାର ନଅ ଜଣ ବରିଷ୍ଠ ସାମ୍ବାଦିକ ରହିଛନ୍ତି। ରାଜ୍ୟପାଳଙ୍କ ଆଲୋଚନା ସମୟରେ ପିଆଇବି ଡେରାଡୁନର ସହକାରୀ ନିର୍ଦ୍ଦେଶକ ସଞ୍ଜୀବ ସୁନ୍ଦରିଆଲ ମଧ୍ୟ ଉପସ୍ଥିତ ଥିଲେ।

ଉତ୍ତରାଖଣ୍ଡ ରାଜ୍ୟପାଳ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଡେରାଡୁନ
Share. Facebook Twitter LinkedIn Email WhatsApp Copy Link

Related Posts

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Latest News

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.